ମଧୁବାଲା-ଦିଲୀପ କୁମାରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ଭଉଣୀ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଫିଲ୍ମ ‘ମୋଗଲ-ଏ-ଆଜମ’ ଭାରତୀୟ ଫିଲ୍ମର ୍‌ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଅନ୍ୟତମ। ଫିଲ୍ମରେ ତାଙ୍କର ପ୍ରେମ କାହାଣୀ ଯେତିକି ଦୁଃଖଦ ଥିଲା ବାସ୍ତବ ଜୀବନର ପ୍ରେମ କାହାଣୀ ମଧ୍ୟ ସେତିକି ଦୁଃଖଦାୟକ ଥିଲା। ସେମାନଙ୍କର ପ୍ରେମ ଆଗକୁ ବଢ଼ିଥିଲା ସତ କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନ ଥିଲା। ସେମାନଙ୍କ ପ୍ରେମ ପଛରେ ଥିବା କାରଣକୁ ମଧୁବାଲାଙ୍କ ଭଉଣୀ ମଧୁର ଭୂଷଣ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ।

ମଧୁର କହିଥିଲେ, ଦିଲୀପ ମଧୁବାଲାଙ୍କୁ କେବେବି ଭୁଲି ନ ଥିଲେ। ମଧୁବାଲା ଅସୁସ୍ଥ ଥିବା ସମୟରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ ପରିଦର୍ଶନ କରି ଦିଲୀପ ମଧୁବାଲାଙ୍କୁ କହିଥିଲେ, ସେମାନେ ପୁଣି ଏକାଠି କାମ କରିବେ। ଦିଲୀପ କୁମାର ସେତେବେଳେ ବିବାହ କରି ନ ଥିଲେ। ତାଙ୍କ ବିବାହ ପରେ ଦିଲୀପ ତାଙ୍କୁ କେବେବି ଭେଟି ନ ଥିଲେ। ସେ ମଧ୍ୟ ମଧୁବାଲାଙ୍କ ଶେଷକୃତ୍ୟକୁ ଅସିଥିଲେ ମାତ୍ର ସେତେବେଳକୁ ମଧୁବାଲାଙ୍କ ସତ୍କାର ସରିଥିଲା। ତାଙ୍କ ପରିବାର ମଧ୍ୟ ଆସିଥିଲେ। ପରବର୍ତ୍ତୀ ତିନି ଦିନ ପାଇଁ ସେମାନେ ଆମକୁ ଖାଦ୍ୟ ପଠାଇଥିଲେ। ଏହା ଆମ ପାଇଁ ସମ୍ମାନ, ଶତ୍ରୁତା ନୁହେଁ।

ମଧୁବାଲାଙ୍କ ପିତା ଏବଂ ଦିଲୀପ କୁମାରଙ୍କ ସମ୍ପର୍କ ବିଷୟରେ ମଧ୍ୟ ମଧୁର କହିଥିଲେ, ‘ଦିଲୀପ ଥରେ ଆମ ଘରକୁ ଆସିଥିଲେ। ସେ ବାପାଙ୍କୁ ‘ଅତ୍ୟାଚାରୀ ଏବଂ ନିଷ୍ଠୁର ବୋଲି କହିଥିଲେ। ମୋ ବାପା ଦିଲୀପ କୁମାରଙ୍କୁ ପସନ୍ଦ କରୁଥିଲେ। ଯଦି ସେ ଦିଲୀପ କୁମାରଙ୍କୁ ପସନ୍ଦ କରି ନ ଥାନ୍ତେ ତେବେ ସେ ତାଙ୍କ ଝିଅର ପ୍ରେମକୁ ସମ୍ମତି ଦେଇ ନ ଥାନ୍ତେ।

ମଧୁବାଲା ଦିଲୀପ କୁମାରଙ୍କୁ ତାଙ୍କ ବାପାଙ୍କୁ କ୍ଷମା ମାଗିବାକୁ କହିଥିଲେ। କିନ୍ତୁ ଦିଲୀପ କ୍ଷମା ମାଗି ନ ଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା।
ପରବର୍ତ୍ତୀ ସମୟରେ ଦିଲୀପ କୁମାର ଅଭିନେତ୍ରୀ ସାଇରା ବାନୁଙ୍କୁ ବିବାହ କରିଥିଲେ। ମଧୁବାଲା ମଧ୍ୟ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ। କିନ୍ତୁ ମାତ୍ର ୩୬ ବର୍ଷ ବୟସରେ ମଧୁବାଲା ଦୁନିଆରୁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri