ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ ଭାଜପାରେ ଯୋଗଦେବା ପରେ ଏହାକୁ ନେଇ ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀରେ ବୁଲୁ କହିଥିଲେ, ବରପଦା ଇଞ୍ଜିନିୟରିଂ କଲେଜ ବିବାଦରୁ ମୁକ୍ତି ପାଇବା ପାଇଁ ଲୁଲୁ ଭାଜପା ରାଜ୍ୟ ସଭାପତିଙ୍କ ସହ ଡିଲ୍‌ କରି ଦଳରେ ସାମିଲ ହୋଇଛନ୍ତି। ଏହି ଇଞ୍ଜିନିୟରିଂ କଲେଜର ୨ଶହ କୋଟି ଟଙ୍କା ଦୁର୍ନୀତି ମାମଲାରେ ସେ ଛନ୍ଦି ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ତାଙ୍କୁ ଦଳରେ ସାମିଲ କଲେ କିପରି ବୋଲି ପ୍ରଶ୍ନ କରିଥିଲେ ଏବଂ ଡିସେମ୍ବର ୬ରେ ଭାଜପାରେ ସେ ମିଶିଥିବାରୁ ସେହିଦିନକୁ ସେ କଳା ଦିବସ ପାଳିବେ ବୋଲି କହିଥିଲେ। ପରେ ଲୁଲୁ ଖବରଦାତା ସମ୍ମିଳନୀରେ ଏହାର ଜବାବ ରଖିଥିଲେ। ସେ ରଙ୍ଗଲତା ପ୍ରସଙ୍ଗ ଓ ଭଦ୍ରକ ଦଙ୍ଗା ପ୍ରସଙ୍ଗ ଉଠାଇ ବୁଲୁଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ରବିବାର ଅପରାହ୍ନ ୪ଟାରେ ବୁଲୁ ଭଦ୍ରକସ୍ଥିତ ତାଙ୍କ ବାସଭବନରେ ଖବରଦାତା ସମ୍ମିଳନୀରେ ଏହାର ଜବାବ ରଖିଛନ୍ତି। ରଙ୍ଗଲତା ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଦେଇଥିବା ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ଉଲ୍ଲେଖ ରହିଥିବା ବେଳେ ଏଥିରେ ତାଙ୍କ ପରିବାରର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ତାଙ୍କ ବାପା ଯୁଗଳ ପଟ୍ଟନାୟକ ମନ୍ତ୍ରୀ ଥିବାବେଳେ ୧୯୯୦ରେ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଶାଳୀ ରଙ୍ଗଲତା ନିଜ ଦେହରେ ପେଟ୍ରୋଲ ପକାଇ ନିଅଁା ଲଗାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ନିଜ ସରକାରୀ ଗାଡ଼ିରେ ତାଙ୍କୁ ହସ୍ପିଟାଲ ପଠାଇଥିଲେ ଏବଂ ପୋଲିସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୭୦ ପ୍ରତିଶତରୁ ଅଧିକ ଜଳି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ପୋଲିସ ନିଜଆଡ଼ୁ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଯୁଗଳ ବାବୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୧୦ ମାସ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ରିପୋର୍ଟ ଦେଇଥିଲା ଯେ ରଙ୍ଗଲତା ଆତ୍ମହତ୍ୟା କରିଛନ୍ତି, ତାଙ୍କୁ କେହି ମାରିନାହାନ୍ତି। ସେତେବେଳକୁ ରାଜ୍ୟରେ ସରକାର ବଦଳି ଯାଇଥିଲା। ବିଜୁ ପଟ୍ଟନାୟକଙ୍କ ସରକାରରେ ଲୁଲୁଙ୍କ ବାପା ମନ୍ତ୍ରୀ ଥିଲେ। ସେହିପରି ଭଦ୍ରକ ଦଙ୍ଗା ସମୟରେ ସେ ଭୁବନେଶ୍ୱରରେ ଥିଲେ। ଭଦ୍ରକରେ ଦଙ୍ଗା ହୋଇଥିବା ଜାଣି ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବା ସହ ଭାଇଚାରା ରକ୍ଷା କରିବାକୁ ନିବେଦନ କରିଥିଲେ। ସେହିପରି ବରପଦା ଇଞ୍ଜିନିୟରିଂ କଲେଜ ଡ. ହରେକୃଷ୍ଣ ମହତାବ ପ୍ରତିଷ୍ଠା କରିଥିଲେ। କୌଣସି କାରଣରୁ ଏହା ବନ୍ଦ ହୋଇ ପଡ଼ିଥିବା ବେଳେ ଯୁଗଳ ପଟ୍ଟନାୟକ ଏହାକୁ ପୁଣି ଚାଲୁ କରିଥିଲେ। ଏହି ୨ ପରିବାରରୁ କେହି ଜଣେ ସଦସ୍ୟ ନ ଥିବାବେଳେ ଲୁଲୁଙ୍କ ପରିବାର କେମିତି ମାଲିକାନା ନେଲେ ବୋଲି ବୁଲୁ ପ୍ରଶ୍ନ କରିଛନ୍ତି। ଏହି କଲେଜକୁ ସରକାରୀକରଣ କରିବା ପାଇଁ ଭାଜପା ରାଜ୍ୟ ସଭାପତି ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ପୂର୍ବତନ ରେଲୱେ ବୋର୍ଡ ସଦସ୍ୟ ଉମର ଅଲ୍ଲୀ, ରାଧାକାନ୍ତ ସାମଲ ଓ ବଣିକ ସଂଘ ସଭାପତି ଗୌରାଙ୍ଗ ପଣ୍ଡା ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri