Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି

ଭୋପାଳ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କିଣାଯିବ ବିମାନ। ଏହାର ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି। ଏଥିସହ ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ି ମଧ୍ୟ କିଣାଯାଇସାରିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମନ୍ତ୍ରୀମାନଙ୍କୁ ତାହା ଯୋଗାଇ ଦିଆଯିବ।

ମଧ୍ୟପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କାନାଡ଼ାର ଏକ କମ୍ପାନୀଠାରୁ ବିମାନ କିଣିବାକୁ ଯାଉଛି। ଏହାର ମୂଲ୍ୟ ୨୩୩ କୋଟି ଟଙ୍କା ହେବ। ତେବେ ରାତ୍ରିରେ ଉଡାଣ ଭରିବା ସହ ସୁରକ୍ଷିତ ଭାବେ ଓହ୍ଲାଇବାରେ ଏହା ସକ୍ଷମ ହେବ। ବିମାନରେ ୧୦ ଯାତ୍ରୀ ରହିପାରିବେ। ତେବେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଭଡ଼ାରେ ଆସୁଥିବା ବିମାନରେ ଯାତ୍ରା କରୁଛନ୍ତି। ଏହାକୁ ନେଇ ସ୍ବତନ୍ତ୍ର ଭାବେ ବିମାନ କ୍ରୟର ଯୋଜନା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ ଫର୍ଚୁନର ଗାଡ଼ି ମଧ୍ୟ କିଣାଯିବ ବୋଲି କୁହାଯାଉଛି।

ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟର ମୋହନ ସରକାର ନିଜ ମନ୍ତ୍ରୀମାନଙ୍କ ଆରାମଦାୟକ ଯାତ୍ରା ଲାଗି ନୂଆ ଦାମୀ କାର୍‌ କିଣିବାକୁ ଯାଉଛି। ଏଥିଲାଗି ପ୍ରାୟ ୫ କୋଟିର ବଜେଟ୍‌ରେ ନୂଆ ଇନୋଭା କିଷ୍ଟା କିଣାଯାଇଛି।

ଗୋଟିଏ ପଟେ ଭାଜପା ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ିକିାକୁ ଆବଶ୍ୟକତା ବୋଲି କହୁଥିବା ବେଳେ କଂଗ୍ରେସ ଓଲଟା ଆକ୍ରମଣ କରୁଛି। ରାଜ୍ୟ ଉପରେ ପୂର୍ବରୁ ୩.୭୫ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ଏବେ ସରକାର ମନ୍ତ୍ରୀଙ୍କ ସୁଖ ସୁବିଧା ଲାଗି ଆଉ ୧୧ ହଜାର କୋଟି ଟଙ୍କାର ଋଣ ନେବାକୁ ଯାଉଛି, ଯାହାଦ୍ୱାରା ରାଜ୍ୟବାସୀ ଦେଉଥିବା ଟିକସର ଦୂରୁପଯୋଗ ହେଉଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri