୮୩ ପିଲାଙ୍କୁ ଜନ୍ମଦେବ ବିଶ୍ୱର ପ୍ରଥମ AI ମନ୍ତ୍ରୀ: ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା

ଟିରାନେ,୨୭।୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଦେଶର ପ୍ରଥମ ଏଆଇ ମନ୍ତ୍ରୀ ଡିଏଲା ଗର୍ଭବତୀ ଅଛି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୮୩ଟି ଏଆଇ ପିଲାଙ୍କୁ ଜନ୍ମ ଦେବେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଆଲବାନିଆ କିପରି ଧୀରେ ଧୀରେ ଏଆଇକୁ ଗ୍ରହଣ କରୁଛି ଏବଂ ସରକାରରେ ସାମିଲ କରୁଛି। ଏହି ୮୩ଟି ଏଆଇ ପିଲା ପ୍ରତ୍ୟେକ ସମାଜବାଦୀ ପାର୍ଟି ସାଂସଦଙ୍କ ପ୍ରତିନିଧିତ୍ୱ କରିବେ।

ଜର୍ମାନୀର ବର୍ଲିନରେ ଗ୍ଲୋବାଲ ଡାଏଲଗ (BGD) ସମ୍ମିଳନୀରେ ସମ୍ବୋଧିତ କରି ରାମା କହିଛନ୍ତି, ଆଜି ଆମେ ଡିଏଲା ସହିତ ଏକ କଠୋର ପଦକ୍ଷେପ ନେଇଥିଲୁ ଏବଂ ଏଥିରେ ଆମେ ସଫଳ ହୋଇଥିଲୁ। ତେଣୁ ପ୍ରଥମ ଥର ପାଇଁ ଡିଏଲା ଗର୍ଭବତୀ ଏବଂ ୮୩ଟି ପିଲା ଜନ୍ମ କରିବେ।

ଏବେ ପ୍ରଶ୍ନ ଉଠୁଛି ଜଣେ ଏଆଇ ମନ୍ତ୍ରୀ କିପରି ଗର୍ଭବତୀ ହେଲେ? ଏହା ଅନେକଙ୍କୁ ଅଜବ ଲାଗୁଛି। ପ୍ରକୃତରେ ଡିଏଲା ଜଣେ ପ୍ରକୃତ ମଣିଷ ନୂହେଁ; ସେ ଜଣେ ଏଆଇ। ପ୍ରଧାନମନ୍ତ୍ରୀ ରାମା କୁହନ୍ତି ଯେ, ଡିଏଲା ଗର୍ଭବତୀ ଏବଂ ୮୩ଟି ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି, ଏହା ପ୍ରକୃତ ଗର୍ଭଧାରଣକୁ ବୁଝାଉନାହିଁ ବରଂ ଏହା ସୂଚାଇବା ପାଇଁ ଏକ ପ୍ରତୀକାତ୍ମକ ଏବଂ ମେଟାଫୋରିକଲ ଉପାୟ। ଡିଏଲାର ୮୩ଟି ଏଆଇ ସହାୟକ ସଂସଦରେ କାମ କରିବେ।

ଏହାର ଅର୍ଥ ହେଉଛି ଏହି ପିଲାମାନେ ପ୍ରକୃତ ମଣିଷ ନୁହଁନ୍ତି ବରଂ ଏକ AI କାର୍ଯ୍ୟକ୍ରମ/ସିଷ୍ଟମର ସହାୟକ ଏଜେଣ୍ଟ ହେବେ, ଯାହା ସାଂସଦମାନଙ୍କୁ ସହାୟତା କରିବ ଏବଂ ତଥ୍ୟ ଟ୍ରାକ କରିବ। PM Rama ଉଦ୍ଦେଶ୍ୟମୂଳକ ଭାବରେ ଏହି ପ୍ରତୀକାତ୍ମକ ବକ୍ତବ୍ୟ ଦେଇଥିଲେ। ପ୍ରକୃତରେ କୌଣସି ଶାରୀରିକ ଗର୍ଭଧାରଣ ହୋଇନାହିଁ। ଏହା କେବଳ AI ବ୍ୟବସ୍ଥାକୁ ସରକାରରେ ବିସ୍ତାର କରିବାର ଏକ ସୃଜନଶୀଳ ଉପାୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?