କୋରାପୁଟର ନୀଳାବାଡିରେ ଚାଲିଛି ମା ଅଗ୍ନୀଗଙ୍ଗାଙ୍କ ବଡଯାତ୍ରା, ଶେଷ ଦିନରେ ଭୋଗ ହେବ ମାଗୁର ମାଛ

କୋରାପୁଟ,୧୮।୩( ଅମିତାଭ ବେହେରା) କୋରାପୁଟ ଜିଲାର ବନ୍ଦୁଗାଁ ବ୍ଲକର ନିଳାବାଡି ପଞ୍ଚାୟତରେ ବର୍ତମାନ ମା’ ଅଗ୍ନୀଗଙ୍ଗା ମାଙ୍କ ଚାଲିଛି ବଡ ଯାତ୍ରା। ଏଥିପାଇଁ ଏହି ଅଞ୍ଚଳ ଏକ ପ୍ରକାଣ ଚଳଚଞ୍ଚଳ ହୋଇଛି। ଚଳିତ ମାସ ୮ରୁ ଆରମ୍ଭ ହୋଇଥିବା ମା’ ଅଗ୍ନୀଗଙ୍ଗାଙ୍କ ଏହି ଯାତ୍ରା ନେଇ କୋରାପୁଟ ଜିଲା , ପଡୋଶୀ ରାୟଗଡା ଜିଲା, ପୋଡଶୀ ଆନ୍ଧ୍ର ପ୍ରଦେଶ ସମେତ ଦୁର ଦୁରାନ୍ତରୁ ଦୈନିକ ହଜାରେ ହଜାର ଭକ୍ତ ନିଜର ମାନସିକ ପୁରୁଣ ପାଇଁ ଏଠାକୁ ଛୁଟିଥିବା ଦେଖାଯାଇଛି। ମାଙ୍କ ଠାରେ ବିଶ୍ୱାସ ରହିଛି ଯେ ଯେ କୌଣସି ଭକ୍ତ ନିଜର ମାନସିକ ନେଇ ମାଙ୍କୁ ଡାକିଲେ ସେ ନିଶ୍ଚୟ ତା’ର ଡାକ ଶୁଣିଥାନ୍ତି ବୋଲି ନଜିର ରହିଛି।

ଗତ ୮ ତାରିଖ ମଧ୍ୟ ରାତ୍ରରେ ନିଳାବାଡି ପୁଜା କମିଟି ଦ୍ୱାରା ମାଙ୍କୁ ନିଳାବାଡିସ୍ଥିତ ମୁଖ୍ୟ ମନ୍ଦିରରେ ପୁଜା ଅର୍ଚ୍ଚନା କରି ବାଜ ବାଜଣା ମଧ୍ୟରେ ନିଳାବାଡି ସଦର ମହକୁମ୍ମାଠାରେ ଥିବା ମାଙ୍କ ଅସ୍ଥାୟୀ ମଣ୍ଡପକୁ ଆଣିଥିବାବେଳେ ମାଙ୍କୁ ଦର୍ଶନ ପାଇଁ ଏଠାରେ ଗତ ୯ ଦିନ ଧରି ହଜାର ହଜାର ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛିା ଏହି ଯାତ୍ରାର ଗତ ରବିବାରଠାରୁ ୩ ଦିନ ଧରି ବଡଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ମଙ୍ଗଳବାର ଦିନ ହେଉଛି ବଡ ଯାତ୍ରାର ଶେଷ ଦିନ। ସେଥିପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ସକାଳେ ମା ତାଙ୍କ ମଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତନ କରିବାକୁ ଥିବାବେଳେ ଭକ୍ତମାନେ ମାଙ୍କୁ ମାଗୁର ମାଛ, ପାରା ଓ କୁକଡା ଦେଇ ମାଙ୍କୁ ବିଦାୟ ଦେବେ। ପରମ୍ପରା ରହିଛି ଯେ ମାଙ୍କୁ ଏହି ସମୟରେ ଜିଅନ୍ତା ମାଗୁର ମାଛ, ପାରା ଓ କୁକଡା ଆଦି ଦେଲେ ମା ଭକ୍ତଙ୍କ ମାନସିକ ପୁରଣ କରିଥାନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ ଓ ରାୟଗଡା ଜିଲାର ସୀମାନ୍ତ ଏବଂ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ସୀମାନ୍ତରେ ନିଳାବାଡି ପଞ୍ଚାୟତରେ ଥିବା ମା ଅଗ୍ନୀଗଙ୍ଗାମାଁ ଙ୍କ ପ୍ରତେକ୍ଷ୍ୟ ମହିମା ରହିଛିା ଏଠାରେ ପ୍ରତି ୨ ବର୍ଷ ଅନ୍ତରାଳରେ ହେଉଥିବା ଏହି ନିଳାବାଡୀର ଅଗ୍ନୀଗଙ୍ଗାମା ଯାତ୍ରାରେ ମିନାବଜାର, ରାମ ଦୋଳି, ସର୍କସ ସହ ଭେଳିକି ଭେଳିକି ଦୋଳିମାନ ଲଗାଯାଇଥିବାବେଳେ ଏଠାରେ ଛତିଶଗଡ, ମଧ୍ୟ ପ୍ରଦେଶ,ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଦୈନିକ ୧୦ ହଜାରରୁ ୫୦ ହଜାର ଯାଏଁ ଭକ୍ତଙ୍କ ସମାଗମ ହେଉଥିବାରୁ ଯାତ୍ରା କମିଟି ଓ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ବନ୍ଧୁଗାଁ ପୋଲିସ ପକ୍ଷରୁ ଭକ୍ତମାନଙ୍କ ଶାନ୍ତି ଶୃଙ୍ଖଳା ଦର୍ଶନ ପାଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବାରୁ ରାଜ୍ୟ ତଥା ପୋଡଶୀ ରାଜ୍ୟରୁ ବିଭିନ୍ନ ସାମାଗ୍ରୀ ଧରି ବ୍ୟସାୟୀମାନେ ଏଠାକୁ ଯାତ୍ରା ଆରମ୍ଭର ପୁର୍ବରୁ ଆସିଥାନ୍ତି। ମାଙ୍କ ନବଦିନ ବ୍ୟାପି ଯାତ୍ରାରେ ସେମାନେ ଦୈନିକ ୫ଲକ୍ଷରୁ ଆରମ୍ଭ କରି ୧୦ ଲକ୍ଷ ଯାଏ ବ୍ୟବସାୟ କରିଥାନ୍ତି। ପ୍ରତ୍ୟହ ଦିନ ମା ବିଭିନ୍ନ ଗ୍ରାମ ବୁଲିଭକ୍ତମାନଙ୍କଠାରୁ ଭୋଗ ଗ୍ରହଣ କରିବା ସହ ଭକ୍ତମାନଙ୍କୁ ଆଶିଷ ପ୍ରଦାନ କରିଥାନ୍ତି ା ମାଙ୍କ ନବଦିନ ଯାତ୍ରା ବୁଧବାର ଶେଷ ହେବ। ଶେଷ ଦିନରେ ମାନସିକଧାରୀମାନେ ମାଙ୍କ ନିକଟରେ ଜୀଅନ୍ତା ମାଗୁର ମାଛ ପିଙ୍ଗି ମାଙ୍କୁ ବିଦାୟ ଦେଉଥିବା ଦୃଶ୍ୟ ବଡ ନିଆରା। ଏହି ଯାତ୍ରା ପାଇଁ ବନ୍ଧୁଗାଁ ତହସିଲ ପକ୍ଷରୁ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥାଏ। ନିଳାବାଡିର ଅଗ୍ନୀଗଙ୍ଗା ମାଁ ଯାତ୍ରା କମିଟିର ଅଧକ୍ଷ ତଥା ତହସିଲଦାର ସୋନାଲି ପାତ୍ର, ଯାତ୍ରା କମିଟି ସଭାପତି ବାଡି ସତ୍ୟମ ନାଇଡୁ, ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏହି ଯାତ୍ରା ଚାଲିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri