ଓଜନ କମାଉଥିଲେ

ମୋଟା ଫିଗର ଯେମିତି ପର୍ସନାଲିଟିରେ ଆଞ୍ଚ ଆଣିଥାଏ। ଯେଉଁଥିପାଇଁ ଓଜନ କମାଇବା ଲାଗି ଅନେକେ ବିଭିନ୍ନ ଉପାୟ ଆପଣାଉଛନ୍ତି। ହେଲେ କେହିକେହି ସୁଫଳ ପାଇବା ବଦଳରେ ଏହାର ନକାରାତ୍ମକ ପ୍ରଭାବର ଶିକାର ମଧ୍ୟ ହେଉଛନ୍ତି। ତେଣୁ ଓଜନ କମାଉଥିଲେ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବେ,
ଜାଣିରଖନ୍ତୁ ସେ ସମ୍ପର୍କରେ …

 

ଅନେକେ ଭାବନ୍ତି ଅଧିକ ମୋଟା ଲାଗୁଥିବା ଶରୀରର କୌଣସି ନିର୍ଦ୍ଦିଷ୍ଟ ଭାଗ ଯେମିତିକି ପେଟ, ଅଣ୍ଟା, ଜଙ୍ଘ ଆଦି ପତଳା ହୋଇଗଲେ ଓଜନ ହ୍ରାସ ହୋଇଯିବ। ଆଉ ଏଥିପାଇଁ ସେମାନେ କେବଳ ସେହି ନିର୍ଦ୍ଦିଷ୍ଟ ଭାଗ ଲାଗି ଏକ୍ସରସାଇଜ୍‌ କରିଥାଆନ୍ତି। ହେଲେ ସ୍ଲିମ୍‌ ଫିଟ୍‌ ରଖିବା ଲାଗି ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଶରୀର ଲାଗି ବ୍ୟାୟାମ ଆବଶ୍ୟକ।
ବର୍ତ୍ତମାନ ଓଜନ କମାଇବା ଲାଗି ଅଧିକାଂଶ ବ୍ରେକ୍‌ଫାଷ୍ଟ ବଦଳରେ ବିଭିନ୍ନ ଫୁଡ୍‌ ସପ୍ଲିମେଣ୍ଟ କିମ୍ବା ଡ୍ରିଙ୍କ୍ସ ଉପରେ ନିର୍ଭର କରୁଛନ୍ତି, ଯାହାକି ଇନ୍‌ଷ୍ଟାଣ୍ଟ ରେଜଲ୍ଟ ମଧ୍ୟ ଦେଉଛି। ହେଲେ ପରବର୍ତ୍ତୀ ସମୟରେ ଏହାଦ୍ୱାରା ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ତା’ଛଡ଼ା ଫ୍ୟାଟ୍‌ କଟର ଭାବେ ବିକ୍ରି ହେଉଥିବା ଏହି ପ୍ରୋଟିନ୍‌ ପାଉଡର ବି କେବେ କେବେ ଓଜନ ବୃଦ୍ଧି କରିଥାଏ। ତେଣୁ ଏସବୁ ବଦଳରେ ଖାଦ୍ୟପେୟରେ ନିୟନ୍ତ୍ରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ କମ୍‌ କ୍ୟାଲୋରିଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ମନେରଖନ୍ତୁ, ଓଜନ କମାଇବା ଲାଗି ମନଇଚ୍ଛା କୌଣସି ଖାଦ୍ୟ କମାଇବା ପରିବର୍ତ୍ତେ ଡାଏଟିଂ କରୁଥିଲେ କୌଣସି ଏକ୍ସପର୍ଟ, ଡାଏଟିସିଆନ୍‌ କିମ୍ବା ନ୍ୟୁଟ୍ରେସନିଷ୍ଟଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।
ଖାଲି ପେଟରେ ଅଧିକ ସମୟ ରହିଲେ ଓଜନ କମିଥାଏ ବୋଲି ଅନେକେ ଭାବନ୍ତି। ହେଲେ ଏହାଦ୍ୱାରା ଓଜନ ହ୍ରାସ ହେବା ପରିବର୍ତ୍ତେ ଗ୍ୟାସ୍‌, ଏସିଡିଟି ଭଳି ସମସ୍ୟା ଉପୁଜିଥାଏ। ତା’ଛଡ଼ା ମେଟାବଲିଜମ୍‌ ସ୍ତର କମିବା ସହ କ୍ୟାଲୋରି ବର୍ନ ଲାଗି ଶରୀରକୁ ଆବଶ୍ୟକ ଶକ୍ତି ମଧ୍ୟ ମିଳିପାରେ ନାହିଁ। ଫଳରେ ଦୁର୍ବଳ ଲାଗିଥାଏ। ତେବେ ଏହାର ଆଉ ଏକ ଅସୁବିଧା ହେଉଛି ଗୋଟିଏ ସମୟର ଖାଦ୍ୟ ନ ଖାଇବା ଦ୍ୱାରା ପରବର୍ତ୍ତୀ ସମୟରେ ଅଧିକ ଭୋକ ଲାଗିବାରୁ ଆବଶ୍ୟକତାଠାରୁ ଅଧିକ ଖାଇ ହୋଇଯାଏ, ଯାହାକି ଓଜନ ବୃଦ୍ଧିର କାରଣ ସାଜିଥାଏ।
ଓଜନ କମାଇବା ଲାଗି ସଠିକ ଖାଦ୍ୟ ଖାଇବା ସହ ପ୍ରତିଦିନ ଏକ୍ସରସାଇଜ୍‌ କରନ୍ତୁ। ଅର୍ଥାତ୍‌ ଖାଦ୍ୟରେ ଯେତିକି ପରିମାଣରେ କ୍ୟାଲୋରି ଶରୀରକୁ ଯାଉଛି, ତା’ଠାରୁ ଅଧିକ କ୍ୟାଲୋରି ବର୍ନ ପାଇଁ ଏକ୍ସରସାଇଜ୍‌ କରନ୍ତୁ। ଜିମ୍‌ରେ ହେଉ ଅବା ଘରେ ଏକ୍ସରସାଇଜ୍‌ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନେଲେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri