ସୋନାକ୍ଷୀଙ୍କ ସହ ରକ୍ତ ସମ୍ପର୍କକୁ କାଟିଲେ ଭାଇ ଲବ ସିହ୍ନା! କହିଦେଲେ ବଡ଼ କଥା…

ବମ୍ବେ: ନିକଟରେ ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ବେଶ ସାଧାସିଧା ଭାବେ ବିବାହ ଅନୁଷ୍ଠିତ ହୋଇଥିଲା। ଦୁଇ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ସେମାନେ କୋର୍ଟ ମ୍ୟାରେଜ୍‌ କରିଥିଲେ। ପ୍ରଥମେ ଏହି ବିବାହରେ ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଖୁସି ନ ଥିବା କୁହାଯାଉଥିଲା। ହେଲେ ବିବାହରେ ତାଙ୍କ ଉପସ୍ଥିତି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲା। ସେହିଭଳି ବିବାହରେ ଅଭିନେତ୍ରୀଙ୍କୁ ଦୁଇ ଭାଇ ଲବ ଏବଂ କୁଶଙ୍କୁ ଦେଖିବାକୁ ମିଳି ନ ଥିଲା। ଏଣୁ ସେ ଦୁହିଁଙ୍କୁ ନେଇ ମଧ୍ୟ ନାନାଦି ଆଲୋଚନା ହେଉଥିଲା।

ଏବେ ଲବ ସିହ୍ନା ଭଉଣୀଙ୍କ ବିବାହରେ ସାମିଲ ନ ହେବା ପଛର କାରଣ ବିଷୟରେ କହିଛନ୍ତି। ସେ ମଙ୍ଗଳବାର ୨ଟି ଟୁଇଟ୍‌ କରିଛନ୍ତି। ସେଥିରେ ସେ ସୋନାକ୍ଷୀଙ୍କ ଶାଶୁଘର ବିଷୟରେ ଖୁଲାସା କରିଛନ୍ତି। ତାଙ୍କର ପାରିବାରିକ ବ୍ୟବସାୟ ବିଷୟରେ ଭାବିଚିନ୍ତି ଖବର କରାଯାଇଛି। ବରଙ୍କ ବାପା ରାଜନେତାଙ୍କ ସହ ସମ୍ପର୍କ ଅଛି, କେହି ସେ ବିଷୟରେ ଧ୍ୟାନ ଦେଇନାହାନ୍ତି, ଯାହାଙ୍କର ଇଡି ସହ ପଚରାଉଚରା କରାଯାଉଛି। ବରଙ୍କ ବାପା ଦୁବାଇରେ ଥିବା ଜଣା ନ ଥିଲା। ଏଣୁ ବିବାହରେ କାହିଁକି ସାମିଲ ହେଲି ନାହିଁ ତାହା ବହୁତ ସ୍ପଷ୍ଟ। କିଛି ବି ହେଲେ ମୁଁ କିଛି ଲୋକଙ୍କ ସହ ସମ୍ପର୍କ ରଖିବି ନାହିଁ। ବହୁତ ଖୁସି ଯେ ଗଣମାଧ୍ୟମର ଜଣେ ସଦସ୍ୟ ପିଆର୍‌ ଟିମ୍‌ର କାହାଣୀ ନୁହେଁ ବରଂ ନିଜେ ସେ ନେଇ ଖୋଜ ଖବର ନେଇଥିଲେ ବୋଲି ସେ କହିଛନ୍ତି।

ତେବେ ଲବଙ୍କ କଥାରୁ ସେ ପରିବାରକୁ ଆଗରେ ରଖୁଥିଲେ ହେଁ ସୋନାକ୍ଷୀଙ୍କ ଶାଶୁଘର ଲୋକଙ୍କ ସହ ସମ୍ପର୍କ ରଖିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri