ଲୁରୁ ଗ୍ରାମ ସରକାରୀ ଯୋଜନା ଫେଲ୍‌: ରାତିରେ ଜଙ୍ଗଲ ଭିତରୁ ପାନୀୟ ଜଳ ସଂଗ୍ରହ କରି ଆଣି ଚଳୁଛନ୍ତି

ପାରଳାଖେମୁଣ୍ଡି,୧୩ା୪(ଗିରିଧାରୀ ପରିଛା): ସରକାର ବିଭିନ୍ନ ଯୋଜନା ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକାରୀ କରୁଥିବା ବେଳେ ଏହା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନି। ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଦୁର୍ଗମ ଅଞ୍ଚଳରେ ଫେଲ୍‌ ମାରିଛି ସରକାରୀ ବ୍ୟବସ୍ଥା। ଲୋକେ ଏବେ ମଧ୍ୟ ମୌଳିକ ସୁବିଧା ବଞ୍ଚତ୍ତ ହୋଇ ରହିଛନ୍ତି। ଏପରି ଏକ ଗ୍ରାମ ହେଲା ବ୍ଲକର ନାମନଗଡ ପଞ୍ଚାୟତର ଲୁରୁ ଗ୍ରାମ।
ଲୁରୁ ଗ୍ରାମରେ ପାଖାପାଖି ୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମରେ ପିଇବା ପାଣି ନାହିଁ। ଜଙ୍ଗଲରେ ଥିବା ଚୁଆରୁ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଏହି ପାଣି ସେମାନେ ରାତିରେ ଜଙ୍ଗଲକୁ ଯାଇ ସଂଗ୍ରହ କରି ଆଣନ୍ତି। ସରକାରୀ ଯୋଜନା ନାଁ ଏଠାକାର ଲୋକଙ୍କୁ ମିଳିଛି କେବଳ ପ୍ରତାରଣା। ଗ୍ରାମରେ ଦୀର୍ଘଦିନ ହେଲା ବିଦ୍ୟୁତ୍‌ ମଧ୍ୟ ନାହିଁ। ଅନ୍ଧାର ରାତି କାଟୁଥିବା ଗ୍ରାମବାସୀଙ୍କ ପିଲାମାନେ ଡିବିରି ଆଲୁଅରେ ପାଠ ପଢୁଛନ୍ତି। ଗ୍ରାମବାସୀ ଦୀପ ଜାଳି ରୋଷେଇ କରନ୍ତି। ସ୍ଥାନୀୟ ମହିଳାମାନେ କହନ୍ତି, ଜୀବନକୁ ପାଣି ଛଡେଇ ପିଇବା ପାଣି ପାଇଁ ଜଙ୍ଗଲକୁ ରାତିରେ ଯାଉଛୁ। ଏହି ସମୟରେ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି। ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ରାଜନେତା ସମସ୍ତଙ୍କୁ ଏ ସମ୍ପର୍କରେ କହି ନିରାଶ ହୋଇଛୁ। ଏହିପାଣି ବ୍ୟବହାର କରି ଆମେ ବିଭିନ୍ନ ରୋଗରେ ପୀଡିତ ହେଉଛୁ ବୋଲି କହିଛନ୍ତି ଏହି ମହିଳାମାନେ। ଗ୍ରାମରେ ଭଲ ରାସ୍ତାଟିଏ ନାହିଁ। କାହାର ହଠାତ୍‌ ଦେହ ଖରାପ ହେଲେ ଭଗବାନ ଭରସା ବୋଲି କହିଛନ୍ତି ଗ୍ରାମର ଜନିତ ଭୂୟାଁ ଓ ଜିର୍ମିୟ ଗମାଙ୍ଗ।
ଲୁରୁ ଗ୍ରାମର ଲୋକଙ୍କ ମୁଣ୍ଡ ଉପରକୁ ପହଞ୍ଚତ୍ପାରିନି ସରକାରଙ୍କ ଆବାସ ଯୋଜନା। ଏବେ ବି ଲୋକେ ମାଟି କାନ୍ଥ ସାଙ୍ଗକୁ ଟିଣ ଛପର ଘରେ ରହୁଛନ୍ତି। ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବାକୁ ବାରମ୍ବାର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇ କିଛି ସୁଫଳ ମିଳିନି। ଏପରି କି କେବେ ମଧ୍ୟ ଗ୍ରାମବାସୀଙ୍କ ଅବସ୍ଥା ଅନୁଧ୍ୟାନ କରିବାକୁ କୌଣସି ଅଧିକାରୀ ଆସି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିକ୍ଷାଲାଭ ପାଇଁ ଗ୍ରାମରେ ବିଦ୍ୟାଳୟଟିଏ ନାହିଁ। ଗ୍ରାମର ପିଲାମାନେ ପଢ଼ିବା ପାଇଁ ଅନ୍ୟ ଗ୍ରାମକୁ ଯାଇଥାନ୍ତି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ବିଡିଓ ଦୁଲେରାମ ମାର୍ଣ୍ଡିଙ୍କୁ ପଚାରିବାରୁ ସେ କହିଲେ, ମୁଁ ୨ମାସ ହେଲା ଏହି ବ୍ଲକକୁ ଆସିଛି। ମୋ ପାଖକୁ କେହି ସମ୍ପୃକ୍ତ ଗ୍ରାମର ସମସ୍ୟା ନେଇ ଅଭିଯୋଗ କରିବାକୁ ଆସିନାହାନ୍ତି। ପୂର୍ବତନ ବିଡିଓଙ୍କୁ ସେମାନେ ଜଣାଇଥିବେ। ତେବେ ଏ ଦିଗରେ ମୁଁ ଦେଖିବି। ଗ୍ରାମର ସମସ୍ୟା ଦୂର ପାଇଁ ପଦକ୍ଷେପ ନେବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri