Posted inଜାତୀୟ

ହଜିଲା ଚାଇନା-ପାକିସ୍ତାନର ନିଦ, ଭାରତ ପହଞ୍ଚିଲା ଆପାଚେ

ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ଯାହା ଯୋଗୁ କେବଳ ପାକିସ୍ତାନ ନୁହେଁ ବରଂ ଚାଇନାର ସମସ୍ୟା ମଧ୍ୟ ବୃଦ୍ଧି ପାଇବ। ମଙ୍ଗଳବାର ଆପାଚେ ଆଟାକ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ଆମେରିକାରୁ ତିନୋଟି ଆପାଚେ ଆଟାକ ହେଲିକପ୍ଟର ଭାରତରେ ପହଞ୍ଚିଛି। ଏହି ହେଲିକପ୍ଟରଗୁଡ଼ିକୁ ଭାରତୀୟ ସେନାର ଏଭିଏସନ କୋର୍ପ୍ସ ନାଗପୁରରେ ମୁତୟନ କରାଯିବ। ଯାହା ପାଇଁ ଯୋଧପୁରର ନାଗତଲାଭରେ ଆପାଚି ସ୍କ୍ବାର୍ଡନ ପ୍ରସ୍ତୁତ କରାଯାଇଛି। ଏହା ସହିତ, ପାଇଲଟ ଏବଂ ଫିଲ୍ଡ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି।
ସୂଚନାଯୋଗ୍ୟ, ଭାରତୀୟ ସେନା ଏହି ହେଲିକପ୍ଟରକୁ ବହୁତ ଦିନ ଧରି ଅପେକ୍ଷା କରିଥିଲା। ଏହି ହେଲିକପ୍ଟରର ଡେଲିଭରି ଗତ ବର୍ଷ ଜୁନ ମାସରେ ହେବାର ଥିଲା, କିନ୍ତୁ କୋଭିଡ ମହାମାରୀ ଭଳି ସମସ୍ୟା ଯୋଗୁ ଏହାକୁ ଭାରତ ଆଣିବାରେ ଗୋଟିଏ ବର୍ଷ ବିଳମ୍ବ ହୋଇଥିଲା। ଭାରତ ସରକାର ଫେବୃଆରୀ ୨୦୨୦ ରେ ୬ଟି ଆପାଚି AH-64E ଆଟାକ ହେଲିକପ୍ଟର ପାଇଁ ଏକ ଚୁକ୍ତି କରିଥିଲେ। ଏହି ଚୁକ୍ତି ୬୦୦ ମିଲିୟନ ଡଲାର ଅର୍ଥା ପ୍ରାୟ ୫୨୦୦ କୋଟି ଟଙ୍କାରେ କରାଯାଇଥିଲା। ଏହି ଚୁକ୍ତି ଅନୁଯାୟୀ, ଏପର୍ଯ୍ୟନ୍ତ ତିନୋଟି ହେଲିକପ୍ଟର ଭାରତରେ ପହଞ୍ଚିଛି। ଖୁବ ଶୀଘ୍ର ଆଉ ତିନୋଟି ହେଲିକପ୍ଟର ଭାରତକୁ ଯୋଗାଇ ଦିଆଯିବ।
ଆପାଚେ ଆଟାକ ହେଲିକପ୍ଟରକୁ ଉଡ଼ନ୍ତା ତୋପ କୁହାଯାଏ। ଯାହା ବହୁତ ଭାରୀ। ଏହି ହେଲିକପ୍ଟରଗୁଡ଼ିକ ଆକାଶରୁ ଶତ୍ରୁ ଉପରେ ଗୁଳି ବର୍ଷା କରିବାକୁ ସକ୍ଷମ। ଏହି ହେଲିକପ୍ଟରଗୁଡ଼ିକ ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ହେବେ। ଯାହା ଯୋଧପୁରରେ ୪୫୧ ଆର୍ମି ଏଭିଏସନ ସ୍କ୍ବାଡ୍ରନର ଅଂଶ ହେବ। ଆପାଚେ ଆଟାକ ହେଲିକପ୍ଟରକୁ ବିଶ୍ୱର ସବୁଠାରୁ ଉନ୍ନତ ଆଟାକ ହେଲିକପ୍ଟର ବୋଲି ବିବେଚନା କରାଯାଏ। ଯେଉଁଥିରେ ଘାତକ ଅଗ୍ନିଶକ୍ତି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି।

ଆପାଚେ ଆଟାକ ହେଲିକପ୍ଟରଗୁଡ଼ିକ 30 MM ଚେନ ଗନ ସହିତ ଲେଜର, ରାଡାର-ଗାଇଡେଡ ହେଲଫାୟାର ମିସାଇଲ ଏବଂ ରକେଟ ପଡ ସହିତ ସଜ୍ଜିତ। ଯାହା ଏହି ହେଲିକପ୍ଟରର ଅଗ୍ନିଶକ୍ତିକୁ ବୃଦ୍ଧି କରେ। ଯାହା ଯୋଗୁ ଏହା ଏକକାଳୀନ ଅନେକ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ। ଏହି ହେଲିକପ୍ଟରରେ ଲଙ୍ଗବୋ ରାଡାର ରୋଟର ଉପରେ ସ୍ଥାପିତ ହୋଇଛି। ଯାହା ଏହାକୁ ଖରାପ ପାଗରେ ମଧ୍ୟ ସଠିକ ଭାବରେ ଟାର୍ଗେଟ କରିବାର କ୍ଷମତା ପ୍ରଦାନ କରେ ଏବଂ ରାତି କାର୍ଯ୍ୟ ପାଇଁ ନାଇଟ ଭିଜନ ସିଷ୍ଟମ ମଧ୍ୟ ପ୍ରଦାନ କରେ।
ଏହି ହେଲିକପ୍ଟରରେ ଦୁଇଟି ଜେନେରାଲ ଇଲେକ୍ଟ୍ରିକ T700 ଟର୍ବୋଶାଫ୍ଟ ଇଞ୍ଜିନ ସ୍ଥାପିତ ହୋଇଛି। ଯେଉଁଥିରେ ସାମ୍ନାରେ ଏକ ସେନ୍ସର ସ୍ଥାପିତ ହୋଇଛି। ଯାହା ଯୋଗୁ ଏହା ରାତିର ଅନ୍ଧାରରେ ମଧ୍ୟ ସହଜରେ ଉଡ଼ିପାରିବ। ଏହି ହେଲିକପ୍ଟରର ଗତି ଘଣ୍ଟା ପ୍ରତି ୩୬୫ କିଲୋମିଟର। ଆମେରିକା ନିଜେ ଏହି ହେଲିକପ୍ଟରଗୁଡ଼ିକୁ ବ୍ୟବହାର କରିଛି। ଆମେରିକା ପାନାମା ସହିତ ଆଫାଗାନିସ୍ତାନ ଏବଂ ଇରାକରେ ମଧ୍ୟ ଆପାଚେ ଆଟାକ ହେଲିକପ୍ଟର ବ୍ୟବହାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri