ଇମ୍ରାନ୍‌ଙ୍କୁ ପାଗଳ କରିଛି କ୍ଷମତା ଲୋଭ…

ଇସଲାମାବାଦ୍‌, ୨୩।୮ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ନିକଟରେ ତାଙ୍କ ବିରୋଧରେ ଆତଙ୍କବାଦ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ଏବେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଇମ୍ରାନଙ୍କ ନାମ ନ ନେଇ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ଜରଦାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ପ୍ରତି ଥିବା ଲୋଭ ତାଙ୍କୁ ପାଗଳ କରିଦେଇଛି।

ଏହି କ୍ଷମତା ଭୋକିଲା ବ୍ୟକ୍ତି ଆଇନଠାରୁ ଉର୍ଦ୍ଧ୍ୱରେ ଅଛନ୍ତି କି ନାହିଁ ତାହା ନ୍ୟାୟପାଳିକା ଦେଖିବା ଉଚିିତ ବୋଲି ସେ କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସିଫ ଅଲି ଜରଦାରୀ ସିନ୍ଧର ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଏହି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ପ୍ରଦେଶ ଆମକୁ ଦେଖୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଅଛନ୍ତି, ଯାହାର କ୍ଷମତା ପ୍ରତି ଲୋଭ ତାଙ୍କୁ ଦିନକୁ ଦିନ ପାଗଳ କରିଦେଉଛି। ପିଟିଆଇ ମୁଖ୍ୟ ଇମ୍ରାନଙ୍କ ନାମ ନଦେଇ ସେ ସେନା, ପୋଲିସ ଏବଂ ଜଣେ ମହିଳା ମାଜିଷ୍ଟ୍ରେଟଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।

ପିପିପି ଉପାଧ୍ୟକ୍ଷ ଆସିଫ ଅଲି ଜରଦାରୀ ଆହୁରି କହିଛନ୍ତି ଏହି ପଗଳ ବ୍ୟକ୍ତି ପ୍ରତିଦିନ ଆମ ସେନାକୁ ସମାଲୋଚନା କରୁଛନ୍ତି। ଆମ ସୈନ୍ୟ ଆତଙ୍କବାଦୀଙ୍କ ସହ ଲଢୁଛନ୍ତି ଏବଂ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଛନ୍ତି। ଏହାପୂର୍ବରୁ ସେ କହିଥିଲେ ଯେ ସମସ୍ତ ପ୍ରଦେଶ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେ ସବୁ ଦଳକୁ ରାଜନୀତିଠାରୁ ଦୂରରେ ରହିବାକୁ ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ଟି-୨୦ ବିଶ୍ୱକପ୍: ବଡ଼ ଦଳଙ୍କୁ ନାକେଦମ୍ କଲେଣି ‘ଅଣ୍ଡରଡଗ୍ସ’, ଚର୍ଚ୍ଚାରେ ଏସବୁ ମ୍ୟାଚ୍

ନୂଆଦିଲ୍ଲୀ,୯।୨: ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସପ୍ତାହ କ୍ରିକେଟ ଜଗତର ସମସ୍ତ ପୁରୁଣା ସମୀକରଣକୁ ବଦଳାଇ ଦେଇଛି। ଯେଉଁ ଛୋଟ ଦଳମାନଙ୍କୁ ଦିନେ ‘ଦୁର୍ବଳ’ ବୋଲି କୁହାଯାଉଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri