ଧୂମଧାମ୍‌ରେ ଚାଲିଛି ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ…

ଛତ୍ରପୁର,୨୫।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଚଳିତ ବର୍ଷ ବ ଧୂମଧାମରେ ଚାଲିଛି l ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l ମା’ଙ୍କ ଆଗମନରେ ଭକ୍ତମାନେ ଅସ୍ଥାୟୀ ମଣ୍ଡପ ଦର୍ଶନ କରି ମା’ଙ୍କ ଆର୍ଶୀବାଦ ସହିତ ମାନସିକଧାରୀ ସେମାନଙ୍କ ମାନସିକ ପୂରଣ କରୁଛନ୍ତି l ଏହି ଯାତ୍ରାରେ ଦିନକୁ ଦିନ ଗହଳି ହେବାରେ ଲାଗିଛି। ସୋମବାର ମା’ଙ୍କ ଯାତ୍ରା ୨୨ ଦିନରେ ପହଞ୍ଚିି ଯୁବ ବ୍ୟବସାୟୀ ଟୁଲୁ ମଙ୍ଗରାଜ, କୀର୍ତ୍ତି ରଞ୍ଜନ ମହାପାତ୍ର ଓ ଗୌର ପ୍ରସାଦ ମହାପାତ୍ରଙ୍କ ସ୍ବତନ୍ତ୍ର ଯାତ୍ରା ହୋଇଥିବାରୁ ସକାଳୁ ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ନିମନ୍ତ୍ରଣ କରାଯାଇଥିଲା। ଶିବ ତାଣ୍ଡବ, ଆନ୍ଧ୍ରାକାଳୀ, ବାଘ, ଘୋଡାଠାରୁ ଆରମ୍ଭ ପାଇକ ଆଖଡା, ସିଙ୍ଗବାଜା ସହିତ ରାଜ୍ୟ ଏବଂ ରାଜ୍ୟ ବାହାରରୁ ୨୦ ଅଧିକ କଳାକାର ଦଳ ସାମିଲ ହୋଇ ବିରାଟ ପଟୁଆରରେ ସନ୍ଧ୍ୟାରେ ମା’ଙ୍କ ଆଳତି ପରେ ନଗର ପରିକ୍ରମା କରି ପୁରୁଣା ପୋଲିସ ଲାଇନଠାରେ ପହଞ୍ଚି ସେଠାରେ ମହାପାତ୍ର ଓ ମଙ୍ଗରାଜ ପରିବାରଙ୍କ ସ୍ବତନ୍ତ୍ର ଭୋଗ ଗ୍ରହଣ କରିଥିଲେ l
ଏହି ଅବସରରେ ବହୁ ଜନସମାଗମ ହୋଇଥିଲା l ମା’ଙ୍କ ନିମନ୍ତ୍ରଣରୁ ଆରମ୍ଭ କରି ଘଟ ପରିକ୍ରମା ପର୍ଯ୍ୟନ୍ତ l ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର ସିଏଚ ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନେଜର ଏମ. ସମରେନ୍ଦ୍ର ସେନାପତି, ସମ୍ପାଦକ ପି. ରାଜୁ ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହଯୋଗରେ ଚଳିତବର୍ଷ ବଡ଼ ବଡ଼ ତୋରଣ ସହିତ ଆଲୋକ ଶଯ୍ୟା ଏବଂ ବିଭିନ୍ନ ଛକରେ କଳାକୁଞ୍ଜ ସ୍ଥାପନ କରାଯାଇଛି ଏହାସହିତ ଦର୍ଶକମାନେ ମିନା ବଜାର ଓ ରାମଦୋଳିର ମଜା ନେଉଛନ୍ତି l ଆସନ୍ତା ଜୁନ ୧ ତାରିଖଠାରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ l

 

Dharitri – Odisha’s No.1 Odia Daily

 

Share