ରୁପା ମୁକୁଟରେ ଝଲସିବେ ମା’

କେନ୍ଦୁଝର,୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଡେଲି ମାର୍କେଟ ରାସ ପଡ଼ିଆ ସ୍ଥିତ ଶ୍ରୀଶ୍ରୀ ଦୁର୍ଗାଦେବୀ ପୀଠରେ ଦୁର୍ଗାପୂଜା କମିଟି ପକ୍ଷରୁ ଭାଇଚାରାର ଉତ୍ସବ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ସରିଛି। ୧୯୬୪ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ୫୮ ବର୍ଷରେ ପଦାର୍ପଣ କରିଛି। ଏହାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ସ୍ଥାନୀୟ ବଣିକ ସଂଘ ତଥା ଅନ୍ୟାନ୍ୟ ପୂଜା କମିଟି ସହଯୋଗରେ ଦୁର୍ଗାପୂଜା କମିଟି ପକ୍ଷରୁ ଉଦ୍ୟମ କରାଯାଉଛି ା ଶନିବାରଠାରୁ ଷଷ୍ଠୀ ପୂଜା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ମା’ଙ୍କ ସମେତ ପାର୍ଶ୍ୱ ଦେବଦେବୀ ରୁପା ମୁକୁଟରେ ଝଲସିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାରେ ଶନିବାର ତପୋ ଷଷ୍ଠୀ ପୂଜା ଆରମ୍ଭ ହୋଇ ମହାସପ୍ତମୀରେ ଦେବଶାସ୍ତ୍ର ପୂଜା, ଚଣ୍ଡୀପାଠ ଓ ହୋମ ଅନୁଷ୍ଠିତ ହେବ। ସେହିପରି ମହାଷ୍ଟମୀ ଦିନରେ ସନ୍ଧିପୂଜା, ବ୍ରତ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ମହାନବମୀରେ ଅନ୍ନପୂୂର୍ଣ୍ଣା ବେଶ ଧାରଣ ଏବଂ ବିଜୟା ଦଶମୀ ଦିନ ଅପରାଜିତା ପୂଜା, ଘଟ ବିସର୍ଜନ ଅନୁଷ୍ଠିତ ହେବ। ଦଶହରା ପରଦିନ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଦୈନିକ ଭୋଗ ବଣ୍ଟନ ସାଙ୍ଗକୁ ଭଜନ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି କମିଟି ତରଫରୁ କୁହାଯାଇଛି। ଏଠାରେ ଦେବୀ ଲଡୁ ଭୋଗ ଓ ଅନ୍ନପୂର୍ଣ୍ଣା ବିତରଣ ବ୍ୟବସ୍ଥା ନିଆରା ବୋଲି ଯୁଗ୍ମ ସମ୍ପାଦକ ଅରବିନ୍ଦ ରାମ କହିଛନ୍ତି। ଭଦ୍ରକରୁ ମୂର୍ତ୍ତିକାର ଓ କଟକରୁ ମେଢ଼ ସାଜସଜ୍ଜା ପାଇଁ କାରିଗର ଲାଗିିଛନ୍ତି। ମୂର୍ତ୍ତି ଗଢ଼ାକାମ ସରିଥିବା ବେଳେ ମେଢ଼ ସାଜସଜ୍ଜା, ତୋରଣ ଆଦି ନିର୍ମାଣ ଶେଷ ପର୍ଯ୍ୟାୟରେ। ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟିର ସଦସ୍ୟମାନଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି ବୋଲି ସଭାପତି କୈଳାସ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri