ଲୁରୁ ଗ୍ରାମ ସରକାରୀ ଯୋଜନା ଫେଲ୍‌: ରାତିରେ ଜଙ୍ଗଲ ଭିତରୁ ପାନୀୟ ଜଳ ସଂଗ୍ରହ କରି ଆଣି ଚଳୁଛନ୍ତି

ପାରଳାଖେମୁଣ୍ଡି,୧୩ା୪(ଗିରିଧାରୀ ପରିଛା): ସରକାର ବିଭିନ୍ନ ଯୋଜନା ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକାରୀ କରୁଥିବା ବେଳେ ଏହା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନି। ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଦୁର୍ଗମ ଅଞ୍ଚଳରେ ଫେଲ୍‌ ମାରିଛି ସରକାରୀ ବ୍ୟବସ୍ଥା। ଲୋକେ ଏବେ ମଧ୍ୟ ମୌଳିକ ସୁବିଧା ବଞ୍ଚତ୍ତ ହୋଇ ରହିଛନ୍ତି। ଏପରି ଏକ ଗ୍ରାମ ହେଲା ବ୍ଲକର ନାମନଗଡ ପଞ୍ଚାୟତର ଲୁରୁ ଗ୍ରାମ।
ଲୁରୁ ଗ୍ରାମରେ ପାଖାପାଖି ୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମରେ ପିଇବା ପାଣି ନାହିଁ। ଜଙ୍ଗଲରେ ଥିବା ଚୁଆରୁ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଏହି ପାଣି ସେମାନେ ରାତିରେ ଜଙ୍ଗଲକୁ ଯାଇ ସଂଗ୍ରହ କରି ଆଣନ୍ତି। ସରକାରୀ ଯୋଜନା ନାଁ ଏଠାକାର ଲୋକଙ୍କୁ ମିଳିଛି କେବଳ ପ୍ରତାରଣା। ଗ୍ରାମରେ ଦୀର୍ଘଦିନ ହେଲା ବିଦ୍ୟୁତ୍‌ ମଧ୍ୟ ନାହିଁ। ଅନ୍ଧାର ରାତି କାଟୁଥିବା ଗ୍ରାମବାସୀଙ୍କ ପିଲାମାନେ ଡିବିରି ଆଲୁଅରେ ପାଠ ପଢୁଛନ୍ତି। ଗ୍ରାମବାସୀ ଦୀପ ଜାଳି ରୋଷେଇ କରନ୍ତି। ସ୍ଥାନୀୟ ମହିଳାମାନେ କହନ୍ତି, ଜୀବନକୁ ପାଣି ଛଡେଇ ପିଇବା ପାଣି ପାଇଁ ଜଙ୍ଗଲକୁ ରାତିରେ ଯାଉଛୁ। ଏହି ସମୟରେ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି। ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ରାଜନେତା ସମସ୍ତଙ୍କୁ ଏ ସମ୍ପର୍କରେ କହି ନିରାଶ ହୋଇଛୁ। ଏହିପାଣି ବ୍ୟବହାର କରି ଆମେ ବିଭିନ୍ନ ରୋଗରେ ପୀଡିତ ହେଉଛୁ ବୋଲି କହିଛନ୍ତି ଏହି ମହିଳାମାନେ। ଗ୍ରାମରେ ଭଲ ରାସ୍ତାଟିଏ ନାହିଁ। କାହାର ହଠାତ୍‌ ଦେହ ଖରାପ ହେଲେ ଭଗବାନ ଭରସା ବୋଲି କହିଛନ୍ତି ଗ୍ରାମର ଜନିତ ଭୂୟାଁ ଓ ଜିର୍ମିୟ ଗମାଙ୍ଗ।
ଲୁରୁ ଗ୍ରାମର ଲୋକଙ୍କ ମୁଣ୍ଡ ଉପରକୁ ପହଞ୍ଚତ୍ପାରିନି ସରକାରଙ୍କ ଆବାସ ଯୋଜନା। ଏବେ ବି ଲୋକେ ମାଟି କାନ୍ଥ ସାଙ୍ଗକୁ ଟିଣ ଛପର ଘରେ ରହୁଛନ୍ତି। ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବାକୁ ବାରମ୍ବାର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇ କିଛି ସୁଫଳ ମିଳିନି। ଏପରି କି କେବେ ମଧ୍ୟ ଗ୍ରାମବାସୀଙ୍କ ଅବସ୍ଥା ଅନୁଧ୍ୟାନ କରିବାକୁ କୌଣସି ଅଧିକାରୀ ଆସି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିକ୍ଷାଲାଭ ପାଇଁ ଗ୍ରାମରେ ବିଦ୍ୟାଳୟଟିଏ ନାହିଁ। ଗ୍ରାମର ପିଲାମାନେ ପଢ଼ିବା ପାଇଁ ଅନ୍ୟ ଗ୍ରାମକୁ ଯାଇଥାନ୍ତି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ବିଡିଓ ଦୁଲେରାମ ମାର୍ଣ୍ଡିଙ୍କୁ ପଚାରିବାରୁ ସେ କହିଲେ, ମୁଁ ୨ମାସ ହେଲା ଏହି ବ୍ଲକକୁ ଆସିଛି। ମୋ ପାଖକୁ କେହି ସମ୍ପୃକ୍ତ ଗ୍ରାମର ସମସ୍ୟା ନେଇ ଅଭିଯୋଗ କରିବାକୁ ଆସିନାହାନ୍ତି। ପୂର୍ବତନ ବିଡିଓଙ୍କୁ ସେମାନେ ଜଣାଇଥିବେ। ତେବେ ଏ ଦିଗରେ ମୁଁ ଦେଖିବି। ଗ୍ରାମର ସମସ୍ୟା ଦୂର ପାଇଁ ପଦକ୍ଷେପ ନେବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri