ଦେବଗଡ଼, ୫।୧୦ (ଶଶାଙ୍କ ଶେଖର ଝାଙ୍କର): ପ୍ରେମିକାଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେ ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ଼ ପୌରାଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେବଗଡ଼ ପୌରାଞ୍ଚଳ ଦୋଳମଣ୍ଡପ ସାହିର ପ୍ରଦୀପ ନାଏକଙ୍କ ପୁଅ ସିଦ୍ଧାନ୍ତ ନାଏକ (୨୪) ପ୍ରଧାନପାଟ ସ୍ଥିତ ଶ୍ମସାନ ନିକଟରେ ଆତ୍ମହତ୍ୟା କରିଛନ୍ତି। ଏକ ରଶି ଯୋଗେ ବେକରେ ଫାଶୀ ଲଗାଇ ଗଛରେ ଝୁଲି ପଡିଥିଲେ। ସୂଚନା ଅନୁଯାୟୀ ସିଦ୍ଧାନ୍ତ ଦୀର୍ଘ ବର୍ଷ ହେଲା ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ତାଙ୍କ ପ୍ରେମିକା ରକ୍ତ ଶିକୁଳି (ସିକଲିନ) ରୋଗରେ ପୀଡିତ ଥିବା ବେଳେ ଗତକାଲି ଆକସ୍ମିକ ମୃତ୍ୟୁ ଘଟିଥିଲା। ସିଦ୍ଧାନ୍ତ ଏଥିରେ ଭାଙ୍ଗି ପଡିଥିଲେ। ସେ ତାଳଚେର ଅଞ୍ଚଳରେ କାମ କରୁଥିବା ବେଳେ ଆଜି ସେଠାରୁ ଛୁଟିରେ ଆସି ପ୍ରଧାନପାଟ ସ୍ଥିତ ଶ୍ମଶାନଘାଟରେ ଦୀର୍ଘ ସମୟ ବସି ରହିବା ପରେ ବେକରେ ଫାଶୀ ଲଗାଇ ଏକ ଗଛରେ ଝୁଲି ପଡିଥିଲେ। ସ୍ଥାନୀୟ କିଛି ଲୋକ ଏହା ଦେଖିବା ପରେ ଦେବଗଡ଼ ଥାନା ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଏବଂ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ଏନେଇ ମୃତକଙ୍କ ପରିବାର ଲୋକ ଦେବଗଡ ଥାନାରେ ଲିଖିତ ଜଣାଇବା ପରେ ପୋଲିସଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଶବ ଜବତ କରାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇ ଦିଆଯାଇଛି।
ଛ୍ଛେେ.େ


