ଛତ୍ରପୁର,୧୮।୧୦(ଦିଲ୍ଲୀପ ସାମଲ): କରପଡା ପଞ୍ଚାୟତର ଅନୁଚ ପାହାଡ ଶିଖରେ ଅବସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ଏକାଦଶୀ ତିଥିରେ ସମ୍ପୂର୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ,ମା ରାମଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଛି l ଅଷ୍ଟମୀ ତିଥିରେ ମା’ ଦୁର୍ଗା ବେଶ ଓ ନବମୀରେ ମା’ ନାରାୟଣୀ ଦଶମୀରେ ଈଶାନୀ ବେଶ ଓ ଏକାଦଶୀରେ ମା’ ବିଷ୍ଣୁମାୟା ବେଶରେ ଦର୍ଶନ ଦେଇଥିଲେ l ଏହି ପୂଜାରେ ବିପୁଳିଙ୍ଗି ଗ୍ରାମର ଶ୍ରୀ ଦିବାକର ଦାସ ମୁଖ୍ୟ କର୍ତ୍ତା ଓ ଗଞ୍ଜାମର ଅଶୋକ ଆଚାର୍ଯ୍ୟ ଉପକର୍ତ୍ତା ଭାବେ ପୂଜାରେ ଯୋଗଦେଇଥିଲେ l
ଏହି ପୂଜା ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ୱାବଧାନରେ ଏବଂ ବ୍ରହ୍ମପୁରର ଦେଧ୍ୟାୟୀ ପଣ୍ଡିତ ଚନ୍ଦ୍ରଭାନୁ କର ଓ ପଣ୍ଡିତ ରାହୁଲ ଦାଶ ଉପସ୍ଥିତିରେ ବେଦପାଠ କରାଯାଇ ପୂଜା ସମ୍ପନ୍ନ କରାଯାଇଥିଲା l ସନ୍ଧ୍ୟା ସମୟରେ ସବୁବେଳେ ମାଁ ଙ୍କ ମହା ଆରତୀ ଅନୁଷ୍ଠିତ ହୋଇଥାଏ l ତାପରେ ସଂକଳ୍ପ ହୋଇଥିବା ମହିଳାଙ୍କ ଦ୍ୱାରା ଦୁର୍ଗା ସହସ୍ର ନାମରେ କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହୋଇଥାଏ l ଏଥିରେ ଶତାଧିକ ମହିଳା ଭାଗନିଅନ୍ତି l ମହାଷ୍ଟମୀ ଯାଏଁ ପ୍ରତ୍ୟେକ ଦିନ ଏହିପରି କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହେବାପାଇଁ ସ୍ଥିର କରଯାଇଛି। ଠିକ ସେହିପରି ପୂଜା ସୋପାନ ଅନୁସାରେ ଶ୍ରୀ ଚଣ୍ଡୀପାଠ,ଚଣ୍ଡୀ ହବନ ଇତ୍ୟାଦି କରା ଯାଇଥିଲା। ଏକାଦଶୀ ଅବସରରେ ମା’ଙ୍କୁ ଦର୍ଶନ କରିବା ଲାଗି ଛତ୍ରପୁର ଅଞ୍ଚଳର ସମାଜସେବୀ ପ୍ରଶାନ୍ତ କର, ଶ୍ରୀ ଭାଗିରଥି ବେହେରା, ଛତ୍ରପୁର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି (ADM)ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ l
ଏହି ଅବସରରେ କରପଡା ପଞ୍ଚାୟତର ସରପଞ୍ଚ ଅଜୟ ନାୟକ,ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ, ଉପସଭାପତି ଦିବାକର ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), ସହ ସଂଯୋଜକ ତୁଷାର ଶତପଥୀ, ଜୋର୍ତିବିତ୍ ଦୀପକ ଦାସ, ତ୍ରିନାଥ ନାୟକ,ଗୋବର୍ଦ୍ଧନ ନାୟକ, ସୁଧୀର ମହାରଣା, କୁଞ୍ଜ ନାୟକ (କୋଷାଧକ୍ଷ), ଦଣ୍ଡ ମହାରଣା ଏବଂ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା କରିଥିଲେ l

