ଆଇଆଇଏଫ୍‌ଏଲ୍‌ରୁ ଲୁଟ ଘଟଣା:ସଂସ୍ଥାର ମହିଳା ଅଧିକାରୀଙ୍କ ସମେତ ୭ ଗିରଫ

କଟକ ଅଫିସ,୨୬ା୧୧:କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖାରୁ ଲୁଟ୍‌ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ଏଥିରେ ସଂସ୍ଥାର କର୍ମଚାରୀ ଲାଲା ଅମ୍ରିତ ରାୟ ସମ୍ପୃକ୍ତ ଥିବା ମଙ୍ଗଳବାର ଜଣାପଡ଼ିବା ପରେ ବୁଧବାର ଉକ୍ତ ସଂସ୍ଥାର ଜଣେ ମହିଳା ଅଧିକାରୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ଲାଲାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମର୍କତନଗର ଥାନା ଅଞ୍ଚଳରେ ରହୁଥିବା ଲାଲା ଅମ୍ରିତ ରାୟ, କିଶୋରନଗର ଥାନା ବିଲାହାଟ ବିଶ୍ୱନାଥପୁରର ବାପି ଓରଫ ରଞ୍ଜନ କୁମାର ବେହେରା, ପ୍ରକାଶ କୁମାର ସାହୁ, ପବିତ୍ର କୁମାର ବେହେରା, ରାଜକିଶୋର ସାହୁ, ପୁରୀଘାଟ ଥାନା ଭଗତପୁରର ନିଳିମା ଲେଙ୍କା ଓ ଜଗତ୍‌ପୁର ବହୁଗ୍ରାମର ବାପି ଓରଫ ସନ୍ତୋଷ ଭୋଇ। ଏହି ଘଟଣାରେ ସମ୍ପୃକ୍ତ ସଂସ୍ଥାର ମହିଳା ଅଧିକାରୀ ନୀଳିମା ମାଷ୍ଟର ମାଇଣ୍ଡ ଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ୩ କେଜି ଓଜନର ସୁନାଗହଣା, ଗୋଟିଏ ଦାମୀ କାର, ୫ଲକ୍ଷ ଟଙ୍କା, ୨ଟି ବାଇକ୍‌, ଗୋଟିଏ ବୁଲେଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସମ୍ପୃକ୍ତ ମହିଳା ଅଧିକାରୀଜଣକ କର୍ମଚାରୀ ଲାଲାଙ୍କ ସହଯୋଗରେ ଏହି ଲୁଟ କରିବାରେ ସଫଳ ହୋଇଥିଲେ ବୋଲି ଡିସିପି ପ୍ରତୀକ୍‌ ସିଂ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲାଲା ଦୀର୍ଘ ୪ ବର୍ଷ ହେବ ଏଭଳି ହେରଫେର କରୁଥିଲେ। ଏଥିରେ ତାଙ୍କୁ ସହଯୋଗ କରୁଥିଲେ ନୀଳିମା। ଉଭୟ ମିଶି ଲୁଟ୍‌ ଯୋଜନାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ନୀଳିମା ଉକ୍ତ ସଂସ୍ଥାରେ କ୍ୱାଲିଟି ଚେକ୍‌ ଅଫିସର ଭାବେ କାମ କରୁଛନ୍ତି। ସଂସ୍ଥାରେ ବନ୍ଧକ ରଖାଯାଉଥିବା ସୁନା ଅସଲି କି ନକଲି ତାହା ଯାଞ୍ଚ କରିବା ନିଳିମାଙ୍କ କାମ ଥିଲା। ଲାଲା ବନ୍ଧକ ରଖାଯାଉଥିବା ସୁନାକୁ ନେଇ ଅନ୍ୟ ଅର୍ଥଲଗାଣକାରୀ ସଂସ୍ଥାରେ ବନ୍ଧକ ରଖି ମୋଟା ଅଙ୍କର ଋଣ ଆଣୁଥିଲେ। ଏଭଳି ଭାବେ ସେ କଟକର ଅନେକ ସଂସ୍ଥାରେ ସୁନା ବନ୍ଧକ ରଖି ଋଣ ଆଣିଛନ୍ତି। ଅର୍ଥାତ୍‌ ଗୋଟିଏ ସୁନା ଉପରେ ଡବଲ ଋଣ। ଅଡିଟ୍‌ ବେଳେ ନକଲି ସୁନା ଅଳଙ୍କାର ମିଶାଇ ଦେଖାଉଥିଲେ। ଯାହାଫଳରେ ସୁନାର ପରିମାଣ ଉପରେ କୌଣସି ସନ୍ଦେହ କରାଯାଇ ପାରୁନଥିଲା। ଏହାଛଡା ନକଲି କାଗଜପତ୍ର ଓ ପ୍ରମାଣପତ୍ର ବ୍ୟବହାର କରି ସୁନା ହେରଫେର କରୁଥିଲେ। ତେବେ ସଂସ୍ଥାରେ ନୂଆ ଅଡିଟର ଯୋଗଦେବା ପରେ ଦୁହିଁଙ୍କ କଳାକାରନାମା ଧରାପଡିଯିବା ଭୟ ରହିଥିଲା। ତେଣୁ ଉଭୟ ଲୁଟ୍‌ ଯୋଜନା ରଚିଥିଲେ। ପୂର୍ବ ଯୋଜନା ମୁତାବକ, ଗତ ୧୯ ତାରିଖ ପୂର୍ବାହ୍ନ ୯.୪୫ରେ ୪ ଦୁର୍ବୃତ୍ତ ମୁହଁରେ ମାସ୍କ ଓ ହେଲମେଟ୍‌ ପିନ୍ଧି କାର୍ଯ୍ୟାଳୟ ଭିତରେ ପଶିଥିଲେ। ଏହି ସମୟରେ ଲାଲା ଓ ନିଳିମା କିଛି ନ ଜାଣିଲା ଭଳି ଅଭିନୟ କରିଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇବାରୁ ଦୁହେଁ ଭୟଭୀତ ହେଲା ଭଳି ଅଭିନୟ କରି ଲକ୍କର ଚାବି ଦେଇଦେବାକୁ କହିଥିଲେ। ଏଥିସହିତ ଲାଲା ଦୁର୍ବୃତ୍ତମାନଙ୍କ ସହ ଲକ୍କରକୁ ଯାଇ ସୁନା ଅଳଙ୍କାରକୁ ବ୍ୟାଗରେ ଦେଇଥିଲେ। ଏପରି କି ଲୁଟ୍‌ ଘଟଣାକୁ ସଫଳ ରୂପ ଦେବା ଲାଗି ଲାଲା ଦୁଇଦିନ ଆଗରୁ ସଂସ୍ଥା କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଓ ଆଲାର୍ମକୁ ଅଚଳ କରିଦେଇଥିଲେ। ତଦନ୍ତ ବେଳେ ଘଟଣା ଦିନ ରାତିରେ ଲାଲା ପେଟାନାଳରେ ଫିଙ୍ଗିଥିବା କିଛି ସୁନାକୁ ମଧ୍ୟ ପୋଲିସ ଜବତ କରିଛି। ସେହିପରି ବୁଧବାର ଅନ୍ୟ ଏକ ଅର୍ଥଲଗାଣକାରୀ ସଂସ୍ଥାରେ ଚଢାଉ କରି ପୋଲିସ୍‌ ବିପୁଳ ପରିମାଣର ସୁନା ଜବତ କରିଛି। ଅନ୍ୟପକ୍ଷରେ ପ୍ରକୃତରେ ଲୁଟ୍‌ ଦିନ ସଂସ୍ଥାର ଲକରରେ କେତେ ପରିମାଣର ସୁନା ଥିଲା ତାହା ସ୍ପଷ୍ଟ ହୋଇନାହିଁ। ଲାଲା ହେର୍‌ଫେର୍‌ କରିଥିବା ଅର୍ଥରେ ନାମୀଦାମୀ ହୋଟେଲରେ ରହିବା ସହ ଦାମୀ ଗାଡି ଚଢି ଅୟେଶ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri