ଲଘୁଚାପ ବର୍ଷା, ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ସମ୍ବଲପୁର,୨୦ା୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀକୁଳକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ମାନେଶ୍ୱର ଓ ଧନକଉଡ଼ା ବ୍ଲକରେ ହୋଇଥିବା ଧାନ ଫସଲରେ ପାଣି ଜମି ନଷ୍ଟ ହୋଇଛି। ଚଳିତ ଖରିଫ ଋତୁ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାର୍ଯ୍ୟ ଆଗେଇପାରି ନ ଥିଲା। ଆଷାଢ଼ ଓ ଶ୍ରାବଣ ମାସରେ ଆବଶ୍ୟକ ଅନୁସାରେ ବୃଷ୍ଟିପାତ ହୋଇ ନ ଥିବାରୁ ଚାଷୀମାନେ ନିରାଶ ହୋଇପଡ଼ିଥିଲେ। ହୀରାକୁଦ ଜଳଭଣ୍ଡାର ପାଣି ଉପରେ ନିର୍ଭର କରୁଥିବା ଚାଷୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠାଜଳସେଚନ ପ୍ରକଳ୍ପ ଯୋଗୁ ଚାଷ କାର୍ଯ୍ୟ କରିପାରିଥିଲେ। ହେଲେ ଅଣଜଳସେଚିତ ଅଞ୍ଚଳରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ବୁଣାଧାନରେ ମଧ୍ୟ ଗଜା ମରୁଡ଼ି ଦେଖାଦେଇଥିଲା। ଜୁଲାଇ ଶେଷ ପର୍ଯ୍ୟନ୍ତ ଜିଲାରେ ହାରାହାରି ୫୦ ପ୍ରତିଶତ ଚାଷ ହୋଇଥିବା କୃଷି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଚାଷୀମାନେ ବର୍ଷା ନ ହେବାରୁ ଶେଷରେ ଚାଷ କାର୍ଯ୍ୟରୁ ମୁହଁ ଫେରାଇ ନେଇଥିଲେ। ହେଲେ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ଭରସା ହୋଇଛି। ଏବେ ଅଣ ଜଳସେଚିତ ଓ ଜଳସେଚିତ ଜମିରେ ୯୧ ପ୍ରତିଶତ ଚାଷ ଶେଷ ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁ କହିଛନ୍ତି, ବର୍ଷା ଅଭାବରୁ ଜିଲାରେ ଚାଷ ହୋଇପାରୁ ନ ଥିଲା। ଅଣଜଳସେଚିତ ଅଞ୍ଚଳ ବାମରା, କୁଚିଣ୍ଡା, ନାକଟିଦେଉଳ, ରେଢ଼ାଖୋଲ, ଯୁଯୁମୁରା ଆଦି ବ୍ଲକ ଅଞ୍ଚଳରେ ଚାଷୀମାନେ ହତାଶ ହୋଇ ପଡ଼ିଥିଲେ। କୃଷି ବିଭାଗ ମଧ୍ୟ ଏ ନେଇ ଚିନ୍ତାରେ ପଡ଼ିଯାଇଥିଲା। ରୁଆ ଧାନ ଓ ବୁଣାଧାନ ଚାଷରେ ବିଳମ୍ବ ହୋଇଥିଲା। ହେଲେ ଏହି ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି। ବିଭିନ୍ନ ବ୍ଲକ ଅଞ୍ଚଳରୁ ମିଳିଥିବା ରିପୋର୍ଟ ଅନୁସାରେ ଚାଷ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି। ସେହିପରି ଅଣଧାନ ଚାଷକୁ ମଧ୍ୟ ଏହି ବର୍ଷା ଲାଭଦାୟକ ହୋଇଛି। ହେଲେ ଲଗାଣ ବର୍ଷା ଯୋଗୁ ମହାନଦୀର ପିଛିଲା ପାଣି ଆସି କେତେକ ସ୍ଥାନରେ ହୋଇଥିବା ଧାନଚାଷ ନଷ୍ଟ କରିଛି। ଜିଲାର ଧନକଉଡ଼ା ଓ ମାନେଶ୍ୱର ବ୍ଲକରେ ମୋଟ ୫୦୦ ହେକ୍ଟର ଜମି ଜଳମଗ୍ନ ହୋଇଥିବା ଅଭିଯୋଗ ହୋଇଛି। କୃଷି ବିଭାଗ ପକ୍ଷରୁ ମଧ୍ୟ ଏକ ପ୍ରାଥମିକ ରିପୋର୍ଟ ସଂଗ୍ରହ କରାଯାଇଛି। ଏବେ ପରିସ୍ଥିତି ସ୍ବାଭାବିକ ହେବାକୁ ଲାଗିଛି। ଚାଷ ଜମିରୁ ପାଣି ନିଷ୍କାସନ ହେବାରେ ଲାଗିଛି। ପାଣି ନିଷ୍କାସନ ପରେ କେତେ ପରିମାଣ ଜମିରେ ଫସଲ ନଷ୍ଟ ହୋଇଛି ତାହା ଆକଳନ କରାଯିବ। ରାଜସ୍ବ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ପ୍ରତ୍ୟେକ ଅଞ୍ଚଳକୁ ବୁଲି ରିପୋର୍ଟ ସଂଗ୍ରହ କରିବେ। ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ସମ୍ବଲପୁର ଜିଲାର ୯ଟି ବ୍ଲକରେ ଖରିଫ ଋତୁରେ ୧ଲକ୍ଷ ୭ହଜାର ହେକ୍ଟର ଜମିରେ ଚାଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri