ମୁଦ୍ରାସ୍ଫୀତି ହ୍ରାସ ଅର୍ଥନୀତି ଅଭିବୃଦ୍ଧି ଆଣିବ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଗତ ୧୫ ମାସରେ ମୁଦ୍ରାସ୍ଫୀତ ହାର ସବୋର୍ଚ୍ଚ ସ୍ତରରେ ରହିଛି। ସେହିଭଳି ମୁଦ୍ରାସ୍ଫୀତ ଓ ଖାଦ୍ୟଶସ୍ୟ ଦରଦାମ ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଆଣିବ ବୋଲି ଶୁକ୍ରବାର ନୂଆଦିଲ୍ଲୀଠାରେ ସିଆଇଆଇ ପକ୍ଷରୁ ଆୟୋଜିତ ବି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏଭଳି କିଛି କହିଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଆକଳନ ଭଲ ହୋଇପାରେ ବୋଲି ନିର୍ମଳା ଆକଳନ କରିଥିବା ବେଳେ ଗତ ୯ ବର୍ଷରେ ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଆର୍ଥିକ ସୁଧାର ବିଷୟରେ ଅର୍ଥମନ୍ତ୍ରୀ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ବିଶେଷକରି ଗତ ୯ବର୍ଷ ମଧ୍ୟରେ ଭାରତରେ ଦ୍ରୁତ ଅର୍ଥନୈତିକ ସୁଧାର ହୋଇଛି। ଏପରିକି ବଜେଟରେ କ୍ୟାପିଟାଲ ଏକ୍ସପେଣ୍ଡିଚର ଅଧିକ ଖର୍ଚ୍ଚ ପ୍ରାବଧାନରୁ ବର୍ତ୍ତମାନର ସକାରାତ୍ମକ ସଙ୍କେତ ଅନୁଭବ କରାଯାଇପାରେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାକୁ ଦେଖିଲେ ଭାରତର ଅର୍ଥବ୍ୟବସ୍ଥା ଭଲ ରହିଛି। ବର୍ତ୍ତମାନ ଦେଶ ପାଇଁ ସପ୍ଲାଏ ଚେନ୍‌ର ବିସ୍ତାର କରିବାର ଆବଶ୍ୟକ ରହିଛି। କୌଣସି ପ୍ରକାର ବିପର୍ଯ୍ୟୟ ସହ ମୁକାବିଲା କରିବାକୁ ଆମକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ। ବିଶେଷକରି ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । କିନ୍ତୁ ତଥାପି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ଅଧିକ ସୁଧ ହାର ରହିବା ଦ୍ୱାରା ଦେଶର ଅର୍ଥନୈତିକ ପୁନରୁଦ୍ଧାର ଉପରେ ପ୍ରଭାବ ପଡ଼ିଥାଏ। ବିଶେଷ କରି ବଜାର ଦର ଓ ଦରବୃଦ୍ଧି କମ୍‌ କରିବାକୁ ହେଲେ ସୁଧହାରକୁ ଏକମାତ୍ର ଅସ୍ତ୍ର ଭାବେ ବ୍ୟବହାର କରିବାକୁ ପଡିଥାଏ। ଫଳରେ ବଜାର ଉପରେ ନିୟନ୍ତ୍ରଣ କରିବା ସହ ଆର୍ଥିକ ବିକାଶକୁ ପ୍ରାଥମକିତା ଉପରେ ଧ୍ୟାନଦେବା ଜରୁରୀ ବୋଲି ସୀତାରାମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri