କମ୍‌ ବୃଷ୍ଟିପାତ: ପଛେଇଛି ଚାଷକାମ

ଖୋର୍ଦ୍ଧା,୧୭ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ସ୍ବାଭାବିକ ବୃଷ୍ଟିପାତଠାରୁ କମ୍‌ ପରିମାଣର ବର୍ଷା ହୋଇ ଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ପ୍ରାୟ ଜୁନ ୧୪ ବେଳକୁ ଓଡ଼ିଶାରେ ମୌସୁମୀ ଆସିଥାଏ। ଚାଷୀ ମୌସୁମୀ ଆଗମନ ପୂର୍ବରୁ ଧାନ ବୁଣିଥାଏ ଏବଂ ତଳି ପକାଇଥାଏ। ଚଳିତବର୍ଷ ମୌସୁମୀ ଆଗମନରେ ବିଳମ୍ବ ଓ ସ୍ବଳ୍ପ ବୃଷ୍ଟି କାରଣରୁ ଚାଷକାମ ପଛେଇଯାଇଛି। ଅନେକ ସ୍ଥାନରେ ଧାନତଳି ରୁଆଯାଇପାରିନାହିଁ। ତେବେ ଗତ ଦୁଇଦିନ ହେଲା ଲଘୁଚାପ ବର୍ଷା କିଛି ମାତ୍ରାରେ ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ଖାଲୁଆ ବିଲରେ ପାଣି ଜମିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଜିଲାରେ ୧ଲକ୍ଷ ୨୦ହଜାର ୧୫୦ ହେକ୍ଟର ଚାଷ ଜମି ରହିଛି। ଚଳିତ ଖରିଫ ଋତୁରେ ୧ଲକ୍ଷ ୩ହଜାର ୧୬୦ ହେକ୍ଟର ଜମିରେ ଧାନ ଫସଲ ହେବ। ତନ୍ମଧ୍ୟରୁ ୧୭ହଜାର ୪୭୫ ହେକ୍ଟର ଢିପ, ୪୩ ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଳ ଲକ୍ଷ୍ୟ ରହିଛି। ସେହିପରି ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୟା, ମଲାଗୁଣୀ, ରଣ ପ୍ରଭୃତି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବାବେଳେ କେନାଲ ଦ୍ୱାରା ୬୮୧୫ ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ। ପ୍ରାୟ ୫୬, ୭୨୧ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ରହିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ଜଳସେଚିତ ଜମିରେ ବୁଣାକାମ ସରିଥିବା ବେଳେ ଅଣଜଳସେଚିତ ଜମିରେ ଜଳାଭାବରୁ ତଳି ନଷ୍ଟ ହେଲାଣି। ଜିଲାରେ ପ୍ରାୟ ୭୦ପ୍ରତିଶତ ଜମିରେ ତଳିବୁଣା ହୋଇପାରିନାହିଁ। କୃଷି ବିଭାଗ ସୂଚନା ଅନୁଯାୟୀ, ପ୍ରାୟ ୭୦ ପ୍ରତିଶତ ଜମିରେ ଏପର୍ଯ୍ୟନ୍ତ ଚାଷକାମ ଆରମ୍ଭ ହୋଇନାହିଁ। ଆଗାମୀ ସପ୍ତାହରେ ସ୍ବାଭାବିକ ବର୍ଷା ନ ହେଲେ ଜିଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ। ସାଧାରଣତଃ ଜୁନ ତୃତୀୟ ସପ୍ତାହଠାରୁ ବର୍ଷା ଆରମ୍ଭ ହୋଇ ଜୁଲାଇରେ ୧୫ରୁ ୨୦ଦିନ ବର୍ଷା ଅନୁଭୂତ ହୋଇଥାଏ। ଏହି ସମୟରେ ହାରାହାରି ସ୍ବାଭାବିକ ଭାବେ ୩୦୬ ମିମି ବର୍ଷା ରେକର୍ଡ କରାଯାଏ। ଜୁଲାଇ ପ୍ରଥମ ସପ୍ତାହରେ ସ୍ବାଭାବିକ ଠାରୁ କମ୍‌ ପରିମାଣ ବର୍ଷା ଅର୍ଥାତ ମାତ୍ର ୫୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ସପ୍ତାହ ସୁଦ୍ଧା ୫୧ ପ୍ରତିଶତ ବର୍ଷା ହୋଇଥିବା ଜଣାପଡ଼ିଛି। ଜୁନ ପ୍ରଥମ ସପ୍ତାହରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨ୟ ଓ ୩ୟ ସପ୍ତାହରେ କମ୍‌ ହୋଇଥିବା ବେଳେ ଜୁନ ଶେଷ ସୁଦ୍ଧା ହାରାହାରି ୧୨୬.୬ ମିମି ବର୍ଷା ହୋଇଥିଲା। ସେଥିମଧ୍ୟରେ ବାଲିଅନ୍ତାରେ ୨୦୩ ମିମି, ବାଲିପାଟଣାରେ ୧୫୬ ମିମି, ଭୁବନେଶ୍ୱରରେ ୧୮୬ ମିମି, ଜଟଣୀରେ ୬୦ ମିମି, ବାଣପୁରରେ ୨୦୯ ମିମି, ବେଗୁନିଆରେ ୫୨ ମିମି, ବୋଲଗଡରେ ୭୬ ମିମି, ଚିଲିକାରେ ୧୧୬ ମିମି, ଖୋର୍ଦ୍ଧାରେ ୭୧ ମିମି, ଟାଙ୍ଗୀରେ ୧୩୬ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଏବେ ଦୁଇଦିନ ଧରି ବର୍ଷା ହେବା ଯୋଗୁ ଚାଷୀ ପୁଣି ଥରେ ବୁଣାକାର୍ଯ୍ୟକୁ ଆଗଭର ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ଦୁଇବର୍ଷ ଧରି ସ୍ବାଭାବିକ ଠାରୁ କମ୍‌ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରେ ଯେନତେନ ପ୍ରକାରେ ଚାଷୀ ଚାଷକରିଥିବାବେଳେ ଫସଲ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ଓ ବାତ୍ୟା ଯୋଗୁ ଜମିରେ ପାଚିଲା ଧାନ ପଚିିଶଢି ନଷ୍ଟ ହୋଇଥିଲା। ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଚଳିତବର୍ଷ ମଲାଗୁଣି ଓ ରାଜୁଆ ବ୍ୟାରେଜରେ ପାଣି ନାହିଁ। ପ୍ରତିବର୍ଷ ଚାଷୀ ଏନେଇ ହୋହଲ୍ଲା କରୁଛନ୍ତି। ଜଳସେଚନ ବିଭାଗ ଓ ଜିଲା ପ୍ରଶାସନକୁ ଦାବିପତ୍ର ଦେଉଛନ୍ତି। ତେବେ କେବଳ ପ୍ରତିଶ୍ରୁତି ମିଳିବା ବ୍ୟତୀତ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀ ପ୍ରତିବର୍ଷ କ୍ଷତି ସହୁଛନ୍ତି। ଏ ନେଇ ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ଚାଷୀ ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟି, ଅନାବୃଷ୍ଟି, ବନ୍ୟା ଓ ବାତ୍ୟା ପ୍ରଭୃତି କାରଣରୁ କ୍ଷତି ସହୁଛନ୍ତି। ରାଜ୍ୟ ସରକାର କେବଳ ଘୋଷଣା, ଭାଷଣବାଜିରେ ସୀମିତ ରହିଛନ୍ତି। ରାଜ୍ୟ ସରକାର ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରନ୍ତୁ। ମହାନଦୀରେ ଛତିଶଗଡ଼ ବ୍ୟାରେଜ ହେଲେ ଓଡ଼ିଶାର କିଛି କ୍ଷତି ହେବ ନାହିଁ କହୁଥିବା ରାଜ୍ୟ ସରକାର ଏବେ ମହାନଦୀକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ହାସ୍ୟାସ୍ପଦ। ରାଜ୍ୟରେ ଆସନ୍ନ ମରୁଡ଼ି ଜଳ ଜଳ ଦେଖାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଜିଲା ଗସ୍ତ କରି ସେ ସମ୍ପର୍କରେ ନୀରବ ରହିବା ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି। ସଚିବ ଜିଲା ଗସ୍ତ ବେଳେ ଚାଷୀଙ୍କ ସମସ୍ୟା କଥା ମଧ୍ୟ ବୁଝନ୍ତୁ, ବାସ୍ତବ ଚିତ୍ର ଜାଣିପାରିବେ ବୋଲି ମଙ୍ଗରାଜ କହିଛନ୍ତି। ସେହିପରି ଉଇଲକିଶନ ନଗରର ଯୁବ ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, ଧାନରୁଆ କି ତଳିପକା କାମ ସରିନାହିଁ। ଆବଶ୍ୟକ ପରିମାଣର ବର୍ଷା ନ ହେଲେ ଚଳିତ ବର୍ଷ କ୍ଷତି ସହିବା ଜଳଜଳ ଦେଖାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri