Posted inଜାତୀୟ

ୟୁପି, ଦିଲ୍ଲୀରେ କମ୍‌ ଭୋଟିଂ ଭାଜପାକୁ କ୍ଷତି

ନୂଆଦିଲ୍ଲୀ,୨୬ା୫ଲୋକ ସଭା ନିର୍ବାଚନ ଶେଷହେବାକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମତଦାନ ହାର କମିଥିବାରୁ ଏହା ଶାସକ ଦଳ ଭାଜପା ପାଇଁ ଚିନ୍ତାର ବିଷୟ ହୋଇଛି। ମତଦାନ କମିଲେ, ଭାଜପା ଜିତିବା କଷ୍ଟକର ହୋଇପାରେ ବୋଲି କେତେଜଣ ମତ ଦେଇଛନ୍ତି। ସାଧାରଣ ନିର୍ବାଚନ ଫଳାଫଳରେ ଉତ୍ତରପ୍ରଦେଶ ପ୍ରମୁଖ ଭୂମିକା ନେଇଥାଏ। ୨୦୧୯ରେ ଭାଜପା ଏହି ରାଜ୍ୟରୁ ୬୪ ଆସନ ଜିତିଥିବାବେଳେ ଦିଲ୍ଲୀର ସମସ୍ତ ୭ ଆସନ ଦଖଲ କରିଥିଲା। ଶନିବାର ସୁଦ୍ଧା ଉତ୍ତରପ୍ରଦେଶରେ ୬ଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ମତଦାନ ହାରକୁ ଦେଖିଲେ, ଏହା ପୂର୍ବାପେକ୍ଷା ଯଥେଷ୍ଟ କମ୍‌ ରହିଛି। ଷଷ୍ଠ ପର୍ଯ୍ୟାୟରେ ୟୁପିରେ ୫୪.୦୩ ପ୍ରତିଶତ ମତଦାନ ହୋଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ଶନିବାର ଅନୁଷ୍ଠିତ ନିର୍ବାଚନରେ ୫୪.୪୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କମ୍‌ ମତଦାନ ବିରୋଧୀ ମେଣ୍ଟ ପାଇଁ ଲାଭଦାୟକ ହେବ ବୋଲି ଅନେକେ ମତ ଦେଇଛନ୍ତି। ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଆଗ୍ରହ କମୁଥିବା ସ୍ପଷ୍ଟ ହୋଇଛି। ୫୪୩ ଆସନ ମଧ୍ୟରୁ ୫ ପର୍ଯ୍ୟାୟରେ ୪୨୭ଟି ଆସନରେ ମତଦାନ ଶେଷ ହୋଇଥିବାବେଳେ ସେଥିରୁ ଏକତୃତୀୟାଂଶ ବା ୧୧୫ଟି ନିର୍ବାଚନମଣ୍ଡଳୀରେ କମ୍‌ ଭୋଟିଂ ହୋଇଛି।
ମତଦାନ ହାର କମିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁନଃନିର୍ବାଚିତ ହେବା ସମ୍ଭାବନାକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ମତଦାନ ପ୍ରତି ଆଗ୍ରହ କରିବାର କେତେକ କାରଣ ମଧ୍ୟରେ ରହିଛି, ଏଥର ସେଭଳି କୌଣସି ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇ ନାହିଁ। ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଲୋକେ ଭୋଟ ଦେବା ପାଇଁ ବୁଥ୍‌କୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେହିପରି ଗ୍ରାମାଞ୍ଚଳରୁ ବହୁ ଲୋକ କାମଧନ୍ଦା ପାଇଁ ସହର ଏବଂ ବାହାର ରାଜ୍ୟରେ ରହୁଥିବାରୁ ଚାକିରି ହରାଇବା ଆଶଙ୍କାରେ ସେମାନେ ଭୋଟ ଦେବା ପାଇଁ ନିଜ ଅଞ୍ଚଳକୁ ଆସିପାରୁ ନାହାନ୍ତି। ଏହିଭଳି ବିଭିନ୍ନ କାରଣରୁ ମତଦାନ ହ୍ରାସ ପାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଷଷ୍ଠ ପର୍ଯ୍ୟାୟରେ ଶନିବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ ମତଦାନ ହାର ୬୧.୧୧ ପ୍ରତିଶତ ରହିଥିବା ଜଣାପଡ଼ିଛି। ଦିଲ୍ଲୀରେ ୫୭.୬୭ ପ୍ରତିଶତ ଭୋଟିଂ ହୋଇଥିବାବେଳେ ପଶ୍ଚିମବଙ୍ଗର ଜଙ୍ଗଲ ମହଲ ଅଞ୍ଚଳରେ ସର୍ବାଧିକ ୭୯.୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ଝାଡ଼ଖଣ୍ଡରେ ୬୩.୭୬, ଉତ୍ତରପ୍ରଦେଶରେ ୫୪.୦୩, ବିହାରରେ ୫୫.୨୪, ଜମ୍ମୁ-କଶ୍ମୀରରେ ୫୪.୧୫ ଓ ହରିୟାଣାରେ ୬୦.୦୬ ପ୍ରତିଶତ ମତଦାନ ହୋଇଥିବା ରାତି ୧୧ଟା ୪୫ ସୁଦ୍ଧା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ବହୁ ଦଶନ୍ଧି ମଧ୍ୟରେ ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରେ ସର୍ବାଧିକ ମତଦାନ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ମୋଟ ୪୮୬ ଆସନରେ ମତଦାନ ସମ୍ପୂର୍ଣ୍ଣ ହୋଇଛି। ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଓ ଇନ୍ଦ୍ରଜିତ ସିଂ, ଭାଜପାର ମାନେକା ଗାନ୍ଧୀ, ମନୋହର ଖଟ୍ଟାର, ମନୋଜ ତିଓ୍ବାରୀ, ପିଡିପିର ମେହବୁବା ମୁଫ୍‌ତି ଏବଂ କଂଗ୍ରେସର କହ୍ନେୟା କୁମାରଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ ପଶ୍ଚିମବଙ୍ଗର ଘଟଲ ଏବଂ କାନ୍ଥି ନିର୍ବାଚନମଣ୍ଡଳୀରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ସଂଘର୍ଷ ଘଟିଥିଲା। ଝାରଗ୍ରାମରେ ଭାଜପା ପ୍ରାର୍ଥୀ ପ୍ରନତ ଟୁଡୁଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛିି। ଷଷ୍ଠ ପର୍ଯ୍ୟାୟରେ ୧୧.୨୩ କୋଟିରୁ ଊର୍ଦ୍ଧ୍ୱ ଭୋଟର ଥିବାବେଳେ ସେମାନଙ୍କ ପାଇଁ ୧.୧୪ ଲକ୍ଷ ବୁଥ୍‌ର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri