Posted inଖେଳ

ଲଭ ଷ୍ଟୋରୀ: କୋଚ୍‌ଙ୍କ ଝିଅକୁ ବିବାହ କରିଥିଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୭: ସୁରେଶ ରାଇନା। ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସାଙ୍ଗକୁ ଚମତ୍କାର ଫିଲ୍ଡିଂ ଲାଗି ବିଶ୍ୱ କ୍ରିକେଟ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କରୋନା ମହାମାରୀ ସତ୍ତ୍ୱେ ଉତ୍ତର ପ୍ରଦେଶର ଏହି ୩୩ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ଜାତୀୟ ଦଳକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବା ଲାଗି ଜୋର୍‌ଦାର ଅଭ୍ୟାସ ଜାରି ରଖିଛନ୍ତି। ସାଥୀ ଖେଳାଳି ରିଷଭ ପନ୍ତଙ୍କ ସହ ଏକାଠି ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ଅନେକ ହୁଏତ ‘ମିଷ୍ଟର ଆଇପିଏଲ୍‌’ ଭାବେ ପରିଚିତ ରାଇନାଙ୍କ ଲଭ୍‌ ଷ୍ଟୋରୀ ବିଷୟରେ ଜାଣି ନ ଥିବେ। ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ବଲ୍‌କୁ ବାଉଣ୍ଡାରୀ ବାହାରକୁ ପଠାଉଥିବା ରାଇନାଙ୍କୁ ଇଞ୍ଜିନିୟର ଚାକିରି କରିଥିବା ଜଣେ ଯୁବତୀ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ। ଏହି ଯୁବତୀଙ୍କ ନାମ ପ୍ରିୟଙ୍କା ଚୌଧୁରୀ। ୩ ଅପ୍ରେଲ ୨୦୧୫ରେ ରାଇନା ଓ ପ୍ରିୟଙ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଲଭ୍‌ ଷ୍ଟୋରୀ ବହୁତ ପୁରୁଣା। ରାଇନାଙ୍କ ପିତା ତ୍ରିଲୋକଚନ୍ଦ ଭାରତୀୟ ସେନାର ଜଣେ କର୍ମଚାରୀ। ସେହିଭଳି ପ୍ରିୟଙ୍କାଙ୍କ ବାପା ସତ୍‌ପାଲ ଶର୍ମା ମୁରାଦ ନଗରରେ ଏକ କଲେଜରେ ଶିକ୍ଷା ଦାନ କରୁଥିବା ସହ ପିଲାଙ୍କୁ ଖେଳ ମଧ୍ୟ ଶିଖାଉଥିଲେ। ରାଇନା ତାଙ୍କ ପିଲାଦିନେ ସତ୍‌ପାଲଙ୍କଠାରୁ ଟ୍ରେନିଂ ନେଇଥିଲେ। ସେହି ସମୟରେ ହିଁ ଉଭୟ ରାଇନା ଓ ପ୍ରିୟଙ୍କାଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା। ଯାହାକି ପରେ ଭଲପାଇବାରେ ପରିବର୍ତ୍ତନ ହୋଇଯାଇଥିଲା ଏବଂ ୨୦୧୫ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପୂର୍ବରୁ ପ୍ରିୟଙ୍କା ନେଦରଲାଣ୍ଡସରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ କାମ କରୁଥିଲେ। ଇଞ୍ଜିନିୟରିଂ କରିବା ପରେ ସେ ଆଇଟି ପ୍ରଫେଶନାଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ମାସିକ ପାରିଶ୍ରମିକ ଲକ୍ଷାଧିକ ଟଙ୍କା ଥିଲା ବୋଲି କୁହାଯାଉଛି। କିନ୍ତୁ ରାଇନାଙ୍କ ସହ ଭାରତରେ ରହିବା ପାଇଁ ପ୍ରିୟଙ୍କା ଶେଷରେ ଚାକିରି ଛାଡ଼ି ସ୍ବଦେଶ ପଳାଇ ଆସିଥିଲେ। ରାଇନା ଓ ପ୍ରିୟଙ୍କାଙ୍କର ଗ୍ରାସିଆ ନାମରେ ଏକ କନ୍ୟା ସନ୍ତାନ ରହିଛି। ଗ୍ରାସିଆଙ୍କ ନାମରେ ପ୍ରିୟଙ୍କା ଏକ ଚ୍ୟାରିଟି ଫାଉଣ୍ଡେସନ ଖୋଲି ଗରିବ ଓ ଅସହାୟ ମହିଳାଙ୍କୁ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri