ଲଘୁଚାପ ବର୍ଷା, ବରଗଡ଼ରେ ଅବସ୍ଥା ବେହାଲ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଏହି ଲଘୁଚାପଜନିତ ବର୍ଷାରେ ଜିଲାର ଗାଁଠୁ ସହର ସବୁଆଡେ ଜଳମଗ୍ନ ହୋଇ ପଡିଥିଲା। ଏଥିରେ ଜିଲାର ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ମୁଖ୍ୟତଃ ଅଧିକ ପ୍ରଭାବିତ ହୋଇଥିଲା। ବରଗଡ଼ ସହର ଏଥିରୁ ବାଦ ପଡ଼ି ନ ଥିଲା । ଦୀର୍ଘବର୍ଷ ଧରି ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଥିବା ଯୋଗୁ ବର୍ଷାପାଣି ସହରସ୍ଥିତ ଗଳିକନ୍ଦିରେ ନଈ ଭଳି ପ୍ରବାହିତ ହୋଇଥିଲା। ସେହିପରି ସହରର ତଳି ଅଞ୍ଚଳରେ ରହିଥିବା ଘର ଗୁଡିକୁ ବର୍ଷା ଏବଂ ନର୍ଦ୍ଦମା ପାଣି ପଶିଥିବା ବେଳେ ସରକାରୀ ବସଷ୍ଟାଣ୍ଡ, ବିଭିନ୍ନ କାର୍ଯ୍ୟାଳୟଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ ପଡ଼ି ନ ଥିଲା। ଫଳରେ ଏଥିପାଇଁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସାମାନ୍ୟ ବର୍ଷାରେ ସହରରେ ଏଭଳି ସମସ୍ୟା ସୃଷ୍ଟି ହେଉଥିବାବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ ଏ ପର୍ଯ୍ୟନ୍ତ ଠୋସ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗି ରହିଛି।
ମଙ୍ଗଳବାର ରାତିରୁ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଜିଲାରେ ସମୁଦାୟ ୧୦୫୬ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ଅମ୍ବାଭୋନା ବ୍ଲକରେ ସର୍ବାଧିକ ୧୮୦, ଅତାବିରାରେ ୧୧୬, ବରଗଡ଼ରେ ୧୦୭.୪, ବରପାଲିରେ ୭୦, ଭଟଲିରେ ୯୦.୬, ଭେଡେନରେ ୬୮, ବିଜେପୁରରେ ୮୮, ଗାଇସିଲେଟରେ ୪୧, ଝାରବନ୍ଧରେ ୫୨, ପଦ୍ମପୁରରେ ୬୨, ପାଇକମାଳରେ ୮୦ ଏବଂ ସୋହେଲାରେ ୧୦୧ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବରଗଡ଼ ସହରର ଡ୍ରେନେଜ ବ୍ୟବସ୍ଥା ଅବ୍ୟବସ୍ଥିତ ହୋଇ ପଡ଼ିଥିବା ଯୋଗୁ ବୁଧବାର ସା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାଜଳ ନିଷ୍କାସିତ ହୋଇ ପାରି ନ ଥିଲା। ଫଳରେ ଲୋକଙ୍କୁ ହଟହଟା ହେବାକୁ ପଡିଥିଲା। ସେହିପରି ରାତିସାରା ଅବିଶ୍ରାନ୍ତ ବର୍ଷା ହୋଇଥିବା ଯୋଗୁ ଚାଷୀମାନଙ୍କୁ ମଧ୍ୟ କ୍ଷତି ସହିବାକୁ ପଡିଛି । ଚାଷୀମାନେ ଫସଲରେ ସାର, କୀଟନାଶକ ପ୍ରୟୋଗ କରିଥିବାବେଳେ ବର୍ଷା ଯୋଗୁ ତାହା ଧୋଇ ହୋଇଯାଇଛି । ସେହିପରି ବିଭିନ୍ନ ପରିବା କିଆରୀ ମଧ୍ୟ ଲଘୁଚାପଜନିତ ବର୍ଷାରେ ଯଥେଷ୍ଟ ପ୍ରଭାବିତ ହୋଇଛି ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି।…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri