ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ  କୁତୁବାଡ଼ି ଗ୍ରାମର ସାମେଲ ପ୍ରଧାନଙ୍କ ଜୀବନରେ।
ପ୍ରକାଶ ଯେ, ପ୍ରତିଦିନ ମଦପିଇ ସାମେଲଙ୍କ ତାଙ୍କୁ ମାଡ଼ ମାରୁଥିଲେ । ଆଉ ଏଥିରେ ଅତିଷ୍ଠ ହୋଇ ମାତ୍ର ୧୫ ବର୍ଷ ବୟସରୁ ହିଁ ପୁଅ ଘର ଛାଡ଼ିପଳାଇଥିଲେ। ପୁଅକୁ ଖୋଜି ଖୋଜି ମା’ ବାପା  ଓ ପରିବାର ଲୋକେ ଶେଷରେ ନୟାନ୍ତ ହୋଇପଡିଥିଲେ। ମାତ୍ର ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢିଥିବା  ସାମେଲଙ୍କୁ ଏବେ ୫୦ ବର୍ଷ । ତାଙ୍କ ଚେହେରା ବଦଳିଛି  ହେଲେ ସେ ନୁହନ୍ତି। ୩୭ ବର୍ଷ ପରେ  ସାମେଲ  ଏକାକି ଘରକୁ ଫେରିଛନ୍ତି ତାହା ନୁହେଁ ସାଥିରେ ତାଙ୍କର ପୁଅ ଆଉ ସ୍ତ୍ରୀ  ମଧ୍ୟ ଆସିଛନ୍ତି । ଦୀର୍ଘ ବର୍ଷ ପରେ ଗାଁର ହଜିଲା ପୁଅ ସାମେଲ ନିଜ ଗାଁକୁ ଫେରୁଥିବା ଜାଣିବା ପରେ ଗାଁ ଲୋକେ ତାଙ୍କୁ ଦାରିଙ୍ଗବା ବଜାରରୁ ନେଇ କୁତୁବାଡି ଗାଁ ଯାଏଁ ଏକ ଶୋଭାଯାତ୍ରାରେ ସ୍ବାଗତ ଜଣାଇ ପାଛୋଟି ନେଇଥିଲେ।  ଏମିତିକି ଗାଁର କୁନି କୁନି ପିଲାଙ୍କ ଠାରୁ ନେଇ ବୟସ୍କ ଯାଏ ସଭିଏଁ ବାଜାର ତାଳେ ତାଳେ ନାଚି କୁଦି ଖୁସି ମନାଇ ଥିଲେ। ଖାଲି ସେତିକି ନୁହେଁ ଏ ନେଇ ପରିବାର ଲୋକେ ଅଞ୍ଚଳବାସୀଙ୍କ ଲାଗି ଭୋଜି ଭାତର ମଧ୍ୟ ଆୟୋଜନ କରିଥିଲେ । ସାମେଲ ପ୍ରଧାନଙ୍କ ସାଥିରେ ଆସିଥିବା ତାଙ୍କ ପୁଅ ଆନନ୍ଦ ପ୍ରଧାନ ଓ ପତ୍ନୀ ପୁତୁଲି ପ୍ରଧାନ ମଧ୍ୟ ଗାଁରେ ପହଞ୍ଚିବା ପରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ମା’ ପାର୍ବତୀ ପ୍ରଧାନ ପରିଣତ ବୟସରେ ପୁଅ ଫେରିଥିବା ଖୁସିରେ ନାଚିବା ସହ ନାତି ଆନନ୍ଦ ପ୍ରଧାନ ଓ ବୋହୁ ପୁତୁଲି ପ୍ରଧାନଙ୍କୁ  ଜାବୁଡି ଧରି ଗେଲ କରିଥିଲେ। ସାମେଲ ମଝିଆ ଭାଇ ହୋଇଥିବା ବେଳେ ତାଙ୍କର ବଡ ଭାଇ ଓ ସାନ ଭାଇ ମଧ୍ୟ ତାଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇପଡିଥିଲେ। ନିଜ ପରିବାର ସହ ସାମେଲ ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଖୁସି ଅନୁଭବ କରିବା ସହ ତାଙ୍କୁ ପୁନଃଜନ୍ମ  ମଳିଥିବା ଭଳି ମନେ ହେଉଛି ବୋଲି କହିଛନ୍ତି । ତାଙ୍କର ଗୋଟିଏ ପୁଅ ଆଉ ଦୁଇଟି ଝିଅ ସ୍ତ୍ରୀଙ୍କୁ ନେଇ ସେ ଏବେ ଅରୁଣାଞ୍ଚଳ ପ୍ରଦେଶରେ ରହୁଥିବା କହିଛନ୍ତି ।
ସୂଚନାଯୋଗ୍ୟ,  ସାମେଲ ଘର ଛାଡି ଚାଲିଯିବା ପରେ ବିଭିନ୍ନ ସ୍ଥାନରେ ପୁଅକୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିଲା ନାହିଁ। ଶେଷରେ ମା’ ବାପା ନିରାଶ ହେବା ପରେ ପୁଅର  ଶୁଦ୍ଧିକ୍ରିୟା ସମାପନ କରି ଦେଇଥିଲେ । ଏହାରି ଭିତରେ ପୁଅକୁ ଝୁରି ଝୁରି ବାପା ଆରପାରିକୁ ଚାଲି ଯାଇଥିଲେ।  ହେଲେ ମା’ ପୁଅର ଫେରିବା ବାଟକୁ ଅନାଇ ବସିଥିଲେ।  ଆଉ ଶେଷରେ ସେହି ପୁଅ ଆଜି ଦୀର୍ଘ ୩୭ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି।  ହଜିଲା ପୁଅକୁ ପାଇ ମାଆ ଓ ଭାଇ ବନ୍ଧୁ ପରିଜନ ଆଜି ବେଶ ଖୁସି ଅଛନ୍ତି।  ତାଙ୍କର ଦୁଇ ଝିଅ  ମଧ୍ୟ ଭାଇକୁ ଦେଖିବାକୁ ଧାଇଁ ଆସିଛନ୍ତି। ଏବେ ଗାଁକୁ ଆସି ପୁଣି ଅରୁଣାଚଳପ୍ରଦେଶ ଫେରିଯିବେ ବୋଲି ସାମେଲ ପ୍ରଧାନ କହିଛନ୍ତ।

Enter your email to get our daily news in your inbox.

All Right Reserved By Dharitri.Com

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri