ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା: ସେମିଫାଇନାଲରେ…

ବରଗଡ଼,୧୩।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ ବରହାଗୋଡା ଫୁଟବଲ୍ ପଡିଆରେ ବୁଧବାର ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକ ସାଧୁ ନେପାକ, ନଥୁରମ୍ ଶେଠ୍ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସାଇ ଇଲେଭେନ ଓ ଲୁରୁପାଲି ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହୋଇଥିଲା। ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରି ପାରି ନଥିଲେ। ଫଳରେ ଟ୍ରାଇ ବ୍ରେକର ସହାୟତା ନିଆଯାଇଥିଲା । ଏଥିରେ ସାଇ ଇଲେଭେନ ପ୍ରତିପକ୍ଷ ଲୁରୁପାଲିକୁ ୬ -୫ ଗୋରେ ହରାଇ ଥିଲା। ଦ୍ୱିତୀୟ ମ୍ୟାଚରେ ପାତିକରପାଲି ଦଳ ପ୍ରତିପକ୍ଷ ପୂଟୁରୁପାଲି ଦଳକୁ ୧-୦ ଗୋଲରେ ପରାସ୍ତ କରିଥିଲା । ସେହିପରି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ପାତିକରପାଲି ଦଳ ପ୍ରତିପକ୍ଷ ସାଇ ଇଲେଭେନ ଦଳକୁ ଟାଇ ବ୍ରେକର ଜରିଆରେ ୪-୩ ଗୋଲରେ ହରାଇ ସେମି ଫାଇନାଲକୁ ଉନ୍ନୀତ ହୋଇଛି । ପ୍ରଦୀପ, ଗୋପାଳ, ରୁଣୁ ଏବଂ ସୁବାଷ ଖେଳ ପରିଚାଳନା କରିଥିଲେ । ବରହାଗୋଡା ଫୁଟବଲ ଦଳର ସମସ୍ତ ଖେଳାଳି ସହଯୋଗ କରିଥିଲେ ।

ସେହିପରି ଗୁରୁବାର ଦ୍ୱିତୀୟ ଦିବସରେ ନଗେନପାଲି ଓ ବାଗବଡି ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରି ପାରି ନଥିଲେ । ଫଳରେ ଟାଇବ୍ରେକର ସହାୟତା ନିଆଯାଇଥିଲା। ଏଥିରେ ବାଗବଡି ଦଳ ୪-୩ ଗୋଲରେ ନଗେନପାଲି ଦଳକୁ ହରାଇଥିଲା l ବରାହାଗୋଡା ଓ ଗର୍ଭଣା ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ ହୋଇଥିଲା। ଏଥିରେ ବରାହଗୋଡା ଦଳ ପ୍ରତିପକ୍ଷ ଗର୍ଭଣା ଦଳକୁ ୧-୦ ଗୋଲରେ ପରାସ୍ତ କରିଥିଲା l ବରାହଗୋଡା ଏବଂ ବାଗବାଡି ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ହୋଇଥିଲା । ଏଥିରେ ବରହଗୋଡା ଦଳ ୨-୦ ଗୋଲରେ ବିଜୟୀ ହୋଇ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା । ଭୋଜରାଜ ଭୋଇ , ଗ୍ରାମ୍ୟ କମିଟି ସଭାପତି ନଥୁରମ୍ ଶେଠ୍, ଅନନ୍ତରାମ ମେହେର, ବିରେନ୍ଦ୍ର ସାହୁ, ନେପାଲ ପଧାନ, ମଙ୍ଗଳ ସରାଫ, ଯୁଧିଷ୍ଠିର ମେହେର ଅତିଥିଭାବେ ଯୋଗ ଦେଇଥିଲେ । ପ୍ରଦୀପ ଭୋଇ, ଗୋପାଳ ନାୟକ, ପଙ୍କଜ ଯୁଆଡି ମ୍ୟାଚ୍ ପରିଚାଳନା କରିଥଲେ । ରୁନୁ ମହାପାତ୍ର ଲାଇନରେ ସାହାଯ୍ୟ କରିଥିଲେ । ବରହାଗୋଡା ଫୁଟବଲ ଦଳର ସମସ୍ତ ଖେଳାଳି ସହଯୋଗ କରିଥିଲେ । ଶୁକ୍ରବାର କଳାପାଣି ଓ ଜମୁର୍ଡା ମଧ୍ୟରେ ପ୍ରଥମ ଏବଂ ବରଗାଁ ଓ ଉଲବା ମଧ୍ୟରେ ଦ୍ବିତୀୟ ଅନୁଷ୍ଠିତ ହେବ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri