Posted inଜାତୀୟ

ହଜିଲା ଚାଇନା-ପାକିସ୍ତାନର ନିଦ, ଭାରତ ପହଞ୍ଚିଲା ଆପାଚେ

ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ଯାହା ଯୋଗୁ କେବଳ ପାକିସ୍ତାନ ନୁହେଁ ବରଂ ଚାଇନାର ସମସ୍ୟା ମଧ୍ୟ ବୃଦ୍ଧି ପାଇବ। ମଙ୍ଗଳବାର ଆପାଚେ ଆଟାକ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ଆମେରିକାରୁ ତିନୋଟି ଆପାଚେ ଆଟାକ ହେଲିକପ୍ଟର ଭାରତରେ ପହଞ୍ଚିଛି। ଏହି ହେଲିକପ୍ଟରଗୁଡ଼ିକୁ ଭାରତୀୟ ସେନାର ଏଭିଏସନ କୋର୍ପ୍ସ ନାଗପୁରରେ ମୁତୟନ କରାଯିବ। ଯାହା ପାଇଁ ଯୋଧପୁରର ନାଗତଲାଭରେ ଆପାଚି ସ୍କ୍ବାର୍ଡନ ପ୍ରସ୍ତୁତ କରାଯାଇଛି। ଏହା ସହିତ, ପାଇଲଟ ଏବଂ ଫିଲ୍ଡ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି।
ସୂଚନାଯୋଗ୍ୟ, ଭାରତୀୟ ସେନା ଏହି ହେଲିକପ୍ଟରକୁ ବହୁତ ଦିନ ଧରି ଅପେକ୍ଷା କରିଥିଲା। ଏହି ହେଲିକପ୍ଟରର ଡେଲିଭରି ଗତ ବର୍ଷ ଜୁନ ମାସରେ ହେବାର ଥିଲା, କିନ୍ତୁ କୋଭିଡ ମହାମାରୀ ଭଳି ସମସ୍ୟା ଯୋଗୁ ଏହାକୁ ଭାରତ ଆଣିବାରେ ଗୋଟିଏ ବର୍ଷ ବିଳମ୍ବ ହୋଇଥିଲା। ଭାରତ ସରକାର ଫେବୃଆରୀ ୨୦୨୦ ରେ ୬ଟି ଆପାଚି AH-64E ଆଟାକ ହେଲିକପ୍ଟର ପାଇଁ ଏକ ଚୁକ୍ତି କରିଥିଲେ। ଏହି ଚୁକ୍ତି ୬୦୦ ମିଲିୟନ ଡଲାର ଅର୍ଥା ପ୍ରାୟ ୫୨୦୦ କୋଟି ଟଙ୍କାରେ କରାଯାଇଥିଲା। ଏହି ଚୁକ୍ତି ଅନୁଯାୟୀ, ଏପର୍ଯ୍ୟନ୍ତ ତିନୋଟି ହେଲିକପ୍ଟର ଭାରତରେ ପହଞ୍ଚିଛି। ଖୁବ ଶୀଘ୍ର ଆଉ ତିନୋଟି ହେଲିକପ୍ଟର ଭାରତକୁ ଯୋଗାଇ ଦିଆଯିବ।
ଆପାଚେ ଆଟାକ ହେଲିକପ୍ଟରକୁ ଉଡ଼ନ୍ତା ତୋପ କୁହାଯାଏ। ଯାହା ବହୁତ ଭାରୀ। ଏହି ହେଲିକପ୍ଟରଗୁଡ଼ିକ ଆକାଶରୁ ଶତ୍ରୁ ଉପରେ ଗୁଳି ବର୍ଷା କରିବାକୁ ସକ୍ଷମ। ଏହି ହେଲିକପ୍ଟରଗୁଡ଼ିକ ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ହେବେ। ଯାହା ଯୋଧପୁରରେ ୪୫୧ ଆର୍ମି ଏଭିଏସନ ସ୍କ୍ବାଡ୍ରନର ଅଂଶ ହେବ। ଆପାଚେ ଆଟାକ ହେଲିକପ୍ଟରକୁ ବିଶ୍ୱର ସବୁଠାରୁ ଉନ୍ନତ ଆଟାକ ହେଲିକପ୍ଟର ବୋଲି ବିବେଚନା କରାଯାଏ। ଯେଉଁଥିରେ ଘାତକ ଅଗ୍ନିଶକ୍ତି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି।

ଆପାଚେ ଆଟାକ ହେଲିକପ୍ଟରଗୁଡ଼ିକ 30 MM ଚେନ ଗନ ସହିତ ଲେଜର, ରାଡାର-ଗାଇଡେଡ ହେଲଫାୟାର ମିସାଇଲ ଏବଂ ରକେଟ ପଡ ସହିତ ସଜ୍ଜିତ। ଯାହା ଏହି ହେଲିକପ୍ଟରର ଅଗ୍ନିଶକ୍ତିକୁ ବୃଦ୍ଧି କରେ। ଯାହା ଯୋଗୁ ଏହା ଏକକାଳୀନ ଅନେକ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ। ଏହି ହେଲିକପ୍ଟରରେ ଲଙ୍ଗବୋ ରାଡାର ରୋଟର ଉପରେ ସ୍ଥାପିତ ହୋଇଛି। ଯାହା ଏହାକୁ ଖରାପ ପାଗରେ ମଧ୍ୟ ସଠିକ ଭାବରେ ଟାର୍ଗେଟ କରିବାର କ୍ଷମତା ପ୍ରଦାନ କରେ ଏବଂ ରାତି କାର୍ଯ୍ୟ ପାଇଁ ନାଇଟ ଭିଜନ ସିଷ୍ଟମ ମଧ୍ୟ ପ୍ରଦାନ କରେ।
ଏହି ହେଲିକପ୍ଟରରେ ଦୁଇଟି ଜେନେରାଲ ଇଲେକ୍ଟ୍ରିକ T700 ଟର୍ବୋଶାଫ୍ଟ ଇଞ୍ଜିନ ସ୍ଥାପିତ ହୋଇଛି। ଯେଉଁଥିରେ ସାମ୍ନାରେ ଏକ ସେନ୍ସର ସ୍ଥାପିତ ହୋଇଛି। ଯାହା ଯୋଗୁ ଏହା ରାତିର ଅନ୍ଧାରରେ ମଧ୍ୟ ସହଜରେ ଉଡ଼ିପାରିବ। ଏହି ହେଲିକପ୍ଟରର ଗତି ଘଣ୍ଟା ପ୍ରତି ୩୬୫ କିଲୋମିଟର। ଆମେରିକା ନିଜେ ଏହି ହେଲିକପ୍ଟରଗୁଡ଼ିକୁ ବ୍ୟବହାର କରିଛି। ଆମେରିକା ପାନାମା ସହିତ ଆଫାଗାନିସ୍ତାନ ଏବଂ ଇରାକରେ ମଧ୍ୟ ଆପାଚେ ଆଟାକ ହେଲିକପ୍ଟର ବ୍ୟବହାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri