ସଜଡା ହେବାକୁ ଗଲା ‘ମୋ ସାଇକେଲ’

ଭୁବନେଶ୍ୱର, ୨୬/୯ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରର ସାଇକେଲ୍‌ ଟ୍ରାକ୍‌ରେ ପୁଣି ଗଡ଼ିବ ‘ମୋ ସାଇକେଲ’। ବର୍ଷାଦିନ ପରେ ପୁଣିଥରେ ମୋ ସାଇକେଲକୁ ନେଇ ଆଗ୍ରହ ଦେଖାଇବେ ସହରବାସୀ। ଏହି ଆଶା ନେଇ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବାବେଳେ ଏଥିରେ ବାଧକ ସାଜିଛି ଖରାପ ବା ଭଗ୍ନାବସ୍ଥାରେ ଥିବା ସାଇକେଲ। ତେଣୁ ଖରାପ ହୋଇ ପଡି ରହିଥିବା ମୋ ସାଇକେଲ୍‌ଗୁଡିକୁ ସଜାଡିବା ପାଇଁ ଅଣ୍ଟାଭିଡ଼ିଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ। ଗତ ୨/୩ଦିନ ହେବ ସହରର ବିଭିନ୍ନ ସ୍ଥାନରେ ଖରାପ ହୋଇ ପଡିରହିଥିବା ମୋ ସାଇକେଲଗୁଡିକୁ ଉଠାଇ ନେଇ ଶହୀଦନଗରସ୍ଥିତ ଡିପୋରେ ରଖାଯାଉଛି। ସାଇକେଲ୍‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଦୀର୍ଘଦିନ ଧରି ଅବ୍ୟହୃତ ହୋଇ ପଡିରହିଥିବାରୁ ଏବେ ସେହି ସାଇକେଲ୍‌ଗୁଡିକ ଗଡିବ କି ନାହିଁ ସେ ନେଇ ସନ୍ଦେହ ଦେଖାଦେଇଛି। ସେହିପରି ଯଦି ସାଇକେଲ ସଜଡ଼ା ହୋଇ ଆସିଲା, ତେବେ ଲୋକମାନେ ଏହାକୁ ବ୍ୟବହାର କରିବା ପାଇଁ କାହିଁକି ଏବଂ କେମିତି ଆଗ୍ରହ ଦେଖାଇବେ ସେ ନେଇ ସ୍ମାର୍ଟସିଟି ପକ୍ଷରୁ କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇନାହିଁ। ତେଣୁ କେବଳ ଲୋକଦେଖାଣିଆ ଭାବେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ସାଇକେଲ୍‌ ସଜାଡିବାକୁ ବାହାରିଥିବା ମତ ପ୍ରକାଶ ପାଇଛି। ଏପରିକି ମରାମତି ନାଁରେ ସେମିତି କିଛି ଅନିୟମିତତା ହେବନି ତ ବୋଲି ପ୍ରଶ୍ନ ଉଙ୍କି ମାରୁଛି। ପୁଣି ସାଇକେଲର ସ୍ଥିତି ଯାହା, ଆଉ କିଛି କବାଡ଼ିଆ ହାତକୁ ଚାଲିଯିବାର ଆଶଙ୍କା ରହିଛି। ଏପଟେ ସାଇକେଲ ଟ୍ରାକ୍‌ର ଅବସ୍ଥା ଦେଖିଲେ ସହରବାସୀ ମୋ ସାଇକେଲ କେଉଁଠି ଚଲାଇବେ ତାହା ବି ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨ହଜାର ସାଇକେଲ୍‌ରୁ ଏବେ ସହରରେ କେତେ ସାଇକେଲ୍‌ ରହିଛି, ତାହାର ହିସାବ କାହା ପାଖରେ ନାହିଁ। କିଛିଦିନ ତଳେ କେତେକ ସାଇକେଲ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେସବୁ ଚୋରି ସାଇକେଲ୍‌ଗୁଡିକ ମିଳିଲା କି ନାହିଁ ତାହାର ତଥ୍ୟ ମଧ୍ୟ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ଏନେଇ ସ୍ମାର୍ଟସିଟି ଜିଏମ୍‌ ପୁରନ୍ଦର ନନ୍ଦ କହିଛନ୍ତି, ସାଇକେଲଗୁଡିକୁ ସଜଡ଼ାଯାଇ ପୁଣିଥରେ ବ୍ୟବହାର ଯୋଗ୍ୟ କରାଯିବ। ଏବେ ସୁଦ୍ଧା ବିଭିନ୍ନ ସ୍ଥାନରୁ ପ୍ରାୟ ୬ଶହ ସାଇକେଲ ସଂଗ୍ରହ କରାଯାଇ ଡିପୋରେ ସଜଡାଯାଉଛି। ସାଇକେଲ କିଣାଯାଇଥିବା କମ୍ପାନୀ ୟୋଲୋ, ୟୁନୋ ଏହାର ମରାମତି କରୁଛନ୍ତି। ବର୍ଷାପୂର୍ବରୁ ସବୁ ସାଇକେଲ୍‌ର ମରାମତି ସରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଷା ପରେ ଲୋକମାନେ ଏହାକୁ ବ୍ୟବହାର କରିବେ ବୋଲି ଆଶା କରାଯାଉଛି।
୨୦୧୮ ହକି ବିଶ୍ୱକପ୍‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ହଜାର ସାଇକେଲ୍‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ପୁଣି ବିପୁଳ ଟଙ୍କା ଖର୍ଚ୍ଚ କରାଯାଇ ସହରରେ ସାଇକେଲ ଟ୍ରାକ୍‌ ସହ ଏହାର ପ୍ରଚାର ବାହାନାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକେଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌କୁ ସ୍କ୍ରାପ୍‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକେଲ୍‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri