ମା’ ଖମ୍ବେଶ୍ୱରୀଙ୍କ ସୁନାବେଶ

ଆସିକା,୪ା୧୦(ଡି.ଏନ.ଏ.): ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗତ ସୋମବାରଠାରୁ ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ଲାଗି ମନ୍ଦିର ପରିସର ଉତ୍ସବ ମୁଖରିତ ହୋଇଛି। ରବିବାରଠାରୁ ଦେବୀଙ୍କ ସୁନାବେଶ ଆରମ୍ଭ ହୋଇଛି । ଏହି ବେଶ ଚାରିଦିନ ଧରି ବୁଧବାର ପର୍ଯ୍ୟନ୍ତ ରହିବ। ସଶସ୍ତ୍ର ପୋଲିସ ପହରା ମଧ୍ୟରେ ସ୍ବର୍ଣ୍ଣ ଅଳଙ୍କାର ମଣ୍ଡିତ ଦେବୀଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି । ଅପରପକ୍ଷେ ମନ୍ଦିର ବେଢାରେ ଶ୍ରଦ୍ଧାଳୁ ସେମାନଙ୍କ ମାନସିକ ସ୍ଥିତି ଆଶାରେ ଅଖଣ୍ଡଦୀପ ମଧ୍ୟ ପ୍ରଜ୍ୱଳିତ କରିଛନ୍ତି। ପ୍ରତ୍ୟହ ସୂର୍ଯ୍ୟପୂଜା, ସାଲା ପୂଜା, ଘଟପୁଜା, ଗ୍ରହଣ ମଣ୍ଡଳ ପୂଜା, ନୈଜେଦ୍ୟ ସଂସ୍କାର, ଷୋଡଷ ଉପଚାର ପୂଜା, ବିଲ୍ଲୋପତ୍ର ଅର୍ଚ୍ଚନ, ହମୋଯଜ୍ଞ ଓ ଚଣ୍ଡିପାଠ ମଧ୍ୟରେ ଏହି ନବରାତ୍ର ପୂଜା ଚାଲୁ ରହିଛି ା ପଣ୍ଡିତ ଦୟାନିଧି ଦାସଙ୍କ ଦ୍ୱାରା ଚଣ୍ଡିପାଠ କରାଯାଉଥିଲା ବେଳେ ଆଚାର୍ଯ୍ୟ ଭାବେ ମହେନ୍ଦ୍ର ଶତପଥୀ ଓ ପ୍ରଚାରକ ଭାବେ ସନ୍ତୋଷ ତ୍ରିପାଠୀ ଏହି ପୂଜାରେ ସାମିଲ ହୋଇଛନ୍ତି। ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ବାଇଁ, ସଚ୍ଚିଦାନନ୍ଦ ଖଟାଇ, ମୁଖ୍ୟ ପୂଜକ ମନୋଜ ମୁନି ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜାର୍ଚ୍ଚନା ଚାଲିଛି। ସେହିଭଳି ଆସିକାର ଶ୍ୟାମାକାଳୀ ମନ୍ଦିର, ଦଣ୍ଡକାଳି ମନ୍ଦିର, ବସଷ୍ଟାଣ୍ଡ ଠାକୁରାଣୀ ମନ୍ଦିର ଓ କାଳଷଣ୍ଢପୁର ଦଣ୍ଡକାଳି ମନ୍ଦିରରେ ମଧ୍ୟ ଏହି ନବରାତ୍ର ପୂଜା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି।