କରୋନା ରୋଗୀଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ

ଚେନ୍ନାଇ, ୩୦ା୮: ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଜଣେ ୪୮ ବର୍ଷୀୟ କରୋନା ରୋଗୀଙ୍କ ଫୁସ୍‌ଫୁସ୍‌କୁ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଉକ୍ତ ରୋଗୀଙ୍କ ଫୁସ୍‌ଫୁସ୍‌ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଜଣେ କରୋନା ରୋଗୀଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯିବା ଏସିଆରେ ପ୍ରଥମ ବୋଲି କୁହାଯାଇଛି। ଲକ୍‌ଡାଉନ୍‌ ପରଠାରୁ ହସ୍ପିଟାଲ ପକ୍ଷରୁ ଏଭଳି ଅପରେଶନ କରାଯାଇ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯିବା ଦ୍ୱିତୀୟ ଘଟଣା ବୋଲି ଦର୍ଶାଯାଇଛି।
ଦିଲ୍ଲୀରୁ ଆସିଥିବା କରୋନା ରୋଗୀ ଜଣକ ଗୁରୁତର ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହୋଇଥିଲେ। ଜୁଲାଇ ୮ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହେବାର ମାସକ ପରେ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ହେବାରୁ କଷ୍ଟ ଅନୁଭବ କରୁଥିଲେ। ଫୁସ୍‌ଫୁସ୍‌ର କିଛି ଅଂଶ ଠିକ୍‌ ଭାବେ କାମ କରୁ ନ ଥିଲା। ଏମିତିକି ନିଃଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ। ଜୁନ୍‌ ୨୦ରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦେହ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ହେଲିକପ୍ଟର ଯୋଗେ ଜୁଲାଇ ୨୦ରେ ଏମ୍‌ଜିଏମ୍‌ ହେଲ୍‌ଥ କେୟାରକୁ ନିଆଯାଇଥିଲା। ପରେ ତାଙ୍କୁ ଏକ ମାସ ଲାଗି ଇସିଏମ୍‌ଓ ସପୋର୍ଟରେ ରଖାଯାଇଥିଲା। ଶେଷରେ ଅଗଷ୍ଟ ୨୭ରେ ଡାକ୍ତରମାନେ ତାଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ ଲାଗି ସ୍ଥିର କରିଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ତଥା ଏମ୍‌ଜିଏମ୍‌ ହେଲ୍‌ଥ କେୟାର୍‌ ହାର୍ଟ ଆଣ୍ଡ ଲଙ୍ଗ୍‌ସ ଟ୍ରାନ୍ସପ୍ଲାଣ୍ଟ ପ୍ରୋଗ୍ରମ ଅଧ୍ୟକ୍ଷ ଡାକ୍ତର କେ. ଆର୍‌. ବାଲକ୍ରିଷ୍ଣନ୍‌ଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଫୁସ୍‌ଫୁସ୍‌ ପ୍ରତିରୋପଣ କରିଥିଲେ। ଏବେ ରୋଗୀ ଜଣକ ଏମ୍‌ଜିଏମ୍‌ ହେଲ୍‌ଥ କେୟାର ଆଇସିୟୁରେ ସୁସ୍ଥ ଥିବା ଜଣାପଡ଼ିଛି। ସେ ଆଉ ଆଗଭଳି ଇସିଏମ୍‌ଓ ସପୋର୍ଟରେ ନାହାନ୍ତି ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାର୍ଟ ଆଣ୍ଡ୍‌ ଲଙ୍ଗ୍‌ସ ଟ୍ରାନ୍ସଫ୍ଲାଣ୍ଟର ସହନିର୍ଦ୍ଦେଶକ ସୁରେଶ ରାଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri