ଗଞ୍ଜାମ ଜିଲା ମଙ୍ଗଳ ଅଧିକାରୀ ହେଲେ ମଧୁସ୍ମିତା ମହାପାତ୍ର

ଛତ୍ରପୁର,୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ମଙ୍ଗଳ ଅଧିକାରୀ ଭାବେ ମଧୁସ୍ମିତା ମହାପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହା ପୂର୍ବରୁ ସେ କଟକ ଜିଲାରେ କାର୍ଯ୍ୟ କରୁଥିଲେ। ଏସି, ଏସ୍‌ଟିଙ୍କ ପାଇଁ ଥିବା ଯୋଜନା କାର୍ଯ୍ୟକାରୀ ସହ ସେମାନଙ୍କୁ କିଭଳି ନ୍ୟାୟ ମିଳିବ ସେ ଉପରେ କାମ କରିବି ବୋଲି ମଧୁସ୍ମିତା କହିଛନ୍ତି।