କୋରାପୁଟର ନୀଳାବାଡିରେ ଚାଲିଛି ମା ଅଗ୍ନୀଗଙ୍ଗାଙ୍କ ବଡଯାତ୍ରା, ଶେଷ ଦିନରେ ଭୋଗ ହେବ ମାଗୁର ମାଛ

କୋରାପୁଟ,୧୮।୩( ଅମିତାଭ ବେହେରା) କୋରାପୁଟ ଜିଲାର ବନ୍ଦୁଗାଁ ବ୍ଲକର ନିଳାବାଡି ପଞ୍ଚାୟତରେ ବର୍ତମାନ ମା’ ଅଗ୍ନୀଗଙ୍ଗା ମାଙ୍କ ଚାଲିଛି ବଡ ଯାତ୍ରା। ଏଥିପାଇଁ ଏହି ଅଞ୍ଚଳ ଏକ ପ୍ରକାଣ ଚଳଚଞ୍ଚଳ ହୋଇଛି। ଚଳିତ ମାସ ୮ରୁ ଆରମ୍ଭ ହୋଇଥିବା ମା’ ଅଗ୍ନୀଗଙ୍ଗାଙ୍କ ଏହି ଯାତ୍ରା ନେଇ କୋରାପୁଟ ଜିଲା , ପଡୋଶୀ ରାୟଗଡା ଜିଲା, ପୋଡଶୀ ଆନ୍ଧ୍ର ପ୍ରଦେଶ ସମେତ ଦୁର ଦୁରାନ୍ତରୁ ଦୈନିକ ହଜାରେ ହଜାର ଭକ୍ତ ନିଜର ମାନସିକ ପୁରୁଣ ପାଇଁ ଏଠାକୁ ଛୁଟିଥିବା ଦେଖାଯାଇଛି। ମାଙ୍କ ଠାରେ ବିଶ୍ୱାସ ରହିଛି ଯେ ଯେ କୌଣସି ଭକ୍ତ ନିଜର ମାନସିକ ନେଇ ମାଙ୍କୁ ଡାକିଲେ ସେ ନିଶ୍ଚୟ ତା’ର ଡାକ ଶୁଣିଥାନ୍ତି ବୋଲି ନଜିର ରହିଛି।

ଗତ ୮ ତାରିଖ ମଧ୍ୟ ରାତ୍ରରେ ନିଳାବାଡି ପୁଜା କମିଟି ଦ୍ୱାରା ମାଙ୍କୁ ନିଳାବାଡିସ୍ଥିତ ମୁଖ୍ୟ ମନ୍ଦିରରେ ପୁଜା ଅର୍ଚ୍ଚନା କରି ବାଜ ବାଜଣା ମଧ୍ୟରେ ନିଳାବାଡି ସଦର ମହକୁମ୍ମାଠାରେ ଥିବା ମାଙ୍କ ଅସ୍ଥାୟୀ ମଣ୍ଡପକୁ ଆଣିଥିବାବେଳେ ମାଙ୍କୁ ଦର୍ଶନ ପାଇଁ ଏଠାରେ ଗତ ୯ ଦିନ ଧରି ହଜାର ହଜାର ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛିା ଏହି ଯାତ୍ରାର ଗତ ରବିବାରଠାରୁ ୩ ଦିନ ଧରି ବଡଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ମଙ୍ଗଳବାର ଦିନ ହେଉଛି ବଡ ଯାତ୍ରାର ଶେଷ ଦିନ। ସେଥିପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ସକାଳେ ମା ତାଙ୍କ ମଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତନ କରିବାକୁ ଥିବାବେଳେ ଭକ୍ତମାନେ ମାଙ୍କୁ ମାଗୁର ମାଛ, ପାରା ଓ କୁକଡା ଦେଇ ମାଙ୍କୁ ବିଦାୟ ଦେବେ। ପରମ୍ପରା ରହିଛି ଯେ ମାଙ୍କୁ ଏହି ସମୟରେ ଜିଅନ୍ତା ମାଗୁର ମାଛ, ପାରା ଓ କୁକଡା ଆଦି ଦେଲେ ମା ଭକ୍ତଙ୍କ ମାନସିକ ପୁରଣ କରିଥାନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ ଓ ରାୟଗଡା ଜିଲାର ସୀମାନ୍ତ ଏବଂ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ସୀମାନ୍ତରେ ନିଳାବାଡି ପଞ୍ଚାୟତରେ ଥିବା ମା ଅଗ୍ନୀଗଙ୍ଗାମାଁ ଙ୍କ ପ୍ରତେକ୍ଷ୍ୟ ମହିମା ରହିଛିା ଏଠାରେ ପ୍ରତି ୨ ବର୍ଷ ଅନ୍ତରାଳରେ ହେଉଥିବା ଏହି ନିଳାବାଡୀର ଅଗ୍ନୀଗଙ୍ଗାମା ଯାତ୍ରାରେ ମିନାବଜାର, ରାମ ଦୋଳି, ସର୍କସ ସହ ଭେଳିକି ଭେଳିକି ଦୋଳିମାନ ଲଗାଯାଇଥିବାବେଳେ ଏଠାରେ ଛତିଶଗଡ, ମଧ୍ୟ ପ୍ରଦେଶ,ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଦୈନିକ ୧୦ ହଜାରରୁ ୫୦ ହଜାର ଯାଏଁ ଭକ୍ତଙ୍କ ସମାଗମ ହେଉଥିବାରୁ ଯାତ୍ରା କମିଟି ଓ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ବନ୍ଧୁଗାଁ ପୋଲିସ ପକ୍ଷରୁ ଭକ୍ତମାନଙ୍କ ଶାନ୍ତି ଶୃଙ୍ଖଳା ଦର୍ଶନ ପାଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବାରୁ ରାଜ୍ୟ ତଥା ପୋଡଶୀ ରାଜ୍ୟରୁ ବିଭିନ୍ନ ସାମାଗ୍ରୀ ଧରି ବ୍ୟସାୟୀମାନେ ଏଠାକୁ ଯାତ୍ରା ଆରମ୍ଭର ପୁର୍ବରୁ ଆସିଥାନ୍ତି। ମାଙ୍କ ନବଦିନ ବ୍ୟାପି ଯାତ୍ରାରେ ସେମାନେ ଦୈନିକ ୫ଲକ୍ଷରୁ ଆରମ୍ଭ କରି ୧୦ ଲକ୍ଷ ଯାଏ ବ୍ୟବସାୟ କରିଥାନ୍ତି। ପ୍ରତ୍ୟହ ଦିନ ମା ବିଭିନ୍ନ ଗ୍ରାମ ବୁଲିଭକ୍ତମାନଙ୍କଠାରୁ ଭୋଗ ଗ୍ରହଣ କରିବା ସହ ଭକ୍ତମାନଙ୍କୁ ଆଶିଷ ପ୍ରଦାନ କରିଥାନ୍ତି ା ମାଙ୍କ ନବଦିନ ଯାତ୍ରା ବୁଧବାର ଶେଷ ହେବ। ଶେଷ ଦିନରେ ମାନସିକଧାରୀମାନେ ମାଙ୍କ ନିକଟରେ ଜୀଅନ୍ତା ମାଗୁର ମାଛ ପିଙ୍ଗି ମାଙ୍କୁ ବିଦାୟ ଦେଉଥିବା ଦୃଶ୍ୟ ବଡ ନିଆରା। ଏହି ଯାତ୍ରା ପାଇଁ ବନ୍ଧୁଗାଁ ତହସିଲ ପକ୍ଷରୁ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥାଏ। ନିଳାବାଡିର ଅଗ୍ନୀଗଙ୍ଗା ମାଁ ଯାତ୍ରା କମିଟିର ଅଧକ୍ଷ ତଥା ତହସିଲଦାର ସୋନାଲି ପାତ୍ର, ଯାତ୍ରା କମିଟି ସଭାପତି ବାଡି ସତ୍ୟମ ନାଇଡୁ, ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏହି ଯାତ୍ରା ଚାଲିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri