Posted inଖେଳ

ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ଅହମଦାବାଦ,୨୨ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୩୩ ରନରେ ଗୁଜରାଟ ଟାଇଟନ୍ସ (ଜିଟି)କୁ ପରାସ୍ତ କରିଛି। ଲକ୍ଷ୍ନୌ ଦ୍ୱାରା ପ୍ରଦତ୍ତ ୨୩୬ ରନର ଟାର୍ଗେଟର ପିଛା କରୁଥିବା ଗୁଜରାଟ ୨୦ ଓଭରରେ ୯ ଉଇକେଟ ହରାଇ ୨୦୨ ରନ୍‌ କରିଥିଲା। ପୂର୍ବରୁ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିଥିବା ଲକ୍ଷ୍ନୌ ଲାଗି ଏହା ଷଷ୍ଠ ବିଜୟ।

ାମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୩୫ ରନ୍‌ କରିଥିଲା। ମିଚେଲ ମାର୍ଶ ୬୪ ବଲରେ ୧୦ ଚୌକା ଓ ୮ ଛକା ସହିତ ୧୧୭ ରନର ଶତକୀୟ ପାଳି ଖେଳିଥିଲେ। ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ଥିଲା। ନିକୋଲସ ପୁରନ ୨୭ ବଲରେ ୫୬ (୪ ଚୌକା ଓ ୫ ଛକା) ଓ ଏଡେନ ମାରକ୍ରାମ ୩୬ (୩ ଚୌକା ଓ ୨ ଛକା) ରନ କରିଥିଲେ। ଜବାବରେ ଗୁଜରାଟକୁ ଶୁବମନ ଗିଲ ଓ ସାଇ ସୁଦର୍ଶନ ୪୬ ରନ୍‌ର ଆରମ୍ଭ ଦେଇଥିଲେ।

ପ୍ରଥମେ ସୁଦର୍ଶନ ୨୧ (୪ ଚୌକା) ଓ ତାଙ୍କ ପଛରେ ଗିଲ ୩୫ (୭ ଚୌକା) ଏବଂ ଜୋସ ବଟଲର ୩୩ (୩ ଚୌକା ଓ ୨ ଛକା) ରନ୍‌ କରି ପାଭିଲିଅନ ଫେରିଥିଲେ। ପରେ ଶାହରୁଖ ଖାନ ଓ ଶେର୍ଫାନେ ରଦରଫୋର୍ଡ ଚତୁର୍ଥ ଉଇକେଟରେ ୩୯ ବଲରେ ଦ୍ରୁତ ୮୬ ରନ ଯୋଡ଼ିଥିଲେ। ହେଲେ ତାହା ଦଳକୁ ଜିତାଇ ପାରି ନ ଥିଲା। ଦଳ ପାଇଁ ଶାହରୁଖ ଖାନ ୨୯ ବଲରେ ୫୭ (୫ ଚୌକା ଓ ୩ ଛକା) ଓ ରଦରଫୋର୍ଡ ୩୮(୧ ଚୌକା ଓ ୩ ଛକା) ରନ କରି ଥିଲେ। ଫଳରେ ଗୁଜରାଟ ୨୦ ଓଭରରେ ୯ ଉଇକେଟ ହରାଇ ୨୦୨ ରନ୍‌ କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri