ସ୍ବାଧୀନତା ସଂଗ୍ରାମରେ ଲୁଣିଆ ଗୁଳିକାଣ୍ଡ

ଭଦ୍ରକ ସବ୍‌ଡିଭିଜନରେ ହୋଇଥିବା ଲୁଣିଆ ଗୁଳିକାଣ୍ଡ ସ୍ବାଧୀନତା ସଂଗ୍ରାମର ଏକ ଅଭୁଲା ସ୍ମୃତି। ୧୯୪୨ ସେପ୍ଟେମ୍ବର ୧୬ରେ ତତ୍କାଳୀନ ବାଲେଶ୍ୱର ଜିଲାରେ ଘଟିଥିବା ଏହି ଦୁଃଖଦ ଘଟଣା ବ୍ରିଟିଶ ସରକାରଙ୍କ ବିରୋଧରେ ଲୋକଙ୍କୁ ଏକ୍ରତିତ କରିଥିଲା। ଏହି ଘଟଣାକୁ ଏତେବର୍ଷ ବିତିଯାଇଥିଲେ ମଧ୍ୟ ଆଜି ମନେପଡ଼ିଲେ ଛାତି ଥରିଉଠେ। ଏହି ବର୍ଷ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନ ଡାକି ‘କର ଅବା ମର’ ଭଳି ଆହ୍ବାନ ଦେଇଥିଲେ। ଗାନ୍ଧିଜୀଙ୍କ ଏହି ଆହ୍ବାନକୁ ଚରିତାର୍ଥ କରିବା ପାଇଁ ୧୯୪୨ ସେପ୍ଟେମ୍ବର ୧୬ରେ ଲୁଣିଆ ଗ୍ରାମର ଦୋଳ ମିଳନ ପୀଠରେ ଏକ ବିରାଟ ସଭା ଆୟୋଜନ କରାଯାଇଥିଲା। ଏଥିରେ ବହୁ ସ୍ବାଧୀନତା ସଂଗ୍ରାମୀ ସମବେତ ହୋଇଥାନ୍ତି । ଏହାର ନେତୃତ୍ୱ ସ୍ଥାନୀୟ ଯୁବକ ମୁରଲୀଧର ପଣ୍ଡା ନେଇଥିବା ବେଳେ ସଭାର ସଭାପତି ରାଜମୁକୁନ୍ଦପୁର ଗ୍ରାମର ବୃଦ୍ଧ ରାଧାଶ୍ୟାମ ରାୟମହାପାତ୍ର ଥାନ୍ତି। ଏହି ଅବସରରେ ବ୍ରିଟିଶ୍‌ମାନଙ୍କ କୁଶାସନ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ ସଭିଏଁ ସଂକଳ୍ପ ନିଅନ୍ତି। ସେଠାରେ ଉପସ୍ଥିତ ଗ୍ରାମରକ୍ଷୀମାନଙ୍କର ସରକାରୀ ପୋଷାକ ସହ ସଭାସ୍ଥଳ ନିକଟରେ ଥିବା କାନ୍ଦିଆହୁଦାକୁ ପ୍ରତୀକାତ୍ମକ ଭାବେ ପୋଡି ଦିଅନ୍ତି। ଏହାପରେ ସ୍ବାଧୀନତା ସଂଗ୍ରାମ ଅଞ୍ଚଳରେ ବ୍ୟାପକ ରୂପ ନିଏ। ଲୁଣିଆର ଏହି ଜନଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଭଦ୍ରକର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦିଅନ୍ତି। ତାଙ୍କ ଆଦେଶମତେ ଧାମନଗର ଥାନା ପୋଲିସ ଅଧିକାରୀ ୧୨ଜଣ ସଶସ୍ତ୍ର ଫୌଜ ସହ ସେପ୍ଟେମ୍ବର ୨୧ତାରିଖ ଦିନ ଲୁଣିଆ ଗ୍ରାମ ଅଭିମୁଖେ ଅଗ୍ରସର ହୁଅନ୍ତି। କର୍ଦ୍ଦମାକ୍ତ ଚଲାପଥ ଓ ନଦୀ- ନାଳର ପ୍ରତିବନ୍ଧକ ଅତିକ୍ରମ କରି ପରଦିନ ପ୍ରଭାତରେ ସେମାନେ ଲୁଣିଆ ସନ୍ନିକଟ କଟସହିଠାରେ ପହଞ୍ଚନ୍ତି। ସେମାନଙ୍କ ଆଗମନର ଖବରପାଇ ଆନ୍ଦୋଳନକାରୀମାନେ ବିଭିନ୍ନ ଗ୍ରାମରୁ ଆସି ସେଠାରେ ସଶସ୍ତ୍ର ବାହିନୀର ପଥ ଅବରୋଧ କରନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେଜଣ ସାହସର ସହ ଫୌଜଙ୍କ କାନ୍ଧରୁ ବନ୍ଧୁକ ସବୁ ଛଡ଼ାଇ ନିଅନ୍ତି। ଅନ୍ୟ ଉପାୟ ନ ପାଇ ଫୌଜ ଆନ୍ଦୋଳନକାରୀଙ୍କୁ ଛଳନାପୂର୍ଣ୍ଣ ଭାବେ ବନ୍ଧୁକ ଫେରି ପାଇଲେ ପ୍ରତ୍ୟାବର୍ତ୍ତନ କରିଯିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଫୌଜଙ୍କ କଥାରେ ଭଳି ଯାଇ ଆନ୍ଦୋଳନକାରୀ ବନ୍ଧୁକ ସବୁ ପ୍ରତ୍ୟାର୍ପଣ କରିବା ସହ ବନ୍ଧୁ ଭାବାପନ୍ନ ହୋଇ ଭଲବାଟ ବତାଇ ଦେବାକୁ ସେମାନଙ୍କର ସହଯାତ୍ରୀ ହୁଅନ୍ତି। ଖପରପଦା ଗ୍ରାମ ଉପକଣ୍ଠରେ ଥିବା ଚାନ୍ଦିପଶି ପ୍ରାନ୍ତରରେ ପହଞ୍ଚତ୍ବା କ୍ଷଣି ଫୌଜ ସେଠାରେ ଥିବା ଗଛ ଆଢୁଆଳର ଏକ ସୁବିଧାଜଣକ ନିରାପଦ ସ୍ଥାନକୁ ଝପଟି ଯାଇ ବିନା ସଙ୍କେତରେ ଅତର୍କିତ ଭାବେ ଆନ୍ଦୋଳନକାରୀଙ୍କ ଉପରେ ଗୁଳିବର୍ଷଣ କରନ୍ତି। ଫୌଜର ଅପ୍ରତ୍ୟାଶିତ ଗୁଳିଚାଳନାରେ ସର୍ବପ୍ରଥମେ ରାଜମୁକୁନ୍ଦପୁରର ନିଧି ମହାଳିକ ଟଳିପଡ଼ନ୍ତି । ପରେ ପରେ ଆହୁରି ୮ ଜଣ ମଧ୍ୟ ଶହୀଦ ହୋଇଯାନ୍ତି। ସେମାନେ ହେଲେ ରାଜମୁକୁନ୍ଦପୁରର କୃଷ୍ଣ ମହାଳିକ, ରାଜୁଆଳିବିନ୍ଧାର ଶ୍ୟାମ ମହାଳିକ, ପଥରଡିହର ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଲୁଣିଆର ଶଙ୍କର ବେହେରା ଓ ଅଗଣି ସାହୁ, ଶୁଶୁଆ ଗ୍ରାମର ଗୌରୀ ଜେନା ଏବଂ କାଶିନ୍ଦିପୁରର ନବକିଶୋର ନାୟକ। ସେମାନଙ୍କ ସହ କଟସାହିର ବଂଶୀଧର ପଣ୍ଡା ଏବଂ ଆଙ୍କପଦାର ଚନ୍ଦ୍ର ମହାଳିକଙ୍କ ସହ ଚଉଦ ଜଣ ସଂଗ୍ରାମୀ ମଧ୍ୟ ଲହୁଲୁହାଣ ହୁଅନ୍ତି। କ୍ଷଣକ ମଧ୍ୟରେ ଆର୍ତ୍ତଚିତ୍କାରରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠେ। ଦେଶ ମାତୃକାର ମୁକ୍ତି ସଂଗ୍ରାମରେ ୮ଜଣ ସଂଗ୍ରାମୀ ଶହୀଦ ହୋଇ ଦେଶ ପ୍ରେମର ଅଦ୍ଭୁତ ନିଦର୍ଶନ ଦିଅନ୍ତି। ପରଦିନ ଭଦ୍ରକ ଡାକ୍ତରଖାନାରେ ଶହୀଦମାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇ ଭଦ୍ରକ ଗୋଶାଳା ନିକଟବର୍ତ୍ତୀ ଶ୍ମଶାନରେ ସତ୍କାର କରାଯାଏ।
ଆନ୍ଦୋଳନର ନେତୃତ୍ୱ ନେଇଥିବା ସର୍ଦ୍ଦାର ମୁରଲୀଧର ପଣ୍ଡା ଏବଂ ସଂଗ୍ରାମ ସଭାର ସଭାପତି ହୋଇଥିବା ସତ୍ୟାଗ୍ରହୀ ରାଧାଶ୍ୟାମ ରାୟମହାପାତ୍ରଙ୍କୁ ପୋଲିସ ଧରି ନିର୍ଯାତନା ଦେବା ସହ ଗିରଫ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରେ। ମାତ୍ର ଛାଡ଼ ପାଇବା ପାଇଁ କ୍ଷମାପ୍ରାର୍ଥୀ ହେବାକୁ ମାଜିଷ୍ଟ୍ରେଟଙ୍କ ସର୍ତ୍ତକୁ ପ୍ରଥମ ମୁଦାଲା ରାଧାଶ୍ୟାମ ବାବୁ ପ୍ରତ୍ୟାଖାନ କରନ୍ତି। ଶେଷରେ ଉଭୟଙ୍କୁ ଛଅମାସ ଲେଖାଏ କାରାଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଏ। ଦୁହେଁ ଭଦ୍ରକ ଉପକାରାଗାରରେ ବନ୍ଦୀଜୀବନ ଅତିବାହିତ କରନ୍ତି। ଗୁଳିକାଣ୍ଡ ଘଟିଥିବା ଏହି ସ୍ଥାନର ନାମ ଏବେ ଶହୀଦ ନଗର ହୋଇଥିବାବେଳେ ରକ୍ତ ରଞ୍ଜିତ ଘଟଣାସ୍ଥଳରେ ଶହୀଦମାନଙ୍କ ସ୍ମୃତିରେ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଛି। ସେମାନଙ୍କ ଏହି ବଳିଦାନ ମୁକ୍ତି ସଂଗ୍ରାମରେ ଚିରସ୍ମରଣୀୟ ହୋଇରହଛି। ଗୁଳିକାଣ୍ଡର ଏହି ସ୍ମାରକୀ ଦିବସରେ ଶହୀଦମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ନରେଶ ଚନ୍ଦ୍ର ରାୟମହାପାତ୍ର
ରାଜମୁକୁନ୍ଦପୁର, ଅର୍ଣ୍ଣପାଳ, ଭଦ୍ରକ
ମୋ: ୭୦୦୮୪୫୩୧୦୩


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri