ଟ୍ରକ ଧକ୍କାରେ ଚ୍ରାଫିକ କନଷ୍ଟେବଳ ମଧୁସୂଦନଙ୍କ ମୃତ୍ୟୁ ଘଟଣା: ୩ ଦିନ ପରେ ଚାଳକ ଗିରଫ

ଭୁବନେଶ୍ୱର,୨।୭(ସତ୍ୟଜିତ୍‌ ରାଉତ): ଟ୍ରକ ଧକ୍କାରେ ଟ୍ରାଫିକ କନଷ୍ଟେବଳ ମଧୁସୂଦନ କିର୍ସାନୀଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଚାଳକଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଗହୀରଗଡିଆ ଗ୍ରାମର ପ୍ରଶାନ୍ତ କୁମାର ନାଏକ (୨୮)। ତାଙ୍କ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଆଇଚର୍‌ ଟ୍ରକ(ଓଡି୦୫ବିପି-୯୯୧୫)କୁ ମଧ୍ୟ ପୋଲିସ ଜିବତ କରିଛି। ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶନିବାର ସାରେ ରାଜଧାନୀରେ ପ୍ରବଳ ବର୍ଷା ହେବା ସହ ଟ୍ରାଫିକ୍‌ ଜାମ ମଧ୍ୟ ହୋଇଥିଲା। ରାମ ମନ୍ଦିର ଛକରେ ମଧୁସୂଦନ ଡ୍ୟୁଟି ସାରି ରାତି ୧୦ଟାରେ ନିଜ ବାଇକ ଯୋଗେ ଖଣ୍ଡଗିରିସ୍ଥିତ ଭଡ଼ା ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ୧୦ରେ ଜାତୀୟ ରାଜପଥରେ ଜୟଦେବ ବିହାର ଓଭରବ୍ରିଜ୍‌ ପାର୍‌ ହେଉଥିବାବେଳେ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଟ୍ରକଟି ମଧୁସୂଦନଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଦୁର୍ଘଟଣା ଘଟାଇ ପ୍ରଶାନ୍ତ ଘଟଣାସ୍ଥଳରୁ ଟ୍ରକ୍‌ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣୀରେ ନୟାପଲ୍ଲୀ ଥାନା ପକ୍ଷରୁ ଆଇପିସି ଦଫା ୨୭୯, ୩୦୪ରେ ମାମଲା (ନଂ.୩୯୦/୨୦୨୪) ରୁଜୁ ହୋଇଥିଲା। ତେବେ ମଙ୍ଗଳବାର ସକାଳ ପ୍ରାୟ ୭ାଟା ୩୦ ବେଳେ ପ୍ରଶାନ୍ତ ରଶୁଲଗଡରେ ଥିବା ଜଣାପଡିବା ପରେ ପୋଲିସ ଚଢ଼ଉ କରି ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri