ମହିଳାଙ୍କଠାରୁ ୮୦ ହଜାର ଟଙ୍କା ସହ ସୁନାଗହଣା ଲୁଟି ୩ ଗିରଫ

କଣ୍ଟାପଡ଼ା,୨୭ା୧୧(ଡି.ଏନ୍‌.ଏ.): କଟକ ଜିଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ମହିଳାଙ୍କଠାରୁ ସୁନାଗହଣା ଓ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଓଲଟପୁର ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି। ଅନ୍ୟ ଗିରଫ ଦ୍ୱୟ ହେଲେ ପୁରୀ ଜିଲା ପିପିଲି ଥାନା ଅଞ୍ଚଳର ରାଜା ଶିକାରୀ(୨୦) ଓ ଅନ୍ୟ ଜଣେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅରଶୋଲ ଗ୍ରାମର ବିଭୂତି ଭୂଷଣ ଭୋଇ(୩୬) ବୋଲି ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ସମସ୍ତ ସୁନାଗହଣା ଓ ନଗଦ ୭୯୨୫୫ ଟଙ୍କା ଜବତ କରିଛି। ମହିଳାଙ୍କ ଅଭିଯୋଗ କ୍ରମେ ଓଲଟପୁର ଥାନା କେସ୍‌ ନଂ ୧୨୫/୨୧ରେ ଏକ ମାମଲା ରୁଜୁ କରିଛି ପୋଲିସ।

ସୂଚନାଯୋଗ୍ୟ, ନିଆଳି ଥାନା ଏରଞ୍ଚ ଗ୍ରାମର ପ୍ରତିମା ରାଣୀ ସେନାପତି କାନାଡା ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଶୁକ୍ରବାର ଯାଇଥିଲେ। ଆକାଉଣ୍ଟରୁ ୮୦ ହଜାର ଟଙ୍କା ଉଠାଇଥିଲେ। ଅଧିକ ଅର୍ଥ ଆବଶ୍ୟକ ଥିବାରୁ ସେ ନିଜର ଗହଣା ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଚାହିଁଥିଲେ। ମାତ୍ର ସୁନା ଯାଞ୍ଚ କରୁଥିବା ବଣିଆ ଆସି ନ ଥିବାରୁ ପ୍ରତିମା ଉକ୍ତ ଟଙ୍କାରୁ ୨୦୦ ଟଙ୍କା କାଢ଼ି ଅବଶିଷ୍ଟ ଟଙ୍କା ଓ ସୁନାଗହଣାକୁ ବ୍ୟାଗ୍‌ରେ ରଖି ଅଡ଼ଶପୁର ତ୍ରିଛକି ଆଡ଼କୁ ଚାଲିଚାଲି ଆସୁଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପଛପଟୁ ଆସି ତାଙ୍କଠାରୁ ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ପ୍ରତିମା ଚିତ୍କାର କରିବାରୁ ଲୋକମାନେ ସେମାନଙ୍କୁ କାବୁ କରିବାବେଳେ ଅଭିଯୁକ୍ତମାନେ ବ୍ୟାଗ୍‌ଟିକୁ ଫିଙ୍ଗି ଦେଇଥିଲେ। ତେବେ ବ୍ୟାଗ୍‌ଟିକୁ ବିଭୂତି ସେଠାରୁ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ପୋଲିସ ଛକରେ ଲାଗିଥିବା ଏକ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ପରେ ବିଭୂତିଙ୍କୁ ଠାବ କରି ଲୁଟ୍‌ ସାମଗ୍ରୀ ଜବତ କରିଥିଲା। ଜବତ ଟଙ୍କାରୁ ବିଭୂତି ୫୪୫ଟଙ୍କା ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri