Categories: ବାଣିଜ୍ୟ

ଲୁଇସ ଫିଲିପ୍‌ର ଲକ୍‌ଜୁରିୟସ ସ୍ନିକର ରେଞ୍ଜ

ଭୁବନେଶ୍ୱର, ୯।୧୦: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ଲୁଇ ଫିଲିପ୍‌ର ନୂତନ ଉତ୍ପାଦ ତଥା ଲକ୍‌ଜୁରିୟସ୍‌ ସ୍ନିକର ରେଞ୍ଜର ଶୁଭାରମ୍ଭ ସହ ଲୁଇ ଫିଲିପ୍‌ ଉତ୍ପାଦ ପୋର୍ଟଫୋଲିର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ଏହି ସ୍ନିକର୍ସଗୁଡିକ ଷ୍ଟାଇଲ୍‌, ଆରାମ ଓ ସୋଫିଷ୍ଟିକେଶନର ନୂତନ ପରିଭାଷା ସୃଷ୍ଟି କରିଛି ଓ ଏହାକୁ ସ୍ବତନ୍ତ୍ର ଭାବେ କସ୍‌ମୋପଲିଟାନ୍‌ ଓ ଫ୍ୟାଶନ ପ୍ରତି ରୁଚି ରହୁଥିବା ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଲୁଇ ଫିଲିପ୍‌ ସ୍ନିକର୍ସ ଫୁଟ୍‌ଓ୍ବେର ଫ୍ୟାଶନରେ ଏକ ନୂତନ ଯୁଗର ଶୁଭାରମ୍ଭ କରିଛି। ଏହା ସହ ଏଥିରେ ଉନ୍ନତ କାରିଗରି ସହିତ ଆଧୁନିକ ଡିଜାଇନ ଓ ଟେକ୍‌ନୋଲୋଜିର ମଧ୍ୟ ବ୍ୟବହାର କରାଯାଇଛି।

ଏ ସମ୍ପର୍କରେ ଲୁଇ ଫିଲିପ୍‌ର ସିଓଓ ଫରିଦା କାଲିୟଦାନ୍‌ କହିଛନ୍ତି, ଆମର ଉପତ୍ାଦ ପୋର୍ଟଫୋଲିଓରେ ଏହି ନୂତନ ଯୋଗ ସହ ଆମେ ଆମର ଗ୍ରାହକମାନଙ୍କ ପାଇଁ ପରିବର୍ତ୍ତିତ ଫ୍ୟାଶନ ପସନ୍ଦର ଚାହିଦାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ, ଯଦ୍ଦ୍ବାରା ସେମାନେ ଷ୍ଟାଇଲ୍‌,ଆରାମ ଓ କାରିଗରିର ଏକ ଅତୁଳନୀୟ ସମାହାର ଲାଭ କରିପାରିବେ। ଆମେ ଆମର ଲକ୍‌ଜୁରିୟସ୍‌ ସ୍ନିକର ରେଞ୍ଜକୁ ଶୁଭାରମ୍ଭକରି ଅତ୍ୟନ୍ତ ଆନନ୍ଦିତ । ଯେଉଁଥିରେ ଅତୁଳନୀୟ ବ୍ରାଣ୍ଡ୍‌ର ଟାଇମଲେସ୍‌ ସୋଫିଷ୍ଟିକେଶନ ଓ ଅତୁଳନୀୟ କ୍ୱାଲିଟି ରହିଛି। ସ୍ନିକରର ପ୍ରତି ଉପାଦାନ, ପ୍ରିମିୟମ ସାମଗ୍ରୀଠାରୁ ଆରମ୍ଭ କରି ଅତୁଳନୀୟ ଷ୍ଟିଚିଂ ଆଦିକୁ ଉତ୍କୃଷ୍ଟ ଭାବେ ପ୍ରସ୍ତୁତ କରାଯାଇଛି, ଯାହାକି ଆମର ଗ୍ରାହକଙ୍କୁ ଏକ ଲକ୍‌ଜୁରିର ଭାବନା ପ୍ରଦାନ କରିବ।

Share