୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଲୁଟ୍‌

ଗଞ୍ଜାମ,୨୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁବଟେଶ୍ୱର ରାସ୍ତାରେ ଥିବା ବିଦେଶୀ ମଦ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଥିବା ଜଣା ପଡିଛିl ଖବରପାଇ ଏଏସ୍‌ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ରମ୍ଭାଥାନା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଛନ୍ତି l ଦୁର୍ବୃତ୍ତମାନେ ପ୍ରଥମେ ଗେଟ ଓ ପରେ ଆଗ ଗ୍ରିଲ କାଟି ସିସି ଟିଭି ଭାଙ୍ଗି ପ୍ରାୟ ୮୬ ପେଟି ବିଦେଶୀ ମଦ ଲୁଟି ନେଇଯାଇଛନ୍ତି l ଏଥିସହ ଦୋକାନ ରୁ ସିସି ଟିଭି ଓ ହାଡ଼ଡିକ୍ସ ମଧ୍ୟ ନେଇ ଯାଇଥିବା ଜଣାପଡିଛି l ଏହାସହ ଦୋକାନରେ ଥିବା ନଗଦ ୧୦ ହଜାର ଟଙ୍କା ଲୁଟ ହୋଇଥିବା ସେଲସ ମ୍ୟାନ ମାନସ ସାହୁ ସୂଚନା ଦେଇଛନ୍ତି l ଏ ନେଇ ମାନସ ରମ୍ଭା ଥାନାରେ ଏତଲା ଦେଇଛନ୍ତି l ଲୁଟ ହୋଇଥିବା ମଦର ମୂଲ୍ୟ ଆନୁମାନିକ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଦୋକାନ ମାଲିକ କହିଛନ୍ତି l