ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାହ ଋତୁ ଚାଲିଛି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ମାନବି ଗାଗ୍ରୋ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସେ ହାସ୍ୟ ଅଭିନେତା କୁମାର ବରୁଣଙ୍କୁ ବିବାହ କରିଛନ୍ତି। ଦମ୍ପତି ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ମାନବି ଏକ ଲାଲ ରଙ୍ଗର ଲେହେଙ୍ଗାରେ ସୁନ୍ଦର ଦେଖାଯାଉଥିବାବେଳେ ବରୁଣ ମଧ୍ୟ ଧଳା ଶେରୱାନିରେ ସୁନ୍ଦର ଦେଖାଯାଉଥିଲେ। ତେବେ ମାନବି ଏବଂ ବରୁଣ ଆଜି ସାରେ ଏକ ପାର୍ଟିର ଆୟୋଜନ କରିବାକୁ ଯୋଜନା କରିଥିବା ଜଣାପଡିଛି।

Share