ବୁଲା ପ୍ରାଣୀଙ୍କ ପେଟ ଭରୁଛନ୍ତି ୭୩ ବର୍ଷ ବୟସ୍କା ବୃଦ୍ଧା ଲୁରମା ଦେବୀ…

କୁଲ୍ଲୁ,୬।୭ : ହିମାଚଳପ୍ରଦେଶର ୭୩ ବର୍ଷ ବୟସ୍କା ଲୁରମା ଦେବୀଙ୍କ ପ୍ରାଣୀ ପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ନିଜ ପାଇଁ କିଛି ଖାଇବାକୁ ପାଇଲେ କି ନାହିଁ, ଏଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ, କିନ୍ତୁ ପ୍ରାଣୀମାନେ ଭୋକରେ ରହିବା ଉଚିତ ନୁହେଁ। ଲୁରମା ସେମାନଙ୍କ ପାଇଁ ଘାସ ଏବଂ ପାଣିର ବ୍ୟବସ୍ଥା କରିଥାନ୍ତି। ପାଖରେ ଜଳ ବ୍ୟବସ୍ଥା ନାହିଁ। ଘାଟି ଉପରେ ଏକ କିଲୋମିଟର ଦୂରରେ ପାଣି ରହିଛି। ଲୁରମା ତାଙ୍କ ପିଠିରେ ପାଣି ନେଇ ସେମାନଙ୍କୁ ପିଇବାକୁ ଦିଅନ୍ତି। ଲୁରମା ଦେବୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାର ଲାଭ ପାଇ ନାହାଁନ୍ତି କିମ୍ବା ଲୁରମା ଏହି ଯୋଜନା ବିଷୟରେ ଅବଗତ ନୁହଁନ୍ତି। ଏଭଳି ପରିସ୍ଥିତିରେ ସରକାରୀ ଯୋଜନାର ବିକାଶ ଦାବି ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ବୃଦ୍ଧା ଜଣକ ସେମାନଙ୍କର ଗୋବରରୁ ଅଳ୍ପ ଟଙ୍କା ପାଉଥିଲେ। କିନ୍ତୁ ଏବେ କେହି ଗୋବର କିଣିବାକୁ ମଧ୍ୟ ଆସୁନାହାଁନ୍ତି। କେହି କିଛି ଖାଇବାକୁ ଦେଲେ ଲୁରମା ଖାଇଥାନ୍ତି। ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁର ଲୁରମା ଦେବୀଙ୍କ ନିଜ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ସ୍ବାମୀ ଚାଲିଯିବା ପରେ ଭାଇ ଲୁରମା ଦେବୀଙ୍କ ପାଇଁ ଏକ ଘର ତିଆରି କରିଥିଲେ। ଲୁରମା ଘରେ ଏକୁଟିଆ ରହୁଥିଲେ। ପରେ ସେ ବୁଲା ପ୍ରାଣୀମାନଙ୍କୁ ନିଜ ସହ ରଖିବା ଆରମ୍ଭ କଲେ।

 

ପ୍ରାୟ ୨୫ ଗାଈ, ଷଣ୍ଡ ଏବଂ ବାଛୁରୀଙ୍କୁ ଲୁରମା ରଖିଥିଲେ। ତେବେ ସେମାନଙ୍କୁ ଏକାଠି ରଖିବା ବଡ଼ ସମସ୍ୟା ଥିଲା। ଜଙ୍ଗଲରେ ଏକ ଗୁମ୍ଫା ଥିଲା ।

ଲୁରମା ସେଠାରେ ସମସ୍ତ ବୁଲା ପ୍ରାଣୀମାନଙ୍କୁ ରଖିବା ଆରମ୍ଭ କଲେ। ଗତ ୧୪ ବର୍ଷ ଧରି ଲୁରମା ଏକ ଭଙ୍ଗାରୁଜା ଘରେ ରହୁଥିଲେ। ଜଙ୍ଗଲର ବନ୍ୟଜନ୍ତୁମାନେ ଲୁରମା ଦେବୀଙ୍କ ୧୪ଟି ପ୍ରାଣୀଙ୍କୁ ଶିକାର କରିଥିଲେ। ବର୍ତ୍ତମାନ ୧୧ ଟି ପ୍ରାଣୀଙ୍କୁ ବଞ୍ଚାଇବା ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଲୁରମା ଦେବୀ ବହୁତ ଯତ୍ନ ଏବଂ ଆଗ୍ରହ ସହିତ ସେମାନଙ୍କୁ ପାଳୁଛନ୍ତି। ଲୁରମା ଦେବୀ କହିଛନ୍ତି ପିଲାଦିନରୁ ପଶୁମାନଙ୍କ ପ୍ରତି ତାଙ୍କର ଏକ ଭଲପାଇବା ଅଛି। ସେ ମଧ୍ୟ ବାକି ଜୀବନ ସେମାନଙ୍କୁ ପାଳନରେ ବିତାଇବାକୁ ଚାହାଁନ୍ତି। ବର୍ତ୍ତମାନ ଲୁରମାଦେବୀଙ୍କ ପାଖରେ ୪ ଟି ଷଣ୍ଢ , ତିନୋଟି ଗାଈ ଏବଂ ଚାରି ବାଛୁରୀ ଅଛନ୍ତି।

ଅନୁସୂଚିତ ଜାତିର ଲୁରମା ଦେବୀଙ୍କ ପାଖରେ ବିଦ୍ୟୁତ ଏବଂ ଜଳ ପରି ମୌଳିକ ସୁବିଧା ନାହିଁ। ଜଳର ଉପଲବ୍ଧତା ନ ଥିବାରୁ ଲୁରମା ଦେବୀ ତାଙ୍କ ପ୍ରାଣୀମାନଙ୍କ ପାଇଁ ଏକ କିଲୋମିଟର ଦୂରରେ ଥିବା ଏକ ଉପତ୍ୟକାରୁ ପାଣି ନେଇଥାନ୍ତି। ଲୁରମା ଦେବୀଙ୍କୁ ସରକାରୀ ଯୋଜନାର ଲାଭ ମିଳି ପାରି ନାହିଁ। ଲୁରମା ଦେବୀ ପେନସନ ସୁବିଧା ମଧ୍ୟ ପାଇପାରି ନାହାନ୍ତି। ପ୍ରାଣୀଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରୁଥିବାବେଳେ ବେଳେବେଳେ ତାଙ୍କୁ ପାଣି ପିଇ ପେଟ ଭରିବାକୁ ପଡ଼ିଥାଏ।

ତାଙ୍କ ପାଇଁ ବିଦ୍ୟୁତ ଓ ଜଳ ଯୋଗାଇବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଡିଏମ ଅନି ନରେଶ ବର୍ମା କହିଛନ୍ତି। ମହିଳାମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri