Posted inଜାତୀୟ

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା ଉତ୍ତରପ୍ରଦେଶ ଲକ୍ଷ୍ନୌର ଇନ୍ଦିରା ନଗର ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନାକୁ ନେଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଇନ୍ଦିରା ନଗର ଅଞ୍ଚଳର ବାସିନ୍ଦା ରାହୁଲ ତାଙ୍କ ପତ୍ନୀ ତନୁ ସିଂଙ୍କ ସହିତ ହସଖୁସିରେ ରହୁଥିଲେ। ରାହୁଲ ତାଙ୍କ ସ୍ତ୍ରୀ ତନୁଙ୍କୁ ସୀତାପୁରର ଜଣେ ସମ୍ପର୍କୀୟଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ରାହୁଲ ମଜା କରି ସ୍ତ୍ରୀ ତନୁଙ୍କୁ “ତୁମେ ଜଣେ ମାଙ୍କଡ଼ ବୋଲି କହିଥିଲେ। ତନୁ ରାହୁଲଙ୍କ କଥାରେ କ୍ଷୁବ୍ଧ ହୋଇଯାଇଥିଲେ ଏବଂ ଘରକୁ ଆସିବା ପରେ ସେ ଆତ୍ମହତ୍ୟା କରିଦେଇଥିଲେ।

ରିପୋର୍ଟ ଅନୁସାରେ, ତନୁ ମଡେଲିଂ ପ୍ରତି ଆଗ୍ରହୀ ଥିଲେ। କିନ୍ତୁ ସ୍ବାମୀଙ୍କ ମଜାକ୍‌ କଥାକୁ ଅତ୍ୟନ୍ତ ଗମ୍ଭୀର ସହ ନେଇ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଯିବେ ବୋଲି କେହି ବିଶ୍ୱାସ କରିନଥିଲେ । ବହୁତ ସମୟ ପର୍ଯ୍ୟନ୍ତ କୋଠରୀରୁ କୌଣସି ଶବ୍ଦ ନ ଶୁଣିବା ପରେ, ପରିବାର ସଦସ୍ୟମାନେ ଝରକା ଦେଇ ଚାହିଁଲା ବେଳକୁ ତନୁଙ୍କ ମୃତଦେହ ଝୁଲୁଛି। ଇନ୍ସପେକ୍ଟର ଇନ୍ଦିରା ନଗର ସୁନୀଲ କୁମାର ତିୱାରୀଙ୍କ ଅନୁଯାୟୀ, ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri