ଅସାବଧାନତାରୁ ଜୀବନ ହାନି

ଭୁବନେଶ୍ୱର,୭।୧୧ବ୍ୟୁରୋ):ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ସଡ଼କ ଦୁର୍ଘଟଣାରେ ରୋକ ଲଗାଯାଇ ପାରୁନାହିଁ। ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଉଛି। ଚାଳକଙ୍କ ବେପରୁଆ ମନୋଭାବ, ପ୍ରଶାସନ ପକ୍ଷରୁ ସଚେତନତାର ଅଭାବ ଏବଂ ରାସ୍ତାର ସୁଦୃଢ଼ ଭିତ୍ତିଭୂମି ଅଭାବ ଯୋଗୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା କୁହାଯାଉଛି। ୨୦୧୪ରୁ ପ୍ରତିବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଭାରତରେ ବାର୍ଷିକ ସଡ଼କ ଦୁର୍ଘଟଣାରେ ପ୍ରାୟ ୧.୫ ଲକ୍ଷ ଜୀବନ ଯାଉଥିବାବେଳେ ଓଡିଶାରେ ପ୍ରାୟ ୫ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ର ତଥ୍ୟ ଅନୁଯାୟୀ ଜାନୁୟାରୀରୁ ଜୁନ୍‌ ଅର୍ଥାତ ଏହି ୬ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ହଜାର ୨୯ଟି ଦୁର୍ଘଟଣା ଘଟିଛି। ଏଥିରେ ୨ହଜାର ୮୮୫ଜଣଙ୍କ ମୃତ୍ୟୁ ହୋଇଛି, ଯାହାକି ପୂର୍ବ ବର୍ଷ ଏହି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨,୫୫୫ ରହିଥିଲା।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ରହିଛି। ରିପୋର୍ଟ ଅନୁଯାୟୀ ୨୦୨୦ ତୁଳନାରେ ୨୦୨୧ରେ ରାଜ୍ୟରେ ସଡ଼କ ଦୁର୍ଘଟଣା ୧୧.୯ ପ୍ରତିଶତ ବଢ଼ିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ୨୦୨୧ରେ ୧୦ ହଜାର ୯୮୩ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୯ ହଜାର ୭୮୨ ଜଣ ଆହତ ହୋଇଥିବାବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ରେ ୯ହଜାର ୮୧୭ଟି ଦୁର୍ଘଟଣା ଘଟିଥିବାବେଳେ ୮ ହଜାର ୮୨୨ ଜଣ ଆହତ ଏବଂ ୪ ହଜାର ୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ସଡ଼କ ଦୁର୍ଘଟଣାରେ ବାଇକ ଚାଳକଙ୍କ ଅଧିକ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡ଼ିଛି। ୨୦୨୧ ବର୍ଷରେ ଘଟିଥିବା ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟରେ ୧୧.୮୪% ପଥଚାରୀ ଥିବାବେଳେ ୩.୫୦% ସାଇକେଲ ଚାଳକ, ୪୯.୮୧% ମୋଟର ସାଇକେଲ ଆରୋହୀ, ୧୦.୫୨% କାର୍‌, ୮.୪୮% ଟ୍ରକ୍‌ ଏବଂ ୨.୪୯% ବସ୍‌ରେ ଯାଉଥିବା ଲୋକ ରହିଛନ୍ତି। ରାଜ୍ୟରେ ବିଭିନ୍ନ କାରଣ ପାଇଁ ସଡ଼କ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ବିଶେଷ କରି ରାସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁ ଅନେକ ଦୁର୍ଘଟଣା ଘଟି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଦୁର୍ଘଟଣାପ୍ରବଣ ଜୋନ୍‌ ତଥା ବ୍ଲାକସ୍ପଟ୍‌, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ପ୍ରମୁଖ ଜଙ୍କ୍‌ଶନ ନିକଟରେ କଡ଼ାକଡ଼ି ଏନ୍‌ଫୋର୍ସମେଣ୍ଟ କରାଯାଉ ନ ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି। ସେହିପରି ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଜାନୁୟାରୀ ୧୧ରୁ ୧୭ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ କରାଯାଉଛି। ବିଭିନ୍ନ ସ୍ଥାନରେ ବହୁ ଟଙ୍କା ଖର୍ଚ୍ଚ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ଏହାସତ୍ତ୍ୱେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି, ଯାହାକି ବଡ଼ ଚିନ୍ତାର ବିଷୟ ହୋଇଛି।
ଏସଂକ୍ରାନ୍ତରେ ସଡ଼କ ସୁରକ୍ଷା ବିଶେଷଜ୍ଞ ବିକାଶ ମହାପାତ୍ରଙ୍କ କହିବା କଥା, ସଡ଼କ ଦୁର୍ଘଟଣା ଘଟିବାର ଏକାଧିକ ପ୍ରମୁଖ କାରଣ ରହୁଛି। ସେଗୁଡ଼ିକ ମଧ୍ୟରେ ଦ୍ରୁତଗତି, ମଦ୍ୟପାନ, ସିଟ୍‌ ବେଲ୍ଟ-ହେଲମେଟ୍‌ ଆଦି ନ ପିନ୍ଧିବା କାରଣ ରହିଛି। ଅଧିକାଂଶ ଲୋକ ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଦ୍ରୁତ ଗତିକୁ ଆମେ ଏନ୍‌ଫୋର୍ସ କରିପାରୁନାହୁଁ। ଅଧିକାଂଶ ସମୟରେ ଜାତୀୟ ରାଜପଥ ପାର୍ଶ୍ୱରେ ସହଜରେ ମଦ ମିଳୁଛି। ତେଣୁ ମଦ୍ୟପାନ କରି ଅନେକେ ଗାଡ଼ି ଚଳାଉଛନ୍ତି। ସହରାଞ୍ଚଳରେ ସିଟ୍‌ ବେଲ୍ଟ ଏବଂ ହେଲମେଟ୍‌ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେଉଥିବାବେଳେ ଗ୍ରାମାଞ୍ଚଳରେ ଲୋକମାନେ ଏହାକୁ ମାନୁନାହାନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସକୁ କ୍ଷମତା ଦିଆଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଥିସହ ମୋବାଇଲ, ଇଅର ଫୋନ୍‌ ଆଦି ଲଗାଇ ଚାଳକମାନେ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଅଧିକ ଘଟୁଛି। ଦୁର୍ଘଟଣାକୁ ରୋକିବାକୁ ସଚେତନତା ସୃଷ୍ଟି କରାଯିବା ସତ୍ତ୍ୱେ କେତେକ ଏହାକୁ ମାନୁ ନାହାନ୍ତି। ବିଶେଷକରି କେତେକଙ୍କ ଠାରେ ନିୟମ ମାନିବାର ମାନସିକତା ରହୁନାହିଁ। ଏଥିସହ ଆଇନକୁ ଲାଗୁ କରିବା ପାଇଁ ସରକାରଙ୍କ ସେଭଳି ତତ୍ପରତା ଆମେ ଦେଖିବାକୁ ପାଉନାହୁଁ। ଯେଉଁଥିପାଇଁ ସଡ଼କ ଦୁର୍ଘଟଣା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ସଚେତନତା ସହ ଏନ୍‌ଫୋର୍ସମେଣ୍ଟ ମଧ୍ୟ କଡ଼ାକଡ଼ି କରାଯିବା ଦରକାର। ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ହେବାବେଳେ ଜୋମେଟ୍ରିକାଲି ଭୁଲ୍‌ ହୋଇଛି। ଫଳରେ ସେଠାରେ ଦୁର୍ଘଟଣା ଘଟୁଛି। ଉକ୍ତ ବ୍ଲାକସ୍ପଟ୍‌କୁ ଚିହ୍ନଟ କରାଯାଇ ଦୁର୍ଘଟଣା ରୋକିବାରେ ଏପର୍ଯ୍ୟନ୍ତ ଆମେ ସଫଳ ହୋଇପାରିନାହୁଁ। ରୋଡର ବିଭିନ୍ନ ସ୍ଥାନରେ ସାଇନ୍‌ ଏଜ୍‌ ନାହିଁ। ସାଇନ୍‌ ଏଜ୍‌ ରହିଥିଲେ ମଧ୍ୟ ଡ୍ରାଇଭରମାନେ ତାହାକୁ ବୁଝନ୍ତିନାହିଁ। ଏପରି କି କେତେକେ ତାହାକୁ ମାନନ୍ତି ନାହିଁ। ତେବେ ସଡ଼କ ଦୁର୍ଘଟଣା ରୋକିବାକୁ ସରକାର କୌଣସି ସ୍ବେଚ୍ଛାସେବୀ ସଂଗଠନକୁ କାମ କରିବାକୁ ସୁଯୋଗ ଦେଉନାହାନ୍ତି। ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ କୌଣସି ଯୋଜନା ମାଧ୍ୟମରେ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା ଦେବା ଉଚିତ। ଏହି କାମ ଆର୍‌ଟିଓମାନଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ ସେମାନଙ୍କ ଆନ୍ତରିକତା ରହୁ ନ ଥିବା ବିକାଶ କହିଛନ୍ତି।
ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, ଗାଡ଼ି ସଂଖ୍ୟାରେ ବୃଦ୍ଧି ଯୋଗୁ ଦୁର୍ଘଟଣା ଘଟୁଛି। ଆମେରିକା ଓ ଇଂଲଣ୍ଡରେ ଲାଇସେନ୍ସ ପାଇବାକୁ ହେଲେ ଲିଖିତ ପରୀକ୍ଷା ପରେ ଟେଷ୍ଟ ଡ୍ରାଇଭ୍‌ ପରୀକ୍ଷା ଦେବାକୁ ପଡ଼େ। ହେଲେ ଏଠାରେ ଡ୍ରାଇଭିଂ ସ୍କୁଲରୁ ସାର୍ଟିଫିକେଟ୍‌ ନେଲେ ତାଙ୍କୁ ସହଜରେ ଲାଇସେନ୍ସ ମିଳିଯାଉଛି। ଫଳରେ ଦାୟିତ୍ୱହୀନ ଭାବେ ସେମାନେ ଗାଡ଼ି ଚଳାଉଛନ୍ତି। ଆମର ରାସ୍ତା ଚଉଡ଼ା ନୁହେଁ। ଅଣଚଉଡ଼ା ରାସ୍ତାରେ ଗାଡ଼ି ଯାତାୟାତ କରିବାରୁ ଦୁର୍ଘଟଣା ହେଉଛି। ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା ଏବଂ ପଥିକମାନଙ୍କ ଅସାବଧାନତା ମଧ୍ୟ ଦୁର୍ଘଟଣାର ପ୍ରମୁଖ କାରଣ। ଦୁର୍ଘଟଣା ବଢ଼ିବା ଦ୍ୱାରା ଦେଶର ବହୁତ କ୍ଷତି ହେଉଛି। ତେଣୁ ଆମକୁ ଡ୍ରାଇଭିଂ ଲାଇସେନ୍ସ ଦେବା ପୂର୍ବରୁ କଡ଼ାକଡ଼ି ଭାବେ ପରୀକ୍ଷା କରିବାକୁ ପଡ଼ିବ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଯେଉଁ ବ୍ୟବସ୍ଥା ଅଛି ତା’କୁ ଲାଗୁ କରିବାକୁ ହେବ। ଏଥିସହ ଲୋକମାନେ କିପରି ସାଇକେଲକୁ ଆପଣେଇବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରିବାକୁ ହେବ। ଦୁର୍ଘଟଣା ରୋକିବାକୁ ହେଲେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର ବୋଲି ପୂର୍ବତନ ପୋଲିସ ଡିଜି ମିଶ୍ର କହିଛନ୍ତି।

ସତ୍ୟଜିତ୍‌ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri