ଲଘୁଚାପ ବର୍ଷା, ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ସମ୍ବଲପୁର,୨୦ା୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀକୁଳକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ମାନେଶ୍ୱର ଓ ଧନକଉଡ଼ା ବ୍ଲକରେ ହୋଇଥିବା ଧାନ ଫସଲରେ ପାଣି ଜମି ନଷ୍ଟ ହୋଇଛି। ଚଳିତ ଖରିଫ ଋତୁ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାର୍ଯ୍ୟ ଆଗେଇପାରି ନ ଥିଲା। ଆଷାଢ଼ ଓ ଶ୍ରାବଣ ମାସରେ ଆବଶ୍ୟକ ଅନୁସାରେ ବୃଷ୍ଟିପାତ ହୋଇ ନ ଥିବାରୁ ଚାଷୀମାନେ ନିରାଶ ହୋଇପଡ଼ିଥିଲେ। ହୀରାକୁଦ ଜଳଭଣ୍ଡାର ପାଣି ଉପରେ ନିର୍ଭର କରୁଥିବା ଚାଷୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠାଜଳସେଚନ ପ୍ରକଳ୍ପ ଯୋଗୁ ଚାଷ କାର୍ଯ୍ୟ କରିପାରିଥିଲେ। ହେଲେ ଅଣଜଳସେଚିତ ଅଞ୍ଚଳରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ବୁଣାଧାନରେ ମଧ୍ୟ ଗଜା ମରୁଡ଼ି ଦେଖାଦେଇଥିଲା। ଜୁଲାଇ ଶେଷ ପର୍ଯ୍ୟନ୍ତ ଜିଲାରେ ହାରାହାରି ୫୦ ପ୍ରତିଶତ ଚାଷ ହୋଇଥିବା କୃଷି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଚାଷୀମାନେ ବର୍ଷା ନ ହେବାରୁ ଶେଷରେ ଚାଷ କାର୍ଯ୍ୟରୁ ମୁହଁ ଫେରାଇ ନେଇଥିଲେ। ହେଲେ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ଭରସା ହୋଇଛି। ଏବେ ଅଣ ଜଳସେଚିତ ଓ ଜଳସେଚିତ ଜମିରେ ୯୧ ପ୍ରତିଶତ ଚାଷ ଶେଷ ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁ କହିଛନ୍ତି, ବର୍ଷା ଅଭାବରୁ ଜିଲାରେ ଚାଷ ହୋଇପାରୁ ନ ଥିଲା। ଅଣଜଳସେଚିତ ଅଞ୍ଚଳ ବାମରା, କୁଚିଣ୍ଡା, ନାକଟିଦେଉଳ, ରେଢ଼ାଖୋଲ, ଯୁଯୁମୁରା ଆଦି ବ୍ଲକ ଅଞ୍ଚଳରେ ଚାଷୀମାନେ ହତାଶ ହୋଇ ପଡ଼ିଥିଲେ। କୃଷି ବିଭାଗ ମଧ୍ୟ ଏ ନେଇ ଚିନ୍ତାରେ ପଡ଼ିଯାଇଥିଲା। ରୁଆ ଧାନ ଓ ବୁଣାଧାନ ଚାଷରେ ବିଳମ୍ବ ହୋଇଥିଲା। ହେଲେ ଏହି ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି। ବିଭିନ୍ନ ବ୍ଲକ ଅଞ୍ଚଳରୁ ମିଳିଥିବା ରିପୋର୍ଟ ଅନୁସାରେ ଚାଷ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି। ସେହିପରି ଅଣଧାନ ଚାଷକୁ ମଧ୍ୟ ଏହି ବର୍ଷା ଲାଭଦାୟକ ହୋଇଛି। ହେଲେ ଲଗାଣ ବର୍ଷା ଯୋଗୁ ମହାନଦୀର ପିଛିଲା ପାଣି ଆସି କେତେକ ସ୍ଥାନରେ ହୋଇଥିବା ଧାନଚାଷ ନଷ୍ଟ କରିଛି। ଜିଲାର ଧନକଉଡ଼ା ଓ ମାନେଶ୍ୱର ବ୍ଲକରେ ମୋଟ ୫୦୦ ହେକ୍ଟର ଜମି ଜଳମଗ୍ନ ହୋଇଥିବା ଅଭିଯୋଗ ହୋଇଛି। କୃଷି ବିଭାଗ ପକ୍ଷରୁ ମଧ୍ୟ ଏକ ପ୍ରାଥମିକ ରିପୋର୍ଟ ସଂଗ୍ରହ କରାଯାଇଛି। ଏବେ ପରିସ୍ଥିତି ସ୍ବାଭାବିକ ହେବାକୁ ଲାଗିଛି। ଚାଷ ଜମିରୁ ପାଣି ନିଷ୍କାସନ ହେବାରେ ଲାଗିଛି। ପାଣି ନିଷ୍କାସନ ପରେ କେତେ ପରିମାଣ ଜମିରେ ଫସଲ ନଷ୍ଟ ହୋଇଛି ତାହା ଆକଳନ କରାଯିବ। ରାଜସ୍ବ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ପ୍ରତ୍ୟେକ ଅଞ୍ଚଳକୁ ବୁଲି ରିପୋର୍ଟ ସଂଗ୍ରହ କରିବେ। ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ସମ୍ବଲପୁର ଜିଲାର ୯ଟି ବ୍ଲକରେ ଖରିଫ ଋତୁରେ ୧ଲକ୍ଷ ୭ହଜାର ହେକ୍ଟର ଜମିରେ ଚାଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri