Posted inଖେଳ

ୱେଷ୍ଟଇଣ୍ଡିଜଠାରୁ ହାରିବା ନିରାଶାଜନକ ନୁହେଁ: ଗାଭାସ୍କର…

କୋଲକାତା,୧୬।୮ : ଭାରତୀୟ କ୍ରିକେଟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଭଲ ଖରାପ ମିଶ୍ରିତ ରହିଛି। ଟେଷ୍ଟ ସିରିଜକୁ ୧-୦ ରେ ଜିତିବା ପରେ ଟିମ ଇଣ୍ଡିଆ ଆୟୋଜକ ଦଳଙ୍କୁ ୨-୧ରେ ପରାସ୍ତ କରିଥିଲା। ତେବେ ଭାରତ ଟି-୨୦ ସିରିଜ ଜିତି ପାରି ନାହିଁ। ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ଟିମ ଇଣ୍ଡିଆ ସିରିଜକୁ ୨-୨କୁ ଆଣିଥିଲା। କିନ୍ତୁ ଶେଷ ମ୍ୟାଚ ଜିତିବା ପରେ ୱେଷ୍ଟଇଣ୍ଡିଜ ସିରିଜକୁ ୩-୨ରେ ଜିତି ନେଇଥିଲା। ଯୁବ ଖେଳାଳିମାନେ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଦଳ ଟି-୨୦ ସିରିଜରେ ଫର୍ମ ବାହାରେ ଥିବା ପରି ଦେଖାଯାଇଥିଲା। ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟି -୨୦ ଫଳାଫଳ ଦେଖିବା ପରେ ଏକ ଆକର୍ଷଣୀୟ ବିବୃତ୍ତି ଦେଇଛନ୍ତି।
ଗାଭାସ୍କର ଏକ ସାକ୍ଷାତକାରରେ କହିଛନ୍ତି, ଜଣେ ଖେଳାଳି ଫ୍ରାଞ୍ଚାଇଜ ସ୍ତରରେ ଭଲ ପ୍ରଦର୍ଶନ କରିପାରନ୍ତି, କିନ୍ତୁ ଯେତେବେଳେ ଦେଶ ପାଇଁ ସେ ଖେଳିବାର କଥା ଆମେ, ସେତେବେଳେ ଚାପ ଏବଂ ଆଶା ବଢ଼ ିଯାଏ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥାଏ।

ଆମେ କେତେଥର ଏହା ଦେଖିଛୁ ଯେତେବେଳେ ୧୯ ବର୍ଷରୁ କମ ବୟସ୍କ ଖେଳାଳି ସିନିୟର ଦଳରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ନୁହଁନ୍ତି। ତିନିଜଣ ଖେଳାଳି ଟିମ ଇଣ୍ଡିଆ ପାଇଁ ଟି-୨୦ ସିରିଜରେ ଡେବ୍ୟୁ କରିଥିଲେ। ଯଶସ୍ବୀ ଜୈସୱାଲଙ୍କ ବ୍ୟତୀତ ତିଲକ ବର୍ମା ଏବଂ ମୁକେଶ କୁମାର ଖେଳିବାର ସୁଯୋଗ ପାଇଥିଲେ।

ଯୁବକମାନଙ୍କ ପାଇଁ ସିନିୟର ସ୍ତରରେ ଖେଳିବା ଭିନ୍ନ। ଗାଭାସ୍କର କହିଛନ୍ତି, ପିଲାମାନେ ପିଲାମାନଙ୍କ ବିପକ୍ଷରେ ଖେଳିବା ଦେଖିବାକୁ ଭଲ ଲାଗିଥାଏ। ଯେତେବେଳେ ସେମାନେ ସିନିୟର ଦଳ ବିପକ୍ଷରେ ଖେଳନ୍ତି, ସେମାନେ ହଠାତ ଅନୁଭବ କରନ୍ତି ଅଣ୍ଠର ୧୯ସ୍ତରରେ କେକ ଖଣ୍ଡ ଭଳି ଦେଖାଯାଉଥିବା, ସିନିୟର ସ୍ତରରେ ଭିନ୍ନ ଅଟେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ହାରିବା ଭାରତୀୟ ଦଳ ପାଇଁ ନିରାଶାଜନକ ହେବା ଉଚିତ ନୁହେଁ କାରଣ କାରିବିଆନ ଖେଳାଳିମାନେ ଇତିହାସରେ ଦୁଇଥର ଟି-୨୦ ବିଶ୍ୱକପ ଜିତିଛନ୍ତି।

ଗାଭାସ୍କର କହିଛନ୍ତି, ୱେଷ୍ଟଇଣ୍ଡିଜ ଦ୍ୱାରା ପରାସ୍ତ ହେବା ନିରାଶାଜନକ ନୁହେଁ। ଭୁଲନ୍ତୁ ନାହିଁ ସେମାନେ ଦୁଇଥର ଆଇସିସି ଟି -୨୦ ବିଶ୍ୱକପ ଜିତିଛନ୍ତି ଏବଂ ସେମାନଙ୍କ ଖେଳାଳିମାନେ ଆଇପିଏଲରେ ଖେଳୁଥିବା ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ମ୍ୟାଚ ବିଜେତା ଅଟନ୍ତି। ସେଥିପାଇଁ ସେମାନେ ଶୀର୍ଷରେ ଅଛନ୍ତି। ଭଲ ଟି -୨୦ ଦଳଠାରୁ ହାରିବାରେ ଲଜ୍ଜାଜନକ ନୁହେଁ। ତେବେ ଏହାର ସ୍ଥିତିକୁ ମଜବୁତ କରିବା ପାଇଁ ଭାରତ କେଉଁ କ୍ଷେତ୍ରରେ ଉନ୍ନତି ଆଣିବା ଆବଶ୍ୟକ ତାହା ଏକ ଚେତାବନୀ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri