ମାଁ ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ରତ୍ନମୂଦ ଉତ୍ସବ: ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଥୁଆମୂଳ ରାମପୁର,୨୪।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ତଥା ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀଙ୍କ ମୁଖ୍ୟ ତାନ୍ତ୍ରିକ ପୀଠର ନୂତନ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳବାସୀ ଯେଉଁ ସ୍ବପ୍ନ ଦେଖିଥିଲେ ଓ ବିଗତ ସରକାର ଏହି ଅଞ୍ଚଳର ଲୋକଙ୍କ ସ୍ବପ୍ନ ସାକାର କରିବାରେ ସହଯୋଗ କରି ପାଖାପାଖି ୩.୫କୋଟି ଟଙ୍କାର ଅନୁଦାନ ଦେଇଥିଲେ l

ଏହି ଅନୁଦାନରେ ନିର୍ମିତ ଭବ୍ୟ ମନ୍ଦିରର ଆଉ ଅଳ୍ପ କାମ ବାକି ରହିଥିବା ବେଳେ ଥୁଆମୂଳ ରାମପୁର ଅଞ୍ଚଳ ବାସୀ ରତ୍ନମୁଦ ଉତ୍ସବ ପାଳନ କରିବା ପାଇଁ ବେଶ୍ ଉତ୍ସାହିତ ରହିଥିବା ଜଣାପଡିଛି l ଗ୍ରାମର ୫ଗୋଟି ୱାର୍ଡର ଅନେକ ବରିଷ୍ଟ ନାଗରିକ, ଭଦ୍ରମଣ୍ଡଳି ତଥା ମାଁ ମାଣିକେଶ୍ବରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଅନେକ ଯୁବନୁଷ୍ଠାନର କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଆସନ୍ତା ଏପ୍ରିଲ ମାସର ୧୪ତାରିଖ ଦିନ ସୁଭାଖମ୍ବ ସ୍ଥାପନ କରି ଆସନ୍ତା ୨୮, ୨୯ ଏବଂ ୩୦ ତିନିଦିନ ଧରି ମାଁ ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିରର ରତ୍ନମୁଦ ସହିତ ଗ୍ରାମର ପ୍ରୋଭୁ ଜଗନ୍ନାଥ ମନ୍ଦିର ଏବଂ ବାବା ରାମେଶ୍ବର (ଶିବ) ମନ୍ଦିର ଏହି ୩ଟି ମନ୍ଦିର ର ରତ୍ନ ମୁଦନ ଉତ୍ସବ ବୋହୂ ଧୂମ ଧାମ୍ ରେ ପାଳନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା

ଏହି ଉତ୍ସବ ତିନିଦିନ ଧରି ହେଉଥିବାରୁ କେମିତି ପ୍ରଚାର ପ୍ରସାର କରାଯିବ, କେମିତି ଆଖପାଖ ଜିଲା ତଥା ବ୍ଲକ୍ ର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନିମନ୍ତ୍ରଣ କରାଯିବା ସହିତ ପ୍ରଥମ ଦିନରେ ମା ଙ୍କ କଳସ ଯାତ୍ରା ଓ ଅଧିବାସ ପରେ ବନଜାଗ ନୀତି ଆରମ୍ଭ, ଦ୍ୱିତୀୟ ଦିନରେ ଅଖଣ୍ଡ ନାମ ଯଜ୍ଞ, ରତ୍ନମୁଦ କାର୍ଯ୍ୟ ଆରମ୍ଭ, ଓ ଚଣ୍ଡୀଯଜ୍ଞ ହେବା ସହିତ ତୃତୀୟ ଦିନରେ ନଗର କୀର୍ତ୍ତନ ଓ ମା’ଙ୍କ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସହିଦ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା l ଏହି ଅବସରରେ ଉପଦେଷ୍ଟା କମିଟି, ପରିଦର୍ଶନ କମିଟି, ଅର୍ଥ କମିଟି , ପ୍ରଚାର କମିଟି, ଖାଦ୍ୟ କମିଟି , ଆର୍ଟ ଏବଂ ସାଜସଜ୍ଜା କମିଟି, ସାଂସ୍କୃତିକ କମିଟି ଗୁଡ଼ିକ ସର୍ବସମ୍ମତି କ୍ରମେ ଗଠିତହୋଇ ନିଜନିଜ ଦାୟିତ୍ଵ ସୁଚାରୁରୂପେ ସମ୍ପାଦିତ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri