ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ,୧୬ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ମା’ ବିରଜା ଦେବୀଙ୍କ ଦୁର୍ଗୋତ୍ସବ ଏକାଦଶ ଦିନରେ ପାଳିତ ହୋଇଥିବା ବେଳେ ରଥଯାତ୍ରା ଓ ପାଦ ଦର୍ଶନ ଦ୍ୱିତୀୟ ଦିନ ପାଳିତ ହୋଇଛି। ଯାଜପୁର ଶାସନର ବ୍ରାହ୍ମଣମାନେ ବୈତରଣୀ ଜଳରେ ମା’ଙ୍କ ସ୍ନାନ କରାଇଥିଲେ। ମହିଳା ଓ ପୁରୁଷ ଭକ୍ତମାନେ ୨ ଧାଡ଼ିରେ ଗର୍ଭ ଗୃହକୁ ପ୍ରବେଶ କରି ପାଦ ଦର୍ଶନ କରିଥିଲେ। ସେମାନେ ମା’ଙ୍କ ପାଦ ସ୍ପର୍ଶ କରିବା ସହିତ ମା’ ବିରଜାଙ୍କ ମୁଖ ଦର୍ଶନ କରିଥିଲେ। ପାଦଦର୍ଶନ ପରେ ସାଧାରଣ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ।
ସୋମବାର ସକାଳ ୮ଟା ୩୦ ମିନିଟରୁ ୯ଟା ୩୦ ମିନିଟ ମଧ୍ୟରେ ମା’ଙ୍କର ଶାଢ଼ୀ ବେଶ, ଚନ୍ଦନ ବେଶ, ଗହଣା ବେଶ ଇତ୍ୟାଦି ଶେଷ କରାଯାଇଥିଲା। ଦିନ ୧୧ଟା ୩୦ଟାରେ ବଡ଼ ଶୃଙ୍ଗାର ବେଶ ପରେ ଗର୍ଭଗୃହକୁ ଧୂଆଯାଇ ଦିନ ୧୨ଟାରେ ଦିନ ପୂଜାର ଆୟୋଜନ କରାଯାଇଥିଲା। ଦିନ ୨ଟା ୧୫ ମିନିଟରେ ସମସ୍ତ ପୂଜା ସମାପନରେ ୨ଟା ୩୦ ମିନିଟରେ ରୋଷିଆ ସେବାୟତମାନେ ସିଂହାସନ ନିକଟକୁ ପ୍ରସାଦ କୁଡ଼ୁଆ ନେଇଥିଲେ। ପ୍ରସାଦ ଲାଗି ପରେ ଆତଳୀ, କଳସ ପୂଜା ସରିବା ପରେ ୩ଟା ୩୦ ମିନିଟରେ ପହୁଡ଼ କରାଯାଇଥିଲା। ତା’ପରେ ଆଜିଠାରୁ ରଥ ଉପରେ ମା’ ବିରଜାଙ୍କ ବିଜୟ ପ୍ରତିମା ନିକଟରେ ପୂଜା ଓ ନୈବେଦ୍ୟ କରାଯାଇଛି ା ୪ଟା ୩୦ ମିନିଟରେ ପହୁଡ଼ ଖୋଲା ଯିବା ପରେ ଅପେକ୍ଷାରେ ଥିବା ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିଲେ। ଅପରାହ୍ନ ୪ଟା ୪୫ ମିନିଟରେ ରଥ ଯାତ୍ରାର ଆୟୋଜନ କରାଯାଇଥିଲା। ଗର୍ଭ ଗୃହରୁ ମା’ଙ୍କ ଆର୍ଶା ଦଣ୍ଡକୁ ଆର୍ଶା ପାଳିଆ ସେବାୟତ ଆଣିବା ପରେ ସିଂହଦ୍ୱାରରେ ଉପସ୍ଥିତ ରହିଥିବା ଛତ୍ର, ତରାଶ ସାମିଲ ହୋଇଥିଲେ। ଅପରାହ୍ନ ୫ଟାରେ ଆରମ୍ଭ କରାଯାଇଥିବା ରଥଯାତ୍ରା ୬ଟା ୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ୬ଟା ୧୫ ମିନିଟରେ ରଥ ଚାଳନା ବନ୍ଦ ପରେ ରଥରୁ ଆର୍ଶା,ଛତ୍ର, ତରାଶ, ମଶାଲ ଅବତରଣ କରାଯାଇ ଆର୍ଶା ଦଣ୍ଡକୁ ମା’ଙ୍କ ସିଂହାସନ ନିକଟକୁ ନିଆଯାଇଥିଲା। ଆଜି ରଥକୁ ଏକ ବେଢ଼ା ପରିକ୍ରମା କରାଯାଇ ପୂର୍ବ ଦକ୍ଷିଣ କୋଣରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୩୧ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri