ଅଭିନେତା ନୁହେଁ ବରଂ ଜଣେ ଡାକ୍ତରଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ପ୍ରଥମ ଡେଟ୍‌ରେ ଡରିଯାଇ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତାଙ୍କ ସହ କାମ କରିଥିଲେ ସେ, ହେଲେ ମନ ଦେଇଥିଲେ ଜଣେ ଡାକ୍ତରଙ୍କୁ। ଆମେ କଥା ହେଉଛୁ ଚୁଲବୁଲି ମାଧୁରୀ ଦିକ୍ଷୀତଙ୍କ କଥା। ଯେତେବେଳେ ସେ ଜଣେ ଡାକ୍ତରଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି ଜଣାପଡ଼ିଥିଲା, ପ୍ରଶଂସକ ଚକିତ ହୋଇଯାଇଥିଲେ। ଏକଥାକୁ କେହି ବିଶ୍ୱାସ କରିପାରି ନ ଥିଲେ।

୧୯୯୯ରେ ମାଧୁରୀଙ୍କ କ୍ୟାରିୟର ଶୀର୍ଷରେ ଥିଲା। ହେଲେ ସେ ଅଭିନୟକୁ ଛାଡ଼ି ଆମେରିକାରେ ରହୁଥିବା ଡା. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ନିକଟରେ ଉଭୟଙ୍କ ବିବାହକୁ ୨୨ ବର୍ଷ ପୁରିଛି। ଦୁଇ ପୁଅ ଅରିନ ଏବଂ ରୟାନଙ୍କ ଏବେ ବଡ଼ ହୋଇଗଲେଣି।

ବିବାହ ପୂର୍ବରୁ ଶ୍ରୀରାମ ନେନେଙ୍କୁ ମାଧୁରୀ ଜଣେ ବଡ଼ ଅଭିନେତ୍ରୀ ବୋଲି ଜଣା ନ ଥିଲା। ନିର୍ବନ୍ଧ ଯାଏ ଏପରି ଚାଲିଥିଲା। ବିବାହ ପରେ ମାଧୁରୀ ଆମେରିକା ଚାଲିଯାଇଥିଲେ। ସେଠାରେ ତାଙ୍କୁ ଭେଟିବାକୁ ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଆଦିତ୍ୟ ଚୋପ୍ରାଙ୍କ ଭଳି କଳାକାର ପହଞ୍ଚୁଥିଲେ। ଏହା ଦେଖି ମାଧୁରୀଙ୍କ ଷ୍ଟାରଡମ୍‌ ବିଷୟରେ ଜଣାପଡ଼ିଥିଲା।

ଜଣେ ବନ୍ଧୁଙ୍କ ଯୋଗୁ ଉଭୟେ ପରସ୍ପରକୁ ଭେଟିଥିଲେ। ଏହା ବେଶ ସାଧାରଣ ଥିଲା। ମାଧୁରୀ ଭାରତରେ ରହୁଥିବା ବେଳେ ଶ୍ରୀରାମ ନେନେ ଆମେରିକାରେ ରହୁଥିଲେ। ଏଣୁ ଉଭୟ ଉଭୟଙ୍କୁ ଭେଟିବାକୁ ଦିନ ଗଣୁଥିଲେ। ଏକଦା ସିମି ଅଗ୍ରଓ୍ବାଲଙ୍କ ଶୋ’ରେ ମାଧୁରୀ ନିଜର ପ୍ରଥମ ଡେଟ୍‌ ବିଷୟରେ କହିଥିଲେ।

ପ୍ରଥମ ଡେଟ୍‌ରେ ମାଧୁରୀଙ୍କୁ ଶ୍ରୀରାମ ମାଉଣ୍ଟେନ୍‌ ବାଇକିଂ ପାଇଁ ନେଇ ଯାଇଥିଲେ। ଏହା ଶୁଣି ମାଧୁରୀ ଡରି ଯାଇଥିଲେ। କାରଣ ତାଙ୍କୁ ପାହାଡ ଉପରେ ବାଇକିଂ କିଭଳି କରିବାକୁ ହୁଏ ଜଣା ନ ଥିଲା। ତଥାପି ସେ ତାହା କରିଥିଲେ। କିଛି ସମୟରେ ଡାକ୍ତର ନେନେ ତାଙ୍କୁ ବେଶ ସାହସୀ ବୋଲି କହିଥିଲେ। ଏହାଛଡ଼ା ତୁମେ ଏହା ପୂର୍ବରୁ କରିଛ କି ବୋଲି ପଚାରିଥିଲେ। ମାଧୁରୀ କହିଥିଲେ ନା। ସେଦିନକୁ ସେ ଆଜି ବି ମନେ ରଖିଥିବା ମାଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri