ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲା: ୩ ଗିରଫ

ଖୋର୍ଦ୍ଧା ଅଫିସ,୧୧।୯: ଖୋର୍ଦ୍ଧା ପାନବରଜର ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲାରେ ଆଦର୍ଶ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ମାର୍ଥାସାହିର ଡି.ରାଇଡୁ ଓ ତାଙ୍କ ଭାଇ ଡି.କିରଣ ଏବଂ ନାହାତୋଟାର ଏମ.ଚିରଞ୍ଜିବୀ। ଏମାନଙ୍କଠାରୁ ୪ଶହ ଗ୍ରାମ ତରଳ ରୁପା ଓ ବାଇକ୍‌ ଜବତ ହୋଇଛି। ପାନବରଜର ବ୍ୟବସାୟୀ ସେକ୍‌.ରସିଦ ଓ ସେକ୍‌.ରୋହିଦଙ୍କ ଜୁନ ୧୩ରେ ୪୫୦ଗ୍ରାମ ଅଳଙ୍କାର ଧରି ବାଇକ୍‌ରେ ଫେରୁଥିବାବେଳେ ପଲା ଲୋକେଶ୍ୱରପୁରଠାରେ ଲୁଟ୍‌ ହୋଇଥିଲା।