ଆଜିଠାରୁ ମା’ ବିରଜାଙ୍କ ରଥଯାତ୍ରା, ପାଦ ଦର୍ଶନ

ଯାଜପୁର ଟାଉନ,୩ା୧୦(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମା’ବିରଜାଙ୍କ କ୍ଷେତ୍ର ନାଭିଗୟାରେ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ବୁଧବାର ପିତୃପକ୍ଷ ପିଣ୍ଡଦାନ ଶେଷ ହୋଇଛି। ଭାରତର କୋଣ ଅନୁକୋଣରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କଲେ ପିତୃଲୋକର ସବୁ ଅତୃତ୍ୱ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାଆନ୍ତି ବୋଲି ଯେଉଁ ପରମ୍ପରା ଅଛି ସେହି ପରମ୍ପରାକୁ ଆଧାର କରି ଭକ୍ତ ପିଣ୍ଡଦାନ କରିବା ସହିତ ମା’ଙ୍କୁ ଦର୍ଶନକରି ପିତୃପୁରୁଷଙ୍କୁ ମୋକ୍ଷ ପାଇଁ ପ୍ରାର୍ଥନା କରିଛନ୍ତି।
ସେହିପରି ମା’ବିରଜାଙ୍କ ରଥ ନିର୍ମାଣ କାର୍ଯ୍ୟ ଇନ୍ଦୁପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବାବେଳେ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ବିରଜା ମନ୍ଦିର ସମ୍ମୁଖରେ ଥିବା ରଥାଧିବାସ ମଣ୍ଡପରେ ରାତ୍ର ୧୦ଟାପରେ ରଥାଧିବାସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ପ୍ରତିପଦା ଦିନ ମା’ଙ୍କ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ରଥଟଣା ହେବ। ୯ଦିନ ବ୍ୟାପୀ ମା’ଙ୍କ ପାଦଦର୍ଶନ ପ୍ରତିପଦା ଗୁରୁବାରଠାରୁ ଆରମ୍ଭ ହେବ। ସେହିପରି ମା’ଙ୍କ ଦୁର୍ଗାତ୍ସୋବ ନିମନ୍ତେ ଦ୍ୱିତୀୟାଷ୍ଟମୀଠାରୁ ଆରମ୍ଭ ହୋଇଥିବା ବିଶେଷ ଷୋଡ଼ଶୋପଚାର ପୂଜା ଅମାବାସ୍ୟା ତିଥିରେ ଅଷ୍ଟମ ଦିନରେ ପହଞ୍ଚତ୍ଛି। ଅମାବାସ୍ୟା ଦିନ ବୈତରଣୀ ଜଳରେ ମା’ଙ୍କୁ ମହାସ୍ନାନ କରାଯିବା ପରେ ବେଶକରାଯାଇ ପହୁଡ଼ କରାଯାଇଥିଲା। ପହୁଡ଼ ଖୋଲିବା ପରେ ମା’ଙ୍କ ଆଳତି କରାଯିବା ସହିତ ରାତ୍ର ୧୦ଟା୫୮ ପରେ ରଥାଧିବାସ କାର୍ଯ୍ୟ ସମ୍ପନ୍ନ ହେବା ପରେ ମା’ଙ୍କ ବିଶେଷ ଷୋଡ଼ଶୋପଚାର ପୂଜା କରାଯାଇ ପହୁଡ଼ କରାଯାଇଥିଲା। ରଥାଧିବାସ କାର୍ଯ୍ୟକ୍ରମ ଓ ବିଶେଷ ଷୋଡ଼ଶୋପଚାର ପୂଜାକୁ ଧର୍ମାଧିକାରୀ ହିମାଂଶୁ ଶେଖର ପତିମିଶ୍ର, ବିରଜା କିଂକର ପତି, ପ୍ରମୋଦ ପତି, ମୋହିନୀ ମୋହନ ପତି, ମନୋରଞ୍ଜନ ପତି, ଡ. ଜ୍ଞାନରଞ୍ଜନ ପତି, ସରୋଜ ପତି, ପ୍ରତାପ କୁମାର ପତି, ପ୍ରଭାତ ରଞ୍ଜନ ପତି, ବିରଜା ଶଙ୍କର ପତି, ଶଶାଙ୍କ ଶେଖର ପତି ଓ ପୂଜକ ନାଗେନ୍ଦ୍ରଭୂଷଣ କର ପ୍ରମୁଖ ସମ୍ପନ୍ନ କରିଥିଲେ। ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଯାଜପୁର ଥାନାଧିକାରୀ ଶରତ ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri