ପୁରୁଷୋତ୍ତମପୁର,୭ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ରବିବାର ଶେଷ ହେବ। ଲୋକେ ମା’ ପଞ୍ଚଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀଙ୍କୁ ବଡ଼ବଜାରସ୍ଥିତ ଅସ୍ଥାୟୀ ମନ୍ଦିରରେ ଶ୍ରଦ୍ଧାଳୁ ଦର୍ଶନ କରିବା ସହ ଯାତ୍ରାପଡ଼ିଆରେ ବୁଲି ମଜା ନେଉଛନ୍ତି। ରବିବାର ମା’ମାନେ ନିଜନିଜ ମନ୍ଦିରକୁ ବାହୁଡ଼ିବେ। ଯାତ୍ରା ଅବସରରେ ବିଭିନ୍ନ ସ୍ବେଚ୍ଛାସେବୀ ଓ ବଜାର କମିଟି ପକ୍ଷରୁ ଖାଦ୍ୟ ସାମଗ୍ରୀମାନ ବଣ୍ଟନ କରାଯାଉଛି। ମାନସିକଧାରୀମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି।


