ଆଜିଠାରୁ ମା’ ବିରଜାଙ୍କ ରଥଯାତ୍ରା, ପାଦ ଦର୍ଶନ

ଯାଜପୁର ଟାଉନ,୩ା୧୦(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମା’ବିରଜାଙ୍କ କ୍ଷେତ୍ର ନାଭିଗୟାରେ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ବୁଧବାର ପିତୃପକ୍ଷ ପିଣ୍ଡଦାନ ଶେଷ ହୋଇଛି। ଭାରତର କୋଣ ଅନୁକୋଣରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କଲେ ପିତୃଲୋକର ସବୁ ଅତୃତ୍ୱ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାଆନ୍ତି ବୋଲି ଯେଉଁ ପରମ୍ପରା ଅଛି ସେହି ପରମ୍ପରାକୁ ଆଧାର କରି ଭକ୍ତ ପିଣ୍ଡଦାନ କରିବା ସହିତ ମା’ଙ୍କୁ ଦର୍ଶନକରି ପିତୃପୁରୁଷଙ୍କୁ ମୋକ୍ଷ ପାଇଁ ପ୍ରାର୍ଥନା କରିଛନ୍ତି।
ସେହିପରି ମା’ବିରଜାଙ୍କ ରଥ ନିର୍ମାଣ କାର୍ଯ୍ୟ ଇନ୍ଦୁପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବାବେଳେ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ବିରଜା ମନ୍ଦିର ସମ୍ମୁଖରେ ଥିବା ରଥାଧିବାସ ମଣ୍ଡପରେ ରାତ୍ର ୧୦ଟାପରେ ରଥାଧିବାସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ପ୍ରତିପଦା ଦିନ ମା’ଙ୍କ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ରଥଟଣା ହେବ। ୯ଦିନ ବ୍ୟାପୀ ମା’ଙ୍କ ପାଦଦର୍ଶନ ପ୍ରତିପଦା ଗୁରୁବାରଠାରୁ ଆରମ୍ଭ ହେବ। ସେହିପରି ମା’ଙ୍କ ଦୁର୍ଗାତ୍ସୋବ ନିମନ୍ତେ ଦ୍ୱିତୀୟାଷ୍ଟମୀଠାରୁ ଆରମ୍ଭ ହୋଇଥିବା ବିଶେଷ ଷୋଡ଼ଶୋପଚାର ପୂଜା ଅମାବାସ୍ୟା ତିଥିରେ ଅଷ୍ଟମ ଦିନରେ ପହଞ୍ଚତ୍ଛି। ଅମାବାସ୍ୟା ଦିନ ବୈତରଣୀ ଜଳରେ ମା’ଙ୍କୁ ମହାସ୍ନାନ କରାଯିବା ପରେ ବେଶକରାଯାଇ ପହୁଡ଼ କରାଯାଇଥିଲା। ପହୁଡ଼ ଖୋଲିବା ପରେ ମା’ଙ୍କ ଆଳତି କରାଯିବା ସହିତ ରାତ୍ର ୧୦ଟା୫୮ ପରେ ରଥାଧିବାସ କାର୍ଯ୍ୟ ସମ୍ପନ୍ନ ହେବା ପରେ ମା’ଙ୍କ ବିଶେଷ ଷୋଡ଼ଶୋପଚାର ପୂଜା କରାଯାଇ ପହୁଡ଼ କରାଯାଇଥିଲା। ରଥାଧିବାସ କାର୍ଯ୍ୟକ୍ରମ ଓ ବିଶେଷ ଷୋଡ଼ଶୋପଚାର ପୂଜାକୁ ଧର୍ମାଧିକାରୀ ହିମାଂଶୁ ଶେଖର ପତିମିଶ୍ର, ବିରଜା କିଂକର ପତି, ପ୍ରମୋଦ ପତି, ମୋହିନୀ ମୋହନ ପତି, ମନୋରଞ୍ଜନ ପତି, ଡ. ଜ୍ଞାନରଞ୍ଜନ ପତି, ସରୋଜ ପତି, ପ୍ରତାପ କୁମାର ପତି, ପ୍ରଭାତ ରଞ୍ଜନ ପତି, ବିରଜା ଶଙ୍କର ପତି, ଶଶାଙ୍କ ଶେଖର ପତି ଓ ପୂଜକ ନାଗେନ୍ଦ୍ରଭୂଷଣ କର ପ୍ରମୁଖ ସମ୍ପନ୍ନ କରିଥିଲେ। ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଯାଜପୁର ଥାନାଧିକାରୀ ଶରତ ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri