କେସିଙ୍ଗା,୨୦।୫(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ପରଲସିଙ୍ଗା ଗ୍ରାମର ମାଧବ ମହଲା (୨୮) ଷୋହଳ ପ୍ରହରୀ ଦେଖିବାକୁ ଗତକାଲି ସନ୍ଧ୍ୟାରେ କେସିଙ୍ଗା ଗୌନ୍ତିଆ ପଡାକୁ ଯାଇଥିଲା। ପ୍ରହରୀ ଦେଖି ନିଜ ଗ୍ରାମକୁ ଏକ ମୋଟର ସାଇକେଲ (ନ-ଓ.ଆର.୦୮ଏଫ.୭୩୭୦) ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ପୋଢ଼ଖମ୍ବ ଗ୍ରାମ ନିକଟସ୍ଥ ଗାୟତ୍ରୀ ତେଲ ମିଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ପରିବାରବର୍ଗ ଖବର ପାଇ ଗତକାଲି ରାତ୍ରିରେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବୁଧବାର ସକାଳେ ଶବ ବ୍ୟବଚ୍ଛେଦ କରାଯାଇ ଥିଲା ପରିବାରର ମୃତକଙ୍କ ବାପା ମାନସିଂ ମାହାରଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ଶବବ୍ୟବଛେଦ ରେ କେସିଙ୍ଗା ପୋଲିସ ତଦନ୍ତ କାରୀ ଅଫିସର ଏସ ଆଇ ଅରଖି ମାଝୀ ଘଟଣାର ପହଁଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। କେସିଙ୍ଗା ଥାନା ୟୁଡି କେଶ ନ.୨୪୮/୨୬ ପ୍ରକାରରେ କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଏସ ଆଇ ପ୍ରକାଶ କରିଥିଲେ।