ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ଭାରତୀୟ ସଂସ୍କୃତିରେ ମିଶିଯାଇଛି। ସାରା ବିଶ୍ବରେ ଫେବୃଆରୀ ୧୪କୁ ପ୍ରେମ ଦିବସ ଭାବେ ପାଳନ କରାଯାଉଥିବାବେଳେ ପ୍ରେମିକାପ୍ରେମିକମାନେ ଏହାପୂର୍ବରୁ ପ୍ରେମ ସପ୍ତାହର ପ୍ରତିଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ଫେବୃୟାରୀ ୭ ରୋଜ୍‌ ଡେ’ ବା ଗୋଲପ ଦିବସ ଅବସରରେ ପ୍ରଥମେ ନିଜ ପ୍ରେମୀଙ୍କୁ ଲାଲ ଗୋଲାପ ଏବଂ ତା’ପରେ ପରେ ପ୍ରପୋଜ୍‌, ଚକୋଲେଟ୍‌, ଟେଡି, ପ୍ରମିଜ୍‌, ହଗ୍‌ ଏବଂ କିସ୍‌ ଡେ’ ଖାସ ମୁହୂର୍ତ୍ତ ଆଣିଦେଇଥିଲା। ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହର ଅନ୍ତ ଘଟିବ ଭଲେଣ୍ଟାଇନ ଡେ’ରେ। ଏହି ବିଶେଷ ମୁହୂର୍ତ୍ତକୁ ସବୁଠୁ ସ୍ମରଣୀୟ କରିବା ପାଇଁ ପ୍ରେମ ପକ୍ଷୀମାନେ ପୂରା ପ୍ରସ୍ତୁତିର ସହ ପ୍ରତୀକ୍ଷା କରିବସିଛନ୍ତି।କିଏ ପାର୍କ, ସିନେମା ହଲ୍‌, ପର୍ଯ୍ୟଟନସ୍ଥଳ ତ ଆଉ କିଏ ହୋଟେଲ ଆଉ ରେଷ୍ଟୁରାଣ୍ଟରେ ସମୟ କାଟିବାକୁ ଯୋଜନା କରିଛନ୍ତି। ଦିନଟି କିପରି ନିଜ ସ୍ପେଶାଲ ହେବ, ସେଥିପାଇଁ ରାଜଧାନୀର ଯୁବପିଢିଙ୍କ ମଧ୍ୟରେ ଦେଖାଯାଇଛି ବେଶ୍‌ ଉତ୍ସାହ ଓ ଉଦ୍ଦୀପନା। ଗିଫ୍ଟ କିଣା ଶେଷ ହୋଇଥିବାବେଳେ ଏବେ କେବଳ ଅପେକ୍ଷା ରହିଛି ଭଲେଣ୍ଟାଇନ୍ସ ଡେ’ ସେଲିବ୍ରେଶନକୁ।

ମାନବୀୟ ଶକ୍ତିର ମୁଖ୍ୟ ଉତ୍ସ ପ୍ରେମ

ପ୍ରେମ ମାନବୀୟ ଶକ୍ତିର ମୁଖ୍ୟ ଉତ୍ସ। ମଣିଷ ନିଜ ହୃଦୟରେ ଭରପୂର ମାନବିକତା ଓ ଆପଣାପଣରେ ଆକ୍ତାମାକ୍ତା କରିପାରିବାର ସାମର୍ଥ୍ୟ ରଖିପାରିଲେ ହିଁ ନିଜକୁ ଜଣେ ସଫଳ ପ୍ରେମୀ ବୋଲି ନିର୍ନ୍ଦ୍ୱନ୍ଦ୍ୱରେ ଘୋଷଣା କରିପାରିବ। ମଣିଷ ହୃଦୟରେ ନିହିତ ଏଇ ଐଶ୍ୱରୀୟ ଭାବନାକୁ ଚିରଦିନ ଉଜ୍ଜୀବିତ କରି ରଖିବାର ପ୍ରୟାସ ହିଁ ପ୍ରେମ ଦିବସ।
-ସମର୍ପିତା ପଣ୍ଡା, କର୍ମଜୀବୀ, ଭୁବନେଶ୍ୱର

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ପ୍ରେମରେ ପାର୍କର ସଜଫୁଟା ଗୋଲାପର ଲୋଡ଼ାନାହିଁ। ପ୍ରେମରେ ଲଭଲେଟର୍‌, ଗ୍ରୀଟିଂସ୍‌ କାର୍ଡ କି ହ୍ବାଟ୍ସଆପ୍‌ ମେସେଜ ଅଥବା ଅଧରାତିରେ ଫୋନ୍‌ କଲ୍‌ରେ ପ୍ରପୋଜ ବି ଦରକାର ନାହିଁ। ପ୍ରେମରେ ରିଲିଆନ୍ସ ସ୍ମାର୍ଟର ଚକୋଲେଟ୍‌ ଅବା ଏସ୍‌ପ୍ଲାନେଡର ଟେଡି ଅଥବା ମୁଣ୍ଡ ଛୁଇଁ କି ରାଣ ଖାଇ ପ୍ରମିଜ୍‌ର ଦରକାର ନାହିଁ। ପ୍ରେମରେ ନୟାପଲ୍ଲୀ ଗଳି ମୁଣ୍ଡରେ ନିବିଡ ଆଲିଙ୍ଗନର ଆବଶ୍ୟକତା ନାହିଁ କି ଓୟୋ ରୁମ୍‌ର ଅନ୍ଧାରରେ ଓଠ ଛନ୍ଦା ଚୁମାର ଲୋଡ଼ାନାହିଁ। ପ୍ରେମରେ ଲୋଡ଼ା ବି ତ ନାହିଁ ଭାଲେଣ୍ଟାଇନ୍ସ ଡେ’ ସେଲିବ୍ରେଶନ ସାଙ୍ଗକୁ ସହରର କାଫେ, ମଲ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ସିନେମା ହଲ୍‌ କି ପାର୍କରେ ଅନ୍ତରଙ୍ଗ ମୁହୂର୍ତ୍ତର। ପ୍ରେମ ପାଇଁ ଦିନଟିଏ ନୁହେଁ, ମନଟିଏ ଲୋଡ଼ା। ପ୍ରେମ ସପ୍ତାହର ଗୋଲାପ ଦିବସ ଅଥବା ଫେବୃଆରୀର କୌଣସି ଦିନ ଏସବୁ ଖାଲି ପ୍ରେମ ପାଇଁ ବାହାନା କେବଳ। ପ୍ରେମ ପାଇଁ ମୁହୂର୍ତ୍ତଟେ କ’ଣ, ସାରା ଜୀବନ ବି ଊଣା। ମୋର ଅନ୍ତରର କଥା ଏତିକି, ପ୍ରେମ ଅହରହ ବାସ୍ନାୟିତ ହେଉଥାଉ ମଣିଷ ଭିତରେ। ପ୍ରେମରୁ ମାନବିକତା ପ୍ରକାଶିତ ହେଉଥାଉ ତା’ଠି, ଆଉ ପୁଣି ପ୍ରେମର ଅତର ଛିଞ୍ଚି ହେଇ ଯୁଗେ ଯୁଗେ ମଣିଷ ଦେବତା ପାଲଟୁଥାଉ।
-ଅଂଶୁମାନ ସାହୁ, ଯୁବ ସାହିତି୍ୟକ,ଭୁବନେଶ୍ୱର

ଫ୍ରମ୍‌ ୟୋର୍‌ ଭାଲେଣ୍ଟାଇନ୍‌…

ରୋମ୍‌ରେ କ୍ଲାଉଡିୟସ୍‌ ନାମକ ଜଣେ ଅତ୍ୟାଚାରୀ ରାଜା ଶାସନ କରୁଥିଲେ। ସେ ପ୍ରେମ ଏବଂ ବିବାହର ଘୋର ବିରୋଧୀ ଥିଲେ। ଜଣେ ଅବିବାହିତ ସୈନିକ ବିବାହିତ ସୈନିକଠାରୁ ବେଶି ପ୍ରଭାବଶାଳୀ ବା ଯୋଗ୍ୟ ବୋଲି ସେ ବିଚାର କରୁଥିଲେ। ରାଜ୍ୟର କୌଣସି ସୈନିକ ବିବାହ କରିବେ ନାହିଁ, ଯିଏ ଏହି ଆଦେଶର ଅବମାନନା କରିବ ତାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ରାଜା ଘୋଷଣା କଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍‌ ନାମକ ଜଣେ ସନ୍ଥ ରହୁଥିଲେ, ଯିଏ ରାଜାଙ୍କ ଏଭଳି ଆଦେଶକୁ ବିରୋଧ କରି ସୈନିକମାନଙ୍କୁ ବିବାହ କରିବା ଲାଗି ପ୍ରେରିତ କରିବା ସହ ସେମାନଙ୍କର ବିବାହ କରାଇଲେ। ସମୟ ଗଡ଼ିବା ସହିତ ଭାଲେଣ୍ଟାଇନ୍‌ଙ୍କ ବିଷୟରେ ରାଜା ଅବଗତ ହେଲେ। ରାଜା ଆଦେଶ ଅବମାନନା କରିଥିବାରୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଗଲା। ଏହିଦିନ ଥିଲା ଫେବୃୟାରୀ ୧୪। ହେଲେ ଏହା ପୂର୍ବରୁ ଭାଲେଣ୍ଟାଇନ୍‌ ରୋମାନ୍‌ ଜେଲର୍‌ ଅଷ୍ଟେରିୟସ୍‌ଙ୍କ ଦୃଷ୍ଟିହୀନ କନ୍ୟାଙ୍କୁ ତାଙ୍କ ଆଖି ଦାନ କରିଥିଲେ। ସମୟକ୍ରମେ ଭାଲେଣ୍ଟାଇନ୍‌ ଏବଂ ଅଷ୍ଟେରିୟସ୍‌ଙ୍କ କନ୍ୟାଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ମୃତ୍ୟୁ ପୂର୍ବରୁ ସନ୍ଥ ଭାଲେଣ୍ଟାଇନ୍‌ ନିଜ ପ୍ରେମିକାଙ୍କ ପାଖକୁ ଏକ ଚିଠି ଲେଖିତ୍ଥିଲେ, ଯାହାର ଶେଷରେ ଲେଖାଥିଲା ‘ଫ୍ରମ୍‌ ୟୋର୍‌ ଭାଲେଣ୍ଟାଇନ୍‌…’। ପ୍ରେମର ଦୂତ ଭାଲେଣ୍ଟାଇନ୍‌ଙ୍କ ବଳିଦାନ ଦିବସକୁ ସେବେଠାରୁ ପ୍ରେମ ଦିବସ ଭାବେ ପାଳନ କରାଯାଇ ଆସୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri