ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାଧୁରୀ

ମୁମ୍ବାଇ: କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୮୩ ବର୍ଷିୟ ବିରଜୁ ମହାରାଜ ରବିବାର ଓ ସୋମବାର ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଦ୍ମ ବିଭୁଷଣରେ ସମ୍ମାନୀତ ବିରୁଜ ମହାରାଜଙ୍କ ପରଲୋକ ଖବର ତାଙ୍କ ନାତି ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଗାୟକ ଅଦନାନ ସାମି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଅଦନାନ ସାମି ଲେଖିଛନ୍ତି ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକରେ ମୁଁ ଅତ୍ୟନ୍ତ ଦୁଃଖି । ଆଜି ଆମେ କଳା କ୍ଷେତ୍ରରେ ଏକ ଭିନ୍ନ ସଂସ୍ଥାକୁ ହରାଇ ବସିଲୁ । ଯିଏ ନିଜ ପ୍ରତିଭା ବଳରେ ଅନେକ ପିଢିକୁ ପ୍ରଭାବିତ କରିଥିଲେ ।
ସେହିପରି ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ପଣ୍ଡିତ ବିରଜୁ ମହାରାଜଙ୍କୁ ଗୁରୁ ଭାବେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ସହ ବିଭିନ୍ନ ସମୟର ଫଟୋ ଶେୟାର କରି ମାଧୁରୀ ଲେଖିଛନ୍ତି, ସେ ଜଣେ ଲିଜେଣ୍ଡ ଥିଲେ, ହେଲେ ତାଙ୍କ ନିକଟରେ ଜଣେ ଶିଶୁ ଭଳି କୌଣସି ଆବିଳତା ନ ଥିଲା । ସେ ମୋର ଗୁରୁ ଥିଲେ ପୁଣି ବନ୍ଧୁ ବି ଥିଲେ । ସେ ମୋତେ ନୃତ୍ୟ ଓ ଅଭିନୟ ଶିଖାଇଛନ୍ତି । ହେଲେ ସମୟ ସମୟରେ ମଜଳିଆ କଥା କହି ହସିବାକୁ ଆଉ ହସେଇବାକୁ ସେ ଭଲ ପାଉଥିଲେ । ସେ ତାଙ୍କ ପଛରେ ଶୋକାକୂଳ ପ୍ରଶଂସକ ଓ ଛାତ୍ରଙ୍କୁ ଛାଡି ଯାଇଛନ୍ତି, ହେଲେ ଏମିତି ଏକ ପରିବେଶ ଛାଡି ଯାଇଛନ୍ତି ଯାହା ଆମକୁ ଆଗକୁ ବଢିବାରେ ସାହାଯ୍ୟ କରିବ । ଧନ୍ୟବାଦ ମହାରାଜ ଜି ଯାହା ଆପଣ ଶିଖାଇଛନ୍ତି ନୃତ୍ୟ ସହ ବିନମ୍ରତା, ଶିଷ୍ଟାଚାର ଓ ଦୟା ସେଥିପାଇଁ କୋଟି କୋଟି ପ୍ରଣାମ ।
ବିରଜୁ ମହାରାଜ ବି ମାଧୁରୀଙ୍କୁ ଖୁବ୍ ପସନ୍ଦ କରୁଥିଲେ । ଏକ ସାକ୍ଷାତ୍‌କାରରେ ସେ ଏହା କହିଥିଲେ ।
ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।


୧୯୩୮, ଫେବୃୟାରୀ ୪ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମ ନେଇଥିଲେ ବିରଜୁ ମହାରାଜ । ତାଙ୍କ ପ୍ରକୃତ ନାଁ ଥିଲା ପଣ୍ଡିତ ବୃଜମୋହନ ମିଶ୍ର । ସେ ଜଣେ କଥକ ନୃତ୍ୟଶିଳ୍ପୀ ସହ ଜଣେ ଶାସ୍ତ୍ରୀୟ ଗାୟକ ମଧ୍ୟ । ବିରଜୁ ମହାରାଜଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ, ଚାଚା ଶମ୍ଭୁ ମହାରାଜ ଓ ଲଚ୍ଛୁ ମହାରାଜ ମଧ୍ୟ ଜଣେ ଜଣେ ଜଣେ ନାଁ କରା କଥକ ନୃତ୍ୟଶିଳ୍ପୀ ଥିଲେ । ବିରଜୁ ମହାରାଜ ଦେବଦାସ, ଡେଢ ଇସ୍କିୟା, ଉମରାଓ ଜାନ ଓ ବାଜିରାଓ ମସ୍ତାନୀ ଭଳି ଫିଲ୍ମରେ ଡ୍ୟାନ୍ସ କୋରିଓଗ୍ରାଫି କରିଥିଲେ । ଏହାସହ ସେ ସତ୍ୟତିତ ରାୟଙ୍କ ଫିଲ୍ମ ‘ସତରଞ୍ଜ କି ଖିଲାଡି’ରେ ମ୍ୟୁଜିକ ବି ଦେଇଥିଲେ ।
୧୯୮୩ରେ ତାଙ୍କୁ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଥିଲା । ଏହାସହ ସଙ୍ଗିତ ନାଟକ ଏକାଡେମୀ ପୁରସ୍କାର ଓ କାଳିଦାସ ସମ୍ମାନ ମିଳିଥିଲା । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଖେରଗଡ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲା । ୨୦୧୨ରେ ବିଶ୍ୱରୂପମ ଫିଲ୍ମରେ ଡ୍ୟାନ୍ସ କୋରିଓଗ୍ରାଫି ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ୨୦୧୬ରେ ବାଜିରାଓ ମସ୍ତାନୀରେ ‘ମୋହେ ସଙ୍ଗ ଦୋ ଲାଲ’ ଗୀତରେ କୋରିଓଗ୍ରାଫି ପାଇଁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ବିରଜୁ ମହାରାଜଙ୍କୁ ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri