ବାତ୍ୟା ମୋନ୍ଥାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା,୨୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୋନ୍ଥା ବାତ୍ୟା ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ବହିବା ସମ୍ଭାବନା ଥିବାରୁ ଧାନ ଫସଲ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଭିତରକନିକା ଓ ଗହୀରମଥା ଲୁଣା ହେନ୍ତାଳ ୧ . ୬୭ ହେକ୍ଟର ଜଙ୍ଗଲ ବୃଦ୍ଧି ପାଇଛି ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ସାମୁଦ୍ରିକ ଝଡ଼ ବାତ୍ୟାକୁ ପ୍ରତିହତ କରିବା ପାଇଁ ଲୁଣା ହେନ୍ତାଳ ଜଙ୍ଗଲ ଯୋଗୁ ଅନେକ ପରିମାଣରେ ପବନର ବେଗ ହ୍ରାସ ପାଇବା ସହ ସମୁଦ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଭିନ୍ନ କିସମର ଲୁଣା ଚାରା ରୋପଣ କରାଯାଇଛି ବୋଲି ପରିବେଶବିତ୍‌ ଗୌତମ ଗାୟନ୍‌ କହିଛନ୍ତି। ତହସିଲ କାର୍ଯ୍ୟାଳୟ ଓ ବ୍ଲକ ମୁଖ୍ୟ ସଦର ମହକୁମାରେ ଜରୁରୀ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଅପରପକ୍ଷରେ ବ୍ଲକରେ ୫୦ରୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ସମସ୍ତ ରେସ୍କୁ ସରଞ୍ଜାମ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସମୁଦ୍ର ତଟବର୍ତ୍ତୀ ଭିତରକନିକା ୬୭୨ ବର୍ଗ କି.ମି., ଗହୀରମଥାରେ ୨୮ ବର୍ଗ କି.ମି. ଓ ମହାକାଳପଡ଼ା ବନାଞ୍ଚଳରେ ୧୨୦୦ରୁ ଅଧିକ ବର୍ଗ କିମି ଅଞ୍ଚଳରେ ଲୁଣା ହେନ୍ତାଳ ଜଙ୍ଗଲ ଘେରି ରହିଛି ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ଏହି ସମୟରେ ଧାନ ଥୋଡ଼ ବାହାରୁଥିବାରୁ ଆହାର ନେଇଥାଏ। ଲଘୁଚାପ ପ୍ରଭାବରେ ଅଧିକ ପବନ ହେଲେ ଧାନ ଆହାର ନେଇ ନ ପାରିବାରେ ନଷ୍ଟ ହେବା ସହ ଅଗାଡ଼ି ହେବ ବୋଲି କୁହାଯାଇଛି। ଚାଷୀଙ୍କ ବର୍ଷକର ଆହାର ବାତ୍ୟା ଛଡ଼ାଇ ନେବ ବୋଲି ହରି ଗୋଚ୍ଛାୟତ, ଅର୍ଜୁନ ରାଉତ, ଭଗବାନ ରାଉତ, ଶିଶିର ସ୍ବାଇଁ, ରାମକୃଷ୍ଣ ମଣ୍ଡଳ, ମହଦେବ ଗିରି, ଭବେନ୍‌ ମାଇତି, ଶୁକଦେବ ଖିଲାର, ସଦାଶିବ ରାଉତ ପ୍ରମୁଖ ଚାଷୀ କହିଛନ୍ତି।
ଅପରପକ୍ଷରେ ଯେଉଁମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାକାଳପଡ଼ା ବ୍ଲକ ଅଧୀନ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ହେଡ୍‌ କ୍ୱାର୍ଟର ନ ଛାଡିବା ପାଇଁ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର୍‌. ଆୟର ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଉପକୂଳ ଅଞ୍ଚଳ ପଞ୍ଚାୟତ ଜନପ୍ରତିନିଧି ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଥଇଥାନ କରିବା ପାଇଁ ଆଲର୍ଟ କରାଯାଇଛି। ବିଶେଷକରି ବାତ୍ୟା ସମୟରେ ଶିଶୁ, ରୋଗୀ, ଅସହାୟା ମହିଳା, ବୃଦ୍ଧାବୃଦ୍ଧ, ଗର୍ଭବତୀଙ୍କୁ ସୁରକ୍ଷିତ ରଖିବାକୁ ସ୍ବାସ୍ଥ୍ୟଟିମ୍‌, ଅଙ୍ଗନୱାଡି, ଆଶା ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା କର୍ମକର୍ତ୍ତାଙ୍କୁ ଆଲର୍ଟ କରାଯାଇଛି। ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ ପାଇଁ କୁହାଯାଇଛି। ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ, ବତିଘର, ସୁନୀତି, ନାଞ୍ଜୁରା, କେବି ଦାଣ୍ଡୁଆ, ବଉଳକଣି, ରାମନଗର, ଖରୀନାଶି, ଗଗୁଆ, ପେଟଛେଲା ଆଦି ପଞ୍ଚାୟତର ଶତାଧିକ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇ ମାଛ ଧରିଥାନ୍ତି। ବ୍ଲକର ୧୮ଟି ଗ୍ରାମକୁ ସୁନାମି ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର୍‌. ଆୟରଙ୍କୁ ପଚାରିବାରେ ଧାନ ଫସଲ ପ୍ରଭାବିତଙ୍କୁ ଭିତ୍ତିକରି କୃଷି ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଲେଣି। କର୍ମଚାରୀମାନଙ୍କୁ ସମ୍ଭାବ୍ୟ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଲର୍ଟ କରାଯାଇଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri