ରିଷିଡା, ୧।୭( ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ମାଉସୀ ମା’ ମନ୍ଦିରରେ ମଙ୍ଗଳବାର ଚତୁର୍ଥ ଦିବସରେ ଶ୍ରୀ ଜଗନ୍ନାଥ ନରସିଂହ ଅବତାର ବେଶରେ ସଜେଇ ହୋଇଛନ୍ତି। ଏହି ଅବତାରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଯାଇଛି। ଏଥିରେ ମନ୍ଦିର କମିଟିର ସଭାପତି କରୁଣାକର ରଣା, ସମ୍ପାଦକ ପାର୍ଥ ସାହୁ, ବାବୁଲା ସାହୁ, ଦୁଷ୍ମନ୍ତ ଲେଙ୍କା, ଅନ୍ତର୍ଯ୍ୟାମୀ ସାହୁ ସଞ୍ଜୟ ରଣା, ସୁଶାନ୍ତ ମଲ୍ଲିକ,ଟୁନୁ ସାହୁ, ସଂଜୟ କୁମାର ଜୈନ,କ୍ଷୀରସାଗର ରଣା,ପୁଜକ ମଧୁ ଦାସ, ମନୁଦାସ ପ୍ରମୁଖ ବିଭିନ୍ନ ନିତିକାନ୍ତିରେ ସହଯୋଗ କରୁଛନ୍ତି। ସାରେ ଭଜନ ସମାରୋହ ସହିତ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।


