ପର ପ୍ରୀତି

ପରକୀୟା ପ୍ରୀତିଜନିତ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ି ଚାଲିବା ଦେଖିବାକୁ ମିଳୁଛି। ନିଜ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ସହ ପ୍ରେମ ସମ୍ବନ୍ଧ ନିବିଡ଼ ହେବା ବା ଶାରୀରିକ ସମ୍ପର୍କ ଗଭୀର ହେବା ପରେ ବିବାହ ବନ୍ଧନରେ ଆବଦ୍ଧ କୌଣସି ପକ୍ଷ ଭୟଙ୍କର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପାଟିତୁଣ୍ଡରେ ତାହା ସୀମିତ ନ ରହି ହତ୍ୟାକାଣ୍ଡଯାଏ କଥା ଯାଉଛି। ପୁଣି ହତ୍ୟାରେ ଏକାଧିକ ଲୋକଙ୍କୁ ସାମିଲ କରି ଦିଆଯାଉଛି। ଘରେ ପିଲାଛୁଆଙ୍କୁ ମତେଇ ତତେଇ ମା’ ସେମାନଙ୍କ ପିତାଙ୍କୁ କିମ୍ବା ପିତା ସେମାନଙ୍କ ମାତାଙ୍କୁ ହତ୍ୟା କରୁଛନ୍ତି। ୩୧ ମେ’ରେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ୍‌ର ଫରେଷ୍ଟରଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ସେହି ସମାନ ଦିନରେ ବିବାହ ବାହାର ସମ୍ପର୍କ ଯୋଗୁ ଅନୁଗୋଳ ଜିଲା କଣିହଁା ଥାନା ମସୁରିହିତା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଛି। ପ୍ରାଣ ହରାଇଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ସ୍ତ୍ରୀଙ୍କୁ ନେଇଆସି ୭ ମାସ ତଳେ ବିବାହ କରିଥିଲେ। ୨ ଜୁନ୍‌ରେ ଆଉ ଏକ ଘଟଣାରେ ଗଞ୍ଜାମ ଜିଲା ଗୋବିନ୍ଦପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ପରକୀୟା ପ୍ରୀତି ଯୋଗୁ ହତ୍ୟା କରିଛନ୍ତି।
ଏଭଳି ଘଟଣାର ତାଲିକା ପ୍ରସ୍ତୁତ କଲେ ତାହା ଲମ୍ବିଲା ଭଳି ଲାଗୁଛି।
୨୦୨୦ରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ସେହି ବର୍ଷ ଘଟିଥିବା ମୋଟ ହତ୍ୟାରୁ ୧୦ ପ୍ରତିଶତରୁ ଅଧିକ ପ୍ରେମ ଓ ପରକୀୟା ପ୍ରୀତିଜନିତ କାରଣରୁ ହୋଇଥିଲା। ଏହି ଧରଣର କାର୍ଯ୍ୟକଳାପ ବଢ଼ିଚାଲୁଥିବାରୁ ହିଂସାକାଣ୍ଡ ବୃଦ୍ଧି ପାଉଥିବା ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ବୁଝାପଡ଼ିଯାଉଛି। ସାଧାରଣତଃ କ୍ରୋଧର ବଶବର୍ତ୍ତୀ ହୋଇ ତତ୍‌କ୍ଷଣାତ୍‌ ଜଣଙ୍କୁ ମାରିଦେବାର ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କୁ ସାହିପଡ଼ିଶା କିମ୍ବା ପରିବାର ସହ ପରିଚିତ ବ୍ୟକ୍ତି ‘ସେ ଠିକ୍‌ କରିଛି’ ବୋଲି କହିବାକୁ ପଛାଇ ନ ଥାଆନ୍ତି। କାରଣ ସେମାନେ ଏଭଳି ସମ୍ପର୍କକୁ ଖରାପ ଦୃଷ୍ଟିରେ ଦେଖିଥାଆନ୍ତି। ଏମିତି ମଧ୍ୟ ହୋଇଥାଏ ଯେ ପରକୀୟା ପ୍ରୀତିରେ ଜଡ଼ିତ ବ୍ୟକ୍ତିଙ୍କୁ ମାରିଦେବା ଲାଗି ଅନେକେ ଉସ୍‌କାଇଥାଆନ୍ତି। ଏଭଳି କରାଗଲେ ସମସ୍ୟାର ସମାଧାନ ହୋଇଗଲା ବୋଲି ସାଧାରଣରେ ଧରିନିଆଯାଇଥାଏ। ହେଲେ ସେତେବେଳେ ସେମାନେ ପରିସ୍ଥିତିର ଭୟାବହତାକୁ ଦେଖି ବୁଝିପାରନ୍ତି ନାହିଁ। ଗରମ ମସ୍ତିଷ୍କରେ ନିଷ୍ପତ୍ତି ନେଇଥାଆନ୍ତି। ଜଣଙ୍କୁ ମାରିଦେଲେ ମୃତକଙ୍କ ଜୀବନରେ ପରିସମାପ୍ତି ଘଟିଗଲା। କିନ୍ତୁ କ୍ରୋଧରେ ଯିଏ ହିଂସାତ୍ମକ କାଣ୍ଡ ଭିଆଇଥାଆନ୍ତି, ତାଙ୍କୁ ଆଜୀବନ ଜେଲ ଜୀବନ ବିତାଇବାକୁ ପଡ଼ିଥାଏ। ଏହି ଯନ୍ତ୍ରଣା ସେହି ବ୍ୟକ୍ତିଙ୍କ ବାକିତକ ଆୟୁଷକୁ କୋରି ଖାଇଦେଇଥାଏ। ଏଥିସହିତ ସ୍ତ୍ରୀ ହୁଅନ୍ତୁ ବା ସ୍ବାମୀ ତାଙ୍କ ପରିବାରକୁ ଜାଣତରେ ନଷ୍ଟ କରିଦେଇଥାଆନ୍ତି।
ପରକୀୟା ପ୍ରୀତି ଯୋଗୁ ଉପୁଜୁଥିବା ଏଭଳି ସାମାଜିକ ତଥା ପାରିବାରିକ ବିଶୃଙ୍ଖଳାର ଅନ୍ୟତମ ସମାଧାନ ବାଟ କହିଲେ ସମ୍ଭବତଃ ବିବାହ ବିଚ୍ଛେଦ ହୋଇପାରେ। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନ ନ ମିଶିଲେ କିମ୍ବା ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଲେ ତାହା ସହଜରେ ବୁଜି ହୋଇ ନ ଥାଏ। ତେଣୁ ହିଂସାବାଟ ଅନୁସରଣ କରିବା ଅପେକ୍ଷା ପରସ୍ପରଠାରୁ ଦୂରେଇଯିବା ବିଜ୍ଞତାର ପରିଚୟ ହେବା କଥା। କେତେକ ଦମ୍ପତି ସ୍ଥଳବିଶେଷରେ ବିବାହ ବିଚ୍ଛେଦକୁ ଗ୍ରହଣ କରି ନେଇଥାଆନ୍ତି। ଅନ୍ୟପକ୍ଷରେ ଅପେକ୍ଷାକୃତ ଅନେକେ ଜିଦ୍‌ଖୋର ମନୋଭାବ ରଖି ହିଂସା ଘଟାଉଛନ୍ତି, ଯାହାର ପରିଣାମ ପର ପିଢ଼ିକୁ ଭୋଗିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri